ଲଣ୍ଡନ ମାରାଥନ୍‌ରେ ଦୌଡ଼ିଲେ ୪୦ହଜାର

ଲଣ୍ଡନ, ୨୯ା୪: ରବିବାର ବିଶ୍ୱପ୍ରସିଦ୍ଧ ୩୯ତମ ଲଣ୍ଡନ ମାରାଥନ୍‌ରେ ୪୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାଗନେଇଥିଲେ। ଅଧିକାଂଶ ଦୌଡାଳି ଗିନିଜ୍‌ ବିଶ୍ୱରେକର୍ଡ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ। ସେମାନେ ଦୌଡିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ବିଶିଷ୍ଟ ଟେନିସ ଖେଳାଳି ଆଣ୍ଡି ମୁରେ ବନ୍ଧୁକରୁ ଗୁଳି ଫୁଟାଇ ଏହାର ଶୁଭାରମ୍ଭ କରିଥିଲେ। ୧୯୮୧ରେ ଲଣ୍ଡନ ମାରାଥନ୍‌ ଆରମ୍ଭ ହେବା ପରଠାରୁ ଏହା ୧୦୦କୋଟି ପାଉଣ୍ଡ ପାଣ୍ଠି ଉଠାଣ କରିସାରିଲାଣି ବୋଲି ଦୌଡ ଆୟୋଜକ ଭର୍ଜିନ ମନି ପକ୍ଷରୁ ପ୍ରକାଶ ପାଇଛି। ଇଭେଣ୍ଟ ନିର୍ଦ୍ଦେଶକ ହୁଗ୍‌ ବ୍ରାଶରଙ୍କ କହିବାନୁଯାୟୀ, ବିଶ୍ୱରେ ଅନ୍ୟ କୌଣସି ମାରାଥନ୍‌ରେ ଏତେସଂଖ୍ୟକ ବ୍ୟକ୍ତି ଅଂଶଗ୍ରହଣ କରନ୍ତି ନାହିଁ। ଏଥିପାଇଁ ପ୍ରତ୍ୟେକ ଦୌଡାଳି, ସମର୍ଥକ, ଦାତା, ଦାତବ୍ୟ ସଂସ୍ଥା, ସ୍ବେଚ୍ଛାସେବୀ, ଆୟୋଜକ, ଦର୍ଶକ ଏବଂ ଷ୍ଟାଫ୍‌ ମେମ୍ବରଙ୍କୁ ସେ ଧନ୍ୟବାଦ ଦେଇଥିଲେ। କଲ୍ୟାଣମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଉଠାଣ ବିଷୟରେ ଉଦ୍‌ବୋଧନ ଦେଇ ଲଣ୍ଡନ ମେୟର ସାଦିକ ଖାନ୍‌ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପାଣ୍ଠି ଉଠାଣକାରୀ ଏହି ବିଶ୍ୱପ୍ରସିଦ୍ଧ ଲଣ୍ଡନ ମାରାଥନ୍‌ ୩୮ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସହାୟତା କରିଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୨୦ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି…

FIFA ଫାଇନାଲରେ ହାରିବା ପରେ ଆର୍ଜେଣ୍ଟିନାରେ ଦଙ୍ଗା, ପୋଲିସକୁ ପଥର ମାଡ

ନୂଆଦିଲ୍ଲୀ,୨୦।୭: ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍ ଠାରୁ ଦଳର ପରାଜୟ ପରେ ଆର୍ଜେଣ୍ଟିନାରେ ଦଙ୍ଗା ଆରମ୍ଭ ହୋଇଛି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍…

ଫିଫା ବିଶ୍ୱକପ ଟ୍ରଫି ପ୍ରଦାନ କରିବା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ କାହିଁକି ମଞ୍ଚ ଛାଡିଲେ ନାହିଁ? ଏବେ ହେଉଛନ୍ତି ଟ୍ରୋଲ

ନ୍ୟୁୟର୍କ,୨୦।୭: ଆମେରିକାର ନ୍ୟୁ ଜର୍ସୀରେ ଅନୁଷ୍ଠିତ ଫିଫା ବିଶ୍ୱକପ 2026 ଫାଇନାଲରେ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ…

ଖୁସି ଖବର ଦେଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୭: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଖୁସି ଆସିଛି। ତାଙ୍କ ପତ୍ନୀ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

Hormuz Ship Blast: ହର୍ମୁଜ ପ୍ରଣାଳୀ ପାର ହେଉଥିବା ଦୁଇଟି ଜାହାଜରେ ବିସ୍ଫୋରଣ, ଗୋଟିଏରେ ତେଲ ସହ ଏଲପିଜି ଥିବା ବେଳେ ଅନ୍ୟଟିରେ ଥିଲା ସାର!

ତେହରାନ,୨୦।୭: ବିଶ୍ୱ ତୈଳ ଯୋଗାଣ ପାଇଁ ଜୀବନରେଖା ବିବେଚିତ ହର୍ମୁଜ ପ୍ରଣାଳୀରେ ବିସ୍ଫୋରଣର ରିପୋର୍ଟ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ନୌସେନା ଖଣି…

ତରଳ ଲୁଣ, ମଣିଷ ଝାଳ: ଆସୁଛି ଅଭିନବ ‘ବ୍ୟାଟେରି’ ପ୍ରଯୁକ୍ତି

ନ୍ୟୁୟର୍କ, ୨୦ା୭: ବିଶ୍ୱରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ପ୍ରାକୃତିକ ଉତ୍ସରୁ ମିଳୁଥିବା ବିଦ୍ୟୁତ୍‌କୁ ଦୀର୍ଘ ସମୟ ଧରି ସଂରକ୍ଷିତ କରି ରଖିବା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri