ଲାଞ୍ଚ ନେଇ ଜେଲ୍‌ ଗଲେ ମାଲକାନଗିରି ସଦର ଥାନାର ୩ ପୋଲିସ ଅଧିକାରୀ

ମାଲକାନଗିରି,୨୬।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ କାର୍ଯ୍ୟାଳୟର ପଦାଧିକାରୀମାନେ ଲାଞ୍ଚ ନେବା ମାମଲାରେ ଗିରଫ କରିଛନ୍ତି। ସେମାନେ ହେଲେ ସବ୍‌ ଇନ୍ସସ୍ପେକ୍ଟର କୁନାଲ କୁମାର, ମାନସ ସ୍ବାଇଁ, ଆଇଆଇସି ରଞ୍ଜନ କୁମାର ସାହୁ।
ପ୍ରକାଶ ଯେ, ଗତ କିଛିଦିନ ପୂର୍ବରୁ ମାଲକାନଗିରି ସଦର ମହକୁମା ଏକ ଘରୋଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଜାଲ ସାର୍ଟିଫିକେଟ ଦେଇଥିବା ଘଟଣାରେ ମାମଲା ଦାଏର ହୋଇଥିଲା। ସମ୍ପୃକ୍ତ ମାମଲାର ରଫାଦଫା ପାଇଁ ମାଲକାନଗିରି ପୋଲିସ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ନିର୍ଦ୍ଦେଶକ ପାଣିଗ୍ରାହୀଙ୍କ ନେତୃତ୍ୱରେ କଟକ ଦୁର୍ନୀତି ନିବାରଣ ବିଭାଗର ୬ ଡିଏସ୍‌ପି, ୧୦ ଇନ୍ସସ୍ପେକ୍ଟର, ୪ ସବ୍‌ ଇନ୍ସସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ପୂର୍ବ ଯୋଜନାନୁଯାୟୀ ଥାନାର ସବ୍‌ ଇନ୍ସସ୍ପେକ୍ଟର କୁନାଲ କୁମାର ଏବଂ ମାନସ ସ୍ବାଇଁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ। ଏଥିସହ ଆଇଆଇସି. ରଞ୍ଜନ କୁମାର ସାହୁଙ୍କୁ ମଧ୍ୟ ଏହି ମାମଲାରେ ଥାନାରୁ ନେଇ ପଚରା ଉଚୁରା କଲାପରେ ରାତିରେ ଜୟପୁର ନେଇ ଯାଇଥିଲେ। ତେବେ ଶୁକ୍ରବାର ତିନିଜଣଙ୍କୁ ଗିରଫ କରାଯାଇ କଟକ ଦୁର୍ନୀତି ନିବାରଣ ସେଲ୍‌ରେ କେସ୍‌ ନଂ .୯/୧୯ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଦୁର୍ନୀତି ନିବାରଣ ବିଭାଗ ଇନ୍ସସ୍ପେକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ବ୍ୟବସାୟୀ ଗିରଫ

ରାୟଗଡ଼ା ଅଫିସ,୧ା୫(ଡି.ଏନ୍‌.ଏ): ଲକ୍‌ଡାଉନରେ ବେଧଡ଼କ ଚାଲିଛି ଗୁଟ୍‌ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍‌ରେ ବିପୂଳ ପରିମାଣରେ ଗୁଟ୍‌ଖା...

ତାମିଲ୍‌ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଟିକିରି,୨୯ା୩: ଲକ୍‌ଡାଉନ୍‌ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା...

ଶ୍ରାବଣ ପ୍ରଥମ ସୋମବାରରେ ଜଳଲାଗି କଲେ ହଜାର ହଜାର କାଉଡ଼ିଆ

କୋରାପୁଟ,୨୨।୭(ସ୍ବ.ପ୍ର.) : ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳଲାଗି କରିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର କାଉଡ଼ିଆ କୋରାପୁଟ ଆଗମନ କରିଥିବା ଦେଖାଯାଇଛି। କଟକ, ଜଗତିସଂହପୁର,...

ଧରାପଡ଼ିଲେ ୫ ସୁନା ଚୋର

ରାୟଗଡ଼ା ଅଫିସ,୨ା୨: ରାୟଗଡ଼ା ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଜନୈକ ବ୍ୟବସାୟୀଙ୍କ ଘରୁ ଗତ ୧୯ ତାରିଖରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ବୁଧବାର...

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା...

ନାଳ ନିକଟରୁ କଙ୍କାଳ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୨: ରାୟଗଡ଼ାର ରଇତ କଲୋନୀଠାରେ ଥିବା ନୂଆ ସାହି ନାଳ ନିକଟରୁ ସ୍ଥାନୀୟ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ...

ରାୟଗଡ଼ାରେ ତ୍ରିରଙ୍ଗା ଉଡ଼ାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬।୧: ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।...

ଗୋଦାମ ଅଭାବ, ଲକ୍ଷ୍ୟଧାର୍ଯ୍ୟ କମିଲା: ୧୦ ହଜାର କମ୍‌ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କିଣାଯିବ

ନବରଙ୍ଗପୁର,୨୫।୪(ବି.ପ୍ର.)-କେନ୍ଦୁପତ୍ର ଗୋଦାମ ଓ ରପ୍ତାନୀର ଅଭାବ ଲାଗି ନବରଙ୍ଗପୁର ଜିଲାରେ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଚଳିତ ବର୍ଷ କମାଯାଇଛି।  ଜିଲାରେ ଗତ ବର୍ଷ ଠାରୁ ଚଳିତ...

Advertisement
Archives

Model This Week