ଲଗାଣ ବର୍ଷା ଯୋଗୁ କୋରୁକୋଣ୍ଡା ଅଞ୍ଚଳର ଅନେକ ପୋଲ ଉପରେ ବର୍ଷା ଜଳ ପ୍ରବାହିତ

କୋରୁକୋଣ୍ଡା, (ଡି.ଏନ୍‌.ଏ.)୨।୭: ଗୁରୁବାର ରାତିରୁ ଲଗାଣ ବର୍ଷା ହେତୁ ମାଲକାନଗିରି ଜିଲା କୋରୁକୋଣ୍ଡା ଅଞ୍ଚଳରେ ଅନେକ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି। କୋରୁକୋଣ୍ଡା ନଦୀ ଏବଂ ଚାଲାଣଗୁଡ଼ା ନିକଟସ୍ଥ ତମସା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏମ୍‌ଭି-୩୭ ପୋଲ ଉପରେ ବନ୍ୟା ଜଳ ପ୍ରାୟ ୩ରୁ ୪ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। କୋରୁକୋଣ୍ଡା ପୋଲ ଉପରେ ପ୍ରାୟ ୪ ଫୁଟ ଏବଂ ତମସା ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ଜଳ ପ୍ରବାହ ହେଉଛି। ତମସା ପୋଲ ଉପରେ ଜଳ ପ୍ରବାହିତ ହେଉଥିବା ଫଳରେ ମାଲକାନଗିରିଠାରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୁକୁମାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଛି। ସେହିପରି କୋରୁକୋଣ୍ଡା ପୋଲ ଓ ଏମ୍‌ଭି-୩୭ ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ବାଲିମେଳା ଓ ମାଲକାନଗିରି ମୁଖ୍ୟ ରାସ୍ତାଦେଇ ଗମନାଗମନ ବନ୍ଦ ରହିଛି। ସପ୍ତାହେଧରି ଲଗାଣ ବର୍ଷା ହେତୁ ବିଭିନ୍ନ ଜମିଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆହୁରି ୨ରୁ ୩ ଦିନ ଲଗାଣ ବର୍ଷାର ସମ୍ଭାବନା ହେତୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ

ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍‌ରେ।...

୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୨ା୧(ସ୍ବ.ପ୍ର.): ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ପଟ୍ଟାଙ୍ଗି,୮ା୧୧(ଡି.ଏନ.ଏ.):ଜାତୀୟ ରାଜପଥ ବିଭାଗର ଖାମଖିଆଲ ଯୋଗୁ ବିଭାଗର ରାଜପଥଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି। କୋରାପୁଟ ଜିଲା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାଠାରୁ ଆରମ୍ଭ କରି...

ଅନ୍ଧବିଶ୍ୱାସ: କଦଳୀ ଭେଳା କରି ସମୁଦ୍ରରେ ଭସାଇଦେଲେ ସାପ କାମୁଡ଼ା ଛାତ୍ରୀଙ୍କ ମୃତଦେହ

ମହାକାଳପଡ଼ା,୨୪ା୯ ଡି.ଏନ.ଏ.): ଅନ୍ଧବିଶ୍ୱାସ ଓ ପୁରୁଣା ପରମ୍ପରା ଏବେ ବି ଲୋକଙ୍କ ମନରେ ବଞ୍ଚତ୍ ରହିଛି। ତା’ର ଏକ ଉଦାହରଣ ଗୁରୁବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...

ଓଟିଏମ୍‌ର ପୁନରୁଦ୍ଧାର ଦାବିରେ ଚୌଦ୍ୱାର ସହରବାସୀଙ୍କ ନୀରବ ପ୍ରତିବାଦ

ଚୌଦ୍ୱାର,୫।୬(ଡି.ଏନ୍‌.ଏ): ଭଦ୍ରକ ଜିଲାର ଧାମରାଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ କ୍ୟାବିନେଟ୍‌ ମୋହର ଲାଗିଥିବା ବେଳେ ଏହାକୁ ନେଇ କଟକ ଜିଲା ଚୌଦ୍ୱାର ସହରବାସୀଙ୍କ ଦୀର୍ଘଦିନର...

୬ ବର୍ଷ ପରେ ବି ମିଳୁନି ଜମି ଅଧିଗ୍ରହଣ କ୍ଷତିପୂରଣ: ରାସ୍ତା ଅବରୋଧ କଲେ ଜମିହରା

କୋକସରା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣିଠାରୁ ଧର୍ମଗଡ଼ ଦେଇ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ପାଇଁ ଭୁର୍ଷାଗୁଡ଼ା ଗ୍ରାମର ବନମାଳୀ ମାଝି, ପରୀକ୍ଷିତ ମାଝି, ରିକ ମାଝି,...

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା...

‘ଆଜିର ପିଢ଼ି ଆଗାମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ’

ଫୁଲବାଣୀ ଅଫିସ, ୪ା୨-କଳା, ସଂସ୍କୃତି, ଐତିହ୍ୟର ପରମ୍ପରାକୁ ନେଇ ଆମ ରାଜ୍ୟ ସ୍ବତନ୍ତ୍ର ା ଉତ୍ସବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ା ମନକୁ ଉଲ୍ଲସିତ...

Advertisement
Archives

Model This Week