ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଲତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବଲିଉଡ୍‌ ଡ୍ରିମଗର୍ଲ ହେମାମାଳିନୀ ମଧ୍ୟ ମଙ୍ଗଳବାର ସକାଳେ ଟୁଇଟ୍‌ କରି ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି ଲତା ଜୀ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆମ ଗହଣକୁ ଫେରି ଆସନ୍ତୁ। ଏପଟେ ଲତାଙ୍କ ଭଉଣୀ ଉଷା ମଙ୍ଗେସକର କହିଛନ୍ତି ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିଛି। ହେଲେ ଏବେ ତାଙ୍କ ବୟସକୁ ଦେଖି ଆମେ କିଛି ସମୟ ପାଇଁ ତାଙ୍କୁ ହସ୍ପିଟାଲରେ ରଖିବାକୁ ଚାହୁଁଛୁ। ସୂଚନାଯୋଗ୍ୟ, ଲତାଙ୍କର ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ...

ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି...

ସ୍ବାମୀ ନିକ୍‌ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ରୁ ଓଲିଉଡ୍‌ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ କିଛି ନା କିଛି କାରଣକୁ...

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୧୩।୯-ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଏନ୍‌ଡିଏ ପକ୍ଷରୁ ହରିବଂଶ ନାରାୟଣ ସିଂଙ୍କୁ ପ୍ରର୍ଥୀ କରାଯାଇ ଥିବାବେଳେ ମିଳିତ ବିରୋଧୀ ପକ୍ଷରୁ ଆର୍‌ଜେଡି...

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଟୁଇଟର ଇଣ୍ଡିଆରୁ ୯୦% କର୍ମଚାରୀ ବିଦା

ନୂଆଦିଲ୍ଲୀ, ୮।୧୧: ସୋସିଆଲ ମିଡିଆ ଜାଏଣ୍ଟ କୁହାଯାଉଥିବା ଟୁଇଟରର ମାଲିକାନା ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ହାତକୁ ଚାଲିଯିବା କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ...

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ...

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୦।୩: ସାରା ଦେଶରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ସେ ଟୁଇଟ୍‌...

Advertisement
Archives

Model This Week