Posted inଖେଳ

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରଥମ ଇନିଂସରେ ୪ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଛି। ପୂରା ୯୦ ଓଭର ଖେଳ ସମ୍ଭବ ହୋଇଥିଲେ ହେଁ ନ୍ୟୁଜିଲାଣ୍ଡ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିରଖିବାରେ ସକ୍ଷମ ହେବାରୁ ସ୍କୋର ୨୫୦ ସ୍ପର୍ଶ କରି ପାରିନାହିଁ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ମାତ୍ର ୨.୭୫ ହାରରେ ରନ ସଂଗ୍ରହ କରିଛି। ଲାବୁସେନ ୧୧୦ ରନରେ ଅପରାଜିତ ରହି ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ସାଜିଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଜୋ ବନର୍‌ସଙ୍କୁ ମାତ୍ର ୯ ରନରେ ଆଉଟ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ କଲିନ ଡି ଗ୍ରାଣ୍ଡହୋମ୍‌। ନିକଟରେ ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲ କରିଥିବା ଡେଭିଡ ଓ୍ବାର୍ନର ଏଠାରେ ମଧ୍ୟ ସ୍ବାଭାବିକ ଭଙ୍ଗୀରେ ଖେଳିବା ଆରମ୍ଭ କରିଥିଲେ। ମାତ୍ର ସେ ୪୩ ରନ କରି ନେଲ ଓ୍ବାଗନରଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇ ଯାଇଥିଲେ। ୭୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବାର୍ନର ନିଜ ଇନିଂସ ମଧ୍ୟରେ ୪ ଚୌକା ମାରିଥିଲେ। ୭୫ ରନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଉଇକେଟ ହରାଇଥିଲା। ଲାବୁସେନଙ୍କ ସହିତ କ୍ରିଜରେ ଯୋଗଦେଇ ଷ୍ଟିଭ୍‌ ସ୍ମିଥ ଇନିଂସ ସମ୍ଭାଳିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ଅପେକ୍ଷାକୃତ ଧିମା ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ତୃତୀୟ ଉଇକେଟରେ ୧୩୨ ରନର ଭାଗୀଦାରି ହେବାପରେ ଯୋଡ଼ି ଭାଙ୍ଗିଥିଲା। ସ୍ମିଥ୍‌ଙ୍କୁ ଟିମ୍‌ ସୌଦୀଙ୍କ ହାତରେ କ୍ୟାଚ କରାଇ ନ୍ୟୁଜିଲାଣ୍ଡକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ୍ବାଗନର। ୪ ଚୌକା ସହ ୪୩ ରନ କରିଥିବା ସ୍ମିଥ ଏଥିପାଇଁ ୧୬୪ଟି ବଲ୍‌ ଖେଳିଥିଲେ। ଚା’ ବିରତି ପରେ ଶତକ ପୂରଣ କରିଥିଲେ ଲାବୁସେନ। ଏହାଥିଲା ତାଙ୍କ କ୍ୟାରିୟରର ୩ୟ ଟେଷ୍ଟ ଶତକ। ୧୬୬ ବଲ୍‌ ଖେଳି ୧୪ ଚୌକା ଓ ୧ ଛକା ସହାୟତାରେ ତିନିଅଙ୍କ ସ୍ପର୍ଶ କରିଥିଲେ ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ୫ମ ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ମାଥ୍ୟୁ ଓ୍ବାଡେ କିନ୍ତୁ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୨୬ ବଲ୍‌ରୁ ମାତ୍ର ୧୨ ରନ କରିଥିବାବେଳେ ସୌଦୀଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଷ୍ଟମ୍ପ ପ୍ରତ୍ୟାହୃତ ହେବା ବେଳକୁ ଲାବୁସେନ ୧୧୦(୨୦୨ ବଲ) ଓ ଟ୍ରାଭିସ ହେଡ୍‌ ୨୦(୩୪ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଅସମାପ୍ତ ୫ମ ଉଇକେଟରେ ଏ ଦୁହେଁ ୨୩ ରନର ଭାଗୀଦାରି ଗଢ଼ି ଦଳପାଇଁ ସମ୍ମାନଜନକ ସ୍କୋରର ସମ୍ଭାବନା ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବାଗନର ୨ଟି ଏବଂ ସୌଦୀ ଓ ଗ୍ରାଣ୍ଡହୋମ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୪୮/୪(ଲାବୁସେନ-୧୧୦*, ସ୍ମିଥ-୪୩, ଓ୍ବାର୍ନର-୪୩, ହେଡ୍‌-୨୦*, ଓ୍ବାଗନର-୨/୫୨, ସୌଦୀ-୧/୫୩, ଗ୍ରାଣ୍ଡହୋମ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମାଘ ମେଳା ଆରମ୍ଭ: ପୁଣ୍ୟ ପାଇବା ସହ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଘରେ କରନ୍ତୁ ଏହି ୩ ଉପାୟ…

ମାଘ ମେଳାକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପ୍ରତିବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜରେ...

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri