Posted inଜାତୀୟ

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ ନୂଆ ସଂଗଠନ ଲଞ୍ଚ୍‌ କରାଯାଇଛି। ଏଥିସହ ସଂଗଠନ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି, ରାଷ୍ଟ୍ରପତି, ସ୍ବରାଷ୍ଟ୍ରମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାଁ ରହିଛି। ଏଥିସହ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ନାଁ ମଧ୍ୟ ରହିଛି। ତେବେ ତାଲିକାର ସବୁଠାରୁ ଆଗରେ ମୋଦି ଓ ବିରାଟଙ୍କ ନାଁ ରହିଥିବା ଜଣାପଡ଼ିଛି। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ ଉପରେ ଚାପ ପଡ଼ିବା ପରେ ଏବଂ ଭାରତୀୟ ସେନାଙ୍କ ଦ୍ୱାରା ନିହତ ହୋଇଥିବା ଆତଙ୍କବାଦୀଙ୍କ ପ୍ରତିଶୋଧ ନେବା ପାଇଁ ଏହି ନୂଆ ସଂଗଠନ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ପ୍ରଥମଥର ପାଇଁ ଆତଙ୍କବାଦୀଙ୍କ ଟାର୍ଗେଟରେ ଜଣେ କ୍ରିକେଟର ମଧ୍ୟ ରହିଛନ୍ତି। ଆସନ୍ତା ସପ୍ତାହରେ ଦିଲ୍ଲୀରେ ମ୍ୟାଚ ହେବାକୁ ଥିବା ବେଳେ ଏଥିରେ ବିରାଟ ଭାଗ ନେବେ। ଏହି ତାଲିକାକୁ ଏନ୍‌ଆଇଏ କାର୍ଯ୍ୟାଳକୁ ପଠାଯାଇଛି। ଆଉ ଏଥିରେ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଅଲ୍‌ ଇଣ୍ଡିଆ ଲସ୍କର-ଇ-ତୋଏବା ହାଇ ପାଓ୍ବାର କମିଟି କେରଳର କୋଝିକୋଡ ବୋଲି ଲେଖା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ନିବେଶ ପାଇଁ ସୁମଲିମ୍‌ ରାଷ୍ଟ୍ରଙ୍କ ସହିତ ଭାରତର ଯୋଗାଯୋଗ ପ୍ରୟାସ…

ନୂଆଦିଲ୍ଲୀ,୨୧।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଜମ୍ମୁ-କଶ୍ମୀରରେ ପର୍ଯ୍ୟାୟକ୍ରମେ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସ୍ବତନ୍ତ୍ର ରଣନୀତି...

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ

ଭୋପାଳ,୧୧।୯: ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ଘଟିଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା...

ଡୋକ୍‌ଲାମ ନିକଟରେ ଚାଇନାର କ୍ଷେପଣାସ୍ତ୍ର ଘାଟି

ନୂଆଦିଲ୍ଲୀ, ୩୦।୮: ଡୋକଲାମ ନିକଟରେ ଚାଇନା ଦୁଇଟି ଏୟାର ଡିଫେନ୍ସ ପୋଜିଶନ୍‌ର ବିକାଶ କରୁଛି। ଏହା ଡୋକ୍‌ଲାମ ସମେତ ସିକ୍କିମ୍‌ର ନାକୁ ଲାକୁ ଟାର୍ଗେଟ କରିପାରିବ।...

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨

ନୂଆଦିଲ୍ଲୀ,୭।୭: ମୋଦୀ କ୍ୟାବିନେଟର ବୁଧବାର ସମ୍ପ୍ରସାରଣ ହୋଇଛି। ଓଡ଼ିଶାର ୨ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଏମ୍‌ପି...

ପ୍ରଶଂସକଙ୍କ ପ୍ରାର୍ଥନା ଭିକ୍ଷା କଲେ ଶାରଦା

ପାଟନା,୨୧।୮: ପଦ୍ମ ଭୂଷଣରେ ସମ୍ମାନୀତ ଲୋକପ୍ରିୟ ଲୋକ ସଙ୍ଗିତ ଗାୟିକା ଶାରଦା ସିହ୍ନା କରୋନା ଭାଇରସରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଏକ ଭିଡିଓ ଜାରି...

ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ

ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର...

୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୨।୧: ଆସନ୍ତା ଫେବୃୟାରୀ ୧୦ରୁ ୫ଟି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ତେବେ କୋଭିଡ୍‌ କଟକଣା ମଧ୍ୟରେ ନିର୍ବାଚନ କିପରି ହୋଇପାରିବ ସେନେଇ ନିର୍ବାଚନ କମିଶନ...

ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ: ୬ ଯବାନ ମୃତ

ରାୟପୁର, ୪।୧୨: ଛତିଶଗଡର ନାରାୟଣପୁର ଜିଲାରେ ଏକ ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଦୁଇ...

Advertisement
Archives

Model This Week