ଲଘୁ ଖଣିଜ ଚୋରି ରୋକିବାକୁ ୧୦ ଜିଲାପାଳଙ୍କୁ ଚିଠି

କଟକ ଅଫିସ,୧୨।୧୨: କେନ୍ଦ୍ରାଞ୍ଚଳ ଅଧୀନ ୧୦ଟି ଜିଲାରେ ଆଖିବୁଜା ଲଘୁ ଖଣିଜଦ୍ରବ୍ୟ ଚୋରି ହେଉଛି। ଏହି ଚୋରିକୁ ରୋକିବା ପାଇଁ ଆର୍‌ଡିସି ଅନିଲ କୁମାର ସାମଲ ୧୦ ଜିଲାପାଳଙ୍କୁ ତାଗିଦ୍‌ କରିଛନ୍ତି। ବିଶେଷକରି ଉପଜିଲାପାଳ ଓ ତହସିଲଦାରମାନେ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଏହା ଏବେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ତେଣୁ ଉପଜିଲାପାଳ ଓ ତହସିଲଦାରମାନଙ୍କ ଏଭଳି ସ୍ଥାଣୁତାକୁ ବରଦାସ୍ତ କରାଯିବନାହିଁ ବୋଲି ଆରଡିସି କହିଛନ୍ତି। ଏହି ଚୋରିକୁ ରୋକିବା ପାଇଁ ଆରଡିସି ସାମଲ କେତେଗୁଡିଏ ନିର୍ଦ୍ଦେଶନାମା ଜିଲାପାଳମାନଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି। ଜିଲାପାଳମାନେ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ସଇରାତଗୁଡିକର ଡିଜିପିଏସ(ଡିଫରେନସିଆଲ ଗ୍ଲୋବାଲ ପୋଜିିଶନିଂ ସିଷ୍ଟମ) ସର୍ଭେ କରିବା ସହିତ ସଇରାତ ଚିହ୍ନଟ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଖଣି ଅଞ୍ଚଳଗୁଡିକର ତଦାରଖ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ମୁତୟନ କରିବାକୁ ଆରଡିସି କହିଛନ୍ତି। ଏହି ଖଣିଜଦ୍ରବ୍ୟଗୁଡିକ ମଧ୍ୟରେ ଆଖିବୁଜା ବାଲି ଚୋରି ଅଧିକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ବାଲି ଚୋରି ଫୋକସ୍‌ରେ କଟକ ଓ ଯାଜପୁର ଜିଲା ରହିଥିବା ବେଳେ ପଥର ଚୋରି ଫୋକସ୍‌ରେ ଖୋର୍ଦ୍ଧା ରହିଛି। ଯାଜପୁର ଜିଲାରେ ୨୦୧୮ ଏପ୍ରିଲ ପହିଲାରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଲଘୁ ଖଣିଜଦ୍ରବ୍ୟ ରୟାଲ୍‌ଟି ବାବଦରେ ମୋଟ ୧୩କୋଟି ୨୩ଲକ୍ଷ ୩୩ହଜାର ୨୩୨ ଟଙ୍କା ଆଦାୟ ହୋଇଥିବାବେଳେ ବେଆଇନ ଉତ୍ତୋଳନ ପାଇଁ ଜରିମାନା ବାବଦକୁ ୧କୋଟି ୯୩ଲକ୍ଷ ୧୦ହଜାର ୫୩୦ଟଙ୍କା ଆଦାୟ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରଶାସନ ପକ୍ଷରୁ ୬୪୯ ଥର ଚଢାଉ କରାଯାଇ ୧୨୦୧ ଗାଡିକୁ ଜବତ କରାଯାଇଛି।
ଖୋର୍ଦ୍ଧା ଜିଲାର ପଥର ଖଣିକୁ ଦେଖିଲେ ଅଧିକାଂଶ ଖଣି ପୁରୀ ଶ୍ରୀଜଗନ୍ନାଥଙ୍କ ଜମିରେ ରହିଛି। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଜିଲାର ମୋଟ ୧୩୧ଟି ଖଣି ମଧ୍ୟରୁ ୬୫ଟି କାର୍ଯ୍ୟ କରୁଥିବା ରିପୋର୍ଟରୁ ଜଣାପଡିଛି। ତେବେ ଜିଲାରେ କାର୍ଯ୍ୟ କରୁଥିବା ବେଆଇନ କ୍ରଶର ୟୁନିଟ୍‌ଗୁଡିକ ଉପରେ କଡା ନଜର ରଖିବାକୁ ଆର୍‌ଡିସି ତାଗିଦ କରିଛନ୍ତି। ଜଟଣୀ ତହସିଲ ଅଞ୍ଚଳରୁ ବେଆଇନଭାବେ ପଥର ଉତ୍ତୋଳନ କରାଯାଇ ଡେଲାଙ୍ଗ ଓ କଣାସ ଅଞ୍ଚଳକୁ ଚାଲାଣ କରାଯାଉଥିବା ଜଣାପଡିଛି।
ବାଲି ଚୋରି କଟକ ଜିଲାରେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଦିନ ଦ୍ୱିପ୍ରହରରେ ମହାନଦୀ, କୋଠଯୋଡି, ଲୁଣା, ଚିତ୍ରୋତ୍ପଳା ଓ ବିରୂପା ଆଦି ନଦୀରୁ ବେଆଇନଭାବେ ବାଲି ଚୋରି କରାଯାଉଛି। ସ୍ଥାନୀୟ ପୋଲିସ ଓ ତହସିଲ ପ୍ରଶାସନ ସହାୟତାରେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ସେମାନଙ୍କର ବାଲି ଘାଟ ଲିଙ୍କ ପଦାକୁ ଆସିଥିଲା। ଏହାପରେ କଟକ ସଦର ତହସିଲ ଅଞ୍ଚଳରେ ତହସିଲ ପ୍ରଶାସନ ଖୋଳତାଡ କରିବାରୁ ବଡ ଧରଣର ବାଲି ଚୋରି ର଼୍ୟାକେଟ ଧରାପଡିଥିଲା। ଲିଜ୍‌ଧାରୀମାନେ ଯେତିକି ଇଲାକା ଲିଜ୍‌ ସୂତ୍ରରେ ଆଣିଛନ୍ତି ତାହା ଠୁ ଅଧିକ ଇଲାକାରୁ ବାଲି ଉତ୍ତୋଳନ କରୁଥିବା ତଦନ୍ତରୁ ଜଣାପଡିଥିଲା। ଫଳରେ ଏହି ଲିଜ୍‌ଧାରୀମାନଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା। ମୁଖ୍ୟତଃ ନଦୀର ସମ୍ବେଦନଶୀଳ ଅଞ୍ଚଳରୁ ବାଲି ଉତ୍ତୋଳନ କରାଯାଉଥିବାରୁ ଭବିଷ୍ୟତରେ ନଦୀର ଗତିପଥ ପରିବର୍ତ୍ତନ ହେବା ଆଶଙ୍କା ରହିଛି। ଏ ସମ୍ପର୍କରେ ଆରଡିସିଙ୍କ କାର୍ଯ୍ୟାଳୟରେ ରାଜସ୍ବ ଦାୟିତ୍ୱରେ ଥିବା ଅଧିକାରୀ ଏଲୋରା ଭାରତୀ ଜେନାଙ୍କୁ ପଚାରିବାରୁ ଲଘୁ ଖଣିଜଦ୍ରବ୍ୟ ଉପରେ କଡା ନଜର ରଖାଯାଇଛି। ଏହି ଚୋରିରେ ସାମିଲ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri