ମାନ୍ଦାବସ୍ଥା ପ୍ରଭାବ;ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ, ହିରୋ ଉତ୍ପାଦନ ବନ୍ଦ କଲା

ନୂଆଦିଲ୍ଲୀ,୧୭ -୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଶେଷ ହେବାର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। ବାଧ୍ୟ ହୋଇ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ପୂର୍ବରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୁଜୁକି, ଟୟୋଟା ଏବଂ ଅଶୋକ ଲେଲ୍ୟାଣ୍ଡ,ଟାଟା ମୋଟର୍ସ ଉତ୍ପାଦନ ବନ୍ଦ କରିଥିବା ବେଳେ ହିରୋ ମୋଟୋକର୍ପ, ଟିଭିଏସ୍‌ ଗ୍ରୁପ୍‌ କମ୍ପାନୀ ସୁନ୍ଦରମ୍‌ କ୍ଲେଟନ ଲିମିଟେଡ ଓ ଲୁକାସ ଟିଭିସ୍‌ ସାମୟିକ ଭାବେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟାଟା ମୋଟର୍ସ ଚଳିତ ମାସ ୧୬ ଓ ୧୭ରେ ଉତ୍ପାଦନ ବନ୍ଦ ଘୋଷଣା କରିଛି। ଅଗଷ୍ଟ ପହିଲାରେ ଏହା ଜାମସେଦପୁର ପ୍ଲାଣ୍ଟକୁ ଦିନକ ପାଇଁ ବନ୍ଦ ରଖିଥିଲାବେଳେ ଅଗଷ୍ଟ ୮ରୁ ୧୦ ଯାଏ ଦ୍ୱିତୀୟ ଥର କାମ ବନ୍ଦ ରହିଥିଲା। ଗତ ୯ ଦିନ ଧରି କେତେକ ପ୍ଲାଣ୍ଟ ବନ୍ଦ ରଖିଥିବା ଅଶୋକ ଲେଲ୍ୟାଣ୍ଡ ଆସନ୍ତା ୧୭ ଓ ୧୯ରେ କାମ ବନ୍ଦ ରଖିବାକୁ ଘୋଷଣା କରି ୬ଷ୍ଠ ଦିନ ମଧ୍ୟ କାମ ବନ୍ଦ ରହିବ ବୋଲି କହିଛି। ସେହିପରି ହିରୋ ମୋଟୋକର୍ପ ୪ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସୁନ୍ଦରମ କ୍ଲେଟନ ଲିମିଟେଡ ଦୁଇ ଦିନ ପାଇଁ କାରଖାନା ବନ୍ଦ ରଖିବ। ଇତିପୂର୍ବେ ମହିନ୍ଦ୍ରା ୮ରୁ ୧୪ ଦିନ, ଟାଟା ମୋଟର୍ସ ୮ ଦିନ,ମାରୁତି ସୁଜୁକି ୩ ଦିନ, ଟୟୋଟା କିର୍ଲୋସ୍କର ୮ ଦିନ, ବସ୍‌ ୧୦ ଦିନ, ଜାମନା ଅଟୋ ୨୦ ଦିନ ଏବଂ ଓ୍ବାବ୍‌କୋ ୧୯ ଦିନ ଉତ୍ପାଦନ ବନ୍ଦ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ; ଆରବିଆଇ ଗଭର୍ନରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ,୫।୬: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ…

ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ବଢ଼ିବନି ହୋମ କିମ୍ବା କାର୍‌ ଲୋନ୍‌ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ ଉପରେ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri