ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.)

ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ବିଲରେ ପାଣି ଜମିଥିବାରୁ ଧାନ ଗଜା ହୋଇଛି। ଟମାଟୋ, ବାଇଗଣ, କୋବି ଆଦି ଫସଲ କରିଥିବା ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ଲଗାଣ ବର୍ଷାରେ ବିଲରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ପରିବା ଗଛ ଲଗାଯାଇପାରୁନି ବୋଲି ଓଡ଼ାପଡ଼ା ବ୍ଲକ ଘିଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର କାମେଶ ପରିଡ଼ା, ସୁଦର୍ଶନ ନାୟକ, ଶେଷଦେବ ନାୟକ, ଶ୍ରୀଧର ସାହୁ, ଅଭିମନ୍ୟୁ ସାହୁ, ଗଣେଶ୍ୱର ପରିଡ଼ା ପ୍ରମୁଖ ଚାଷୀ ପ୍ରକାଶ କରିଛନ୍ତି।
ସେହିପରି ପରିବା ଚାଷକୁ ଭରସା କରି ଚଳୁଥିବା ପରିବାର ପାଇଁ ଏହି ବର୍ଷା ଦୁଃଖ ଆଣି ଦେଇଛି। ଋଣ କରି ଚାଷ କରିଥିବା ଚାଷୀମାନେ ବିଶେଷ କରି ଚିନ୍ତାରେ ପଡିଛନ୍ତି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ବେଗୁନିଆଁପାଳର ଚାଷୀ ପ୍ରଶାନ୍ତ ଖଟୁଆ, ରବି ଖଟୁଆ, ସୁଦର୍ଶନ ରାଉତ ଦାବି କରିଛନ୍ତି। ସେହିପରି କୋଇଲିପଙ୍ଗି ଗ୍ରାମର ପ୍ରଭାକର ପଣ୍ଡାଙ୍କ ପ୍ରାୟ ୨ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଭାପୁର ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି, ଜିଲାରେ କମ୍‌ ପରିମାଣର ବର୍ଷା ହୋଇଥିବାରୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ମିଳିନାହିଁ। ଯେଉଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବିଭାଗସ୍ତରରେ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ହ୍ୟାକ୍‌ କରି ୫.୧ କୋଟି ଠକେଇ ମାମଲା: ରାଉରକେଲାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧(ବ୍ୟୁରୋ): ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପୋର୍ଟାଲ ହ୍ୟାକ୍‌ କରି ଇ-ଚେକ୍‌ ଜରିଆରେ ୫.୧ କୋଟି ଠକେଇ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର...

ନୂଆ ଭାରିଆଣ୍ଟକୁ ନେଇ ରାଜ୍ୟ ସରକାର ସଜାଗ: ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୩।୧୨(ବ୍ୟରୋ): ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସଚିବଙ୍କ...

ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ...

ଅପରାହ୍ନ ୪ଟାଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨ା୭ (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ପରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ହେଲେ ନୂପୁର ଶର୍ମାଙ୍କ...

ଓଲଟିଲା ସ୍କୁଲ ବସ୍‌: ମଦ ପିଇ ଗାଡି ଚଳାଉଥିଲେ ଡ୍ରାଇଭର

ପଦ୍ମପୁର,୨୬।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ସହରର ଜେନିଥ ଲାୟନ୍ସ ଗୁରୁକୁଳର ଏକ ବସ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଛାତ୍ରୀଛାତ୍ରଙ୍କୁ ଛାଡିବାକୁ ଯାଉଥିବା ବେଳେ ଝାଙ୍କରପାଲି...

୮ ବର୍ଷ ହେଲା ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର ଅଫିସ,୨୮ା୫: ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଜଣାପଡ଼ିଛି ସତ। ୮ ବର୍ଷ ହେଲା ଏକ ସ୍କୁଲରେ ଦୁଇଜଣ ନକଲି ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା...

ନଦୀପଠାରେ ପୋତା ହୋଇଛି ମୃତଦେହ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ...

ଭତାରୁ ବଁଚିତ୍‌ ଫୁଲ

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍‌ନେ ପୀତବାସ ନାଗ ଦୁଇ ବଛର...

Advertisement
Archives

Model This Week