Posted inଖେଳ

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରଥମ ଇନିଂସରେ ୪ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଛି। ପୂରା ୯୦ ଓଭର ଖେଳ ସମ୍ଭବ ହୋଇଥିଲେ ହେଁ ନ୍ୟୁଜିଲାଣ୍ଡ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିରଖିବାରେ ସକ୍ଷମ ହେବାରୁ ସ୍କୋର ୨୫୦ ସ୍ପର୍ଶ କରି ପାରିନାହିଁ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ମାତ୍ର ୨.୭୫ ହାରରେ ରନ ସଂଗ୍ରହ କରିଛି। ଲାବୁସେନ ୧୧୦ ରନରେ ଅପରାଜିତ ରହି ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ସାଜିଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଜୋ ବନର୍‌ସଙ୍କୁ ମାତ୍ର ୯ ରନରେ ଆଉଟ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ କଲିନ ଡି ଗ୍ରାଣ୍ଡହୋମ୍‌। ନିକଟରେ ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲ କରିଥିବା ଡେଭିଡ ଓ୍ବାର୍ନର ଏଠାରେ ମଧ୍ୟ ସ୍ବାଭାବିକ ଭଙ୍ଗୀରେ ଖେଳିବା ଆରମ୍ଭ କରିଥିଲେ। ମାତ୍ର ସେ ୪୩ ରନ କରି ନେଲ ଓ୍ବାଗନରଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇ ଯାଇଥିଲେ। ୭୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବାର୍ନର ନିଜ ଇନିଂସ ମଧ୍ୟରେ ୪ ଚୌକା ମାରିଥିଲେ। ୭୫ ରନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଉଇକେଟ ହରାଇଥିଲା। ଲାବୁସେନଙ୍କ ସହିତ କ୍ରିଜରେ ଯୋଗଦେଇ ଷ୍ଟିଭ୍‌ ସ୍ମିଥ ଇନିଂସ ସମ୍ଭାଳିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ଅପେକ୍ଷାକୃତ ଧିମା ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ତୃତୀୟ ଉଇକେଟରେ ୧୩୨ ରନର ଭାଗୀଦାରି ହେବାପରେ ଯୋଡ଼ି ଭାଙ୍ଗିଥିଲା। ସ୍ମିଥ୍‌ଙ୍କୁ ଟିମ୍‌ ସୌଦୀଙ୍କ ହାତରେ କ୍ୟାଚ କରାଇ ନ୍ୟୁଜିଲାଣ୍ଡକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ୍ବାଗନର। ୪ ଚୌକା ସହ ୪୩ ରନ କରିଥିବା ସ୍ମିଥ ଏଥିପାଇଁ ୧୬୪ଟି ବଲ୍‌ ଖେଳିଥିଲେ। ଚା’ ବିରତି ପରେ ଶତକ ପୂରଣ କରିଥିଲେ ଲାବୁସେନ। ଏହାଥିଲା ତାଙ୍କ କ୍ୟାରିୟରର ୩ୟ ଟେଷ୍ଟ ଶତକ। ୧୬୬ ବଲ୍‌ ଖେଳି ୧୪ ଚୌକା ଓ ୧ ଛକା ସହାୟତାରେ ତିନିଅଙ୍କ ସ୍ପର୍ଶ କରିଥିଲେ ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ୫ମ ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ମାଥ୍ୟୁ ଓ୍ବାଡେ କିନ୍ତୁ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୨୬ ବଲ୍‌ରୁ ମାତ୍ର ୧୨ ରନ କରିଥିବାବେଳେ ସୌଦୀଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଷ୍ଟମ୍ପ ପ୍ରତ୍ୟାହୃତ ହେବା ବେଳକୁ ଲାବୁସେନ ୧୧୦(୨୦୨ ବଲ) ଓ ଟ୍ରାଭିସ ହେଡ୍‌ ୨୦(୩୪ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଅସମାପ୍ତ ୫ମ ଉଇକେଟରେ ଏ ଦୁହେଁ ୨୩ ରନର ଭାଗୀଦାରି ଗଢ଼ି ଦଳପାଇଁ ସମ୍ମାନଜନକ ସ୍କୋରର ସମ୍ଭାବନା ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବାଗନର ୨ଟି ଏବଂ ସୌଦୀ ଓ ଗ୍ରାଣ୍ଡହୋମ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୪୮/୪(ଲାବୁସେନ-୧୧୦*, ସ୍ମିଥ-୪୩, ଓ୍ବାର୍ନର-୪୩, ହେଡ୍‌-୨୦*, ଓ୍ବାଗନର-୨/୫୨, ସୌଦୀ-୧/୫୩, ଗ୍ରାଣ୍ଡହୋମ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri