ଲାଇଫ୍‌ଷ୍ଟାଇଲ୍‌ ଆରମ୍ଭ କଲା ‘ରଜ ଷ୍ଟାଇଲ୍‌ ଫେଷ୍ଟ୍‌’

ଭୁବନେଶ୍ୱର, ୪।୬(ବ୍ୟୁରୋ): ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର୍‌ ପକ୍ଷରୁ ସହରର ଫ୍ୟାଶନେବୁଲ୍‌ ଯୁବପିଢୀଙ୍କ ପାଇଁ ଏକ ଭିନ୍ନସ୍ବାଦର ଫ୍ୟାଶନ ଶୋ’ ‘ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ୍‌ ଫେଷ୍ଟ୍‌’ ଆୟୋଜିତ ହେବାକୁ ଯାଉଛି। ସୋମବାର ଷ୍ଟୋର୍‌ ପରିସରରେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଏଲିନା ସାମନ୍ତରାୟ ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ର ଶୁଭାରମ୍ଭ କରିଥିଲେ। ଏହାସହ ପ୍ରତିଯୋଗିତାର କ୍ରାଉନ୍‌ ‘ମିସ୍‌ ରଜ ୨୦୧୯’କୁ ସେ ଏହି ଅବସରରେ ଉନ୍ମୋଚନ କରିଥିଲେ।
ଭୁବନେଶ୍ୱରର ଫ୍ୟାଶନପ୍ରେମୀ ମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବା ଲାଗି ଏହି ଷ୍ଟାଇଲ୍‌ ଫେଷ୍ଟ୍‌ର ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତିଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଛି। ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେରେ ଆୟୋଜିତ ହେବାକୁ ଥିବା ର଼୍ୟାମ୍ପ୍‌ୱାକ୍‌ରେ ଲାଇଫ୍‌ଷ୍ଟାଇଲର ନୂଆ ସମ୍ଭାର ଓ ଚଳିତ ସିଜିନ୍‌ର ସମସ୍ତ ସଦ୍ୟତମ ଟ୍ରେଣ୍ଡ୍‌କୁ ପ୍ରଦର୍ଶିତ କରାଯିବ। ଏହାବ୍ୟତୀତ ‘ଲାଇଫଷ୍ଟାଇଲ ରଜ ଷ୍ଟାଇଲ ଫେଷ୍ଟ୍‌’ ଫ୍ୟାଶନେବୁଲ୍‌ ଦମ୍ପତିଙ୍କୁ ମଧ୍ୟ ଏହି ଅବସରରେ ସ୍ବୀକୃତି ପ୍ରଦାନ କରିବ। କାର୍ଯ୍ୟକ୍ରମକୁ ଉନ୍ମୋଚନ କରି ଲାଇଫ୍‌ଷ୍ଟାଇଲ୍‌ ମାର୍କେଟିଂର ସିନିୟର୍‌ ଭାଇସ୍‌ ପ୍ରେସିଡେଣ୍ଟ ଶ୍ରୀନିବାସ ରାଓ କହିଥିଲେ, ଭୁବନେଶ୍ୱର କସ୍‌ମୋପଲିଟାନ ଜୀବନଶୈଳୀ ଏବଂ ଭିନ୍ନ ଧରଣର ଗ୍ରାହକଙ୍କ ପ୍ରତିନିଧିତ୍ୱ କରୁଛି। ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଠ ଫ୍ୟାଶନ କଲେକ୍ସନ ଯୋଗାଇଦେବାକୁ ଲାଇଫ୍‌ଷ୍ଟାଇଲ୍‌ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଲାଇଫଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ ମାଧ୍ୟମରେ ଆମେ ସହରର ଯୁବବର୍ଗଙ୍କ ପାଖରେ ପହଞ୍ଚତ୍ବୁ ଓ ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭଲ ମଞ୍ଚ ଯୋଗାଇଦେବୁ ବୋଲି ସେ କହିଥିଲେ। ଲାଇଫ୍‌ଷ୍ଟାଇଲ୍‌ ବିଭିନ୍ନ ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ୍‌ ଓ ସମସ୍ତ ପ୍ରକାରର ସଦ୍ୟତମ ଟ୍ରେଣ୍ଡ୍‌ ସହ ସ୍ବତନ୍ତ୍ର ସପିଂ ଅନୁଭୂତି ପ୍ରଦାନ କରିଥାଏ ବୋଲି ଅଭିନେତ୍ରୀ ଏଲିନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ବଢିପାରେ ସଂକ୍ରମଣ: ଡିଏମ୍‌ଇଟି

  ଭୁବନେଶ୍ୱର,୩୦।୯(ବ୍ୟୁରୋ): ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର   ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ...

ରାଜ୍ୟରେ ରେକର୍ଡ: ଆଜି ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜ୍ୟରେ ରେକର୍ଡ। ଶୁକ୍ରବାର ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୮୫ ଜଣ ଥିବାବେଳେ ରାୟଗଡାରୁ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି।...

ଅନ୍ଧାରରେ ୯୫ କର୍ମଚାରୀଙ୍କ ଭବିଷ୍ୟତ

କଟକ ଅଫିସ,୨୩ା୮: ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୯୫ଜଣ କର୍ମଚାରୀଙ୍କୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନେ ହେଲେ ଦୈନିକ...

ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା

ସାରସକଣା,୧୬।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା...

ଆରପାରିରେ ଶିକ୍ଷାବିତ୍‌ ନୀଳାଚଳ ମିଶ୍ର

ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍‌.ଏ.) ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ...

ଦୁର୍ଦ୍ଦିନରେ ୫୦୦ ବୁଣାକାର ପରିବାର

ଖୋର୍ଦ୍ଧା ଅଫିସ,୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ...

ପାଣି ଭିତରେ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ

କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି...

Advertisement
Archives

Model This Week