ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ ନେଇ ଚାଷୀ ଚିନ୍ତାରେ ଥିବା ଜଣାପଡିଛି। ଏବର୍ଷ ବର୍ଷା ପାଇଁ ଚାଷୀ, ଚାଷ କାର୍ଯ୍ୟକୁ ନେଇ ଆରମ୍ଭରୁ ଚିନ୍ତାରେ ରହିଅଛି। ଚାଷ ଆରମ୍ଭରେ ବର୍ଷା ବିଳମ୍ବରେ ହୋଇଥିଲା। ଫଳରେ ଧାନ ଚାଷୀ ବହୁମାତ୍ରାରେ ଚାପଗ୍ରସ୍ତ ରହୁଥିଲେ। ହେଲେ ବିଳମ୍ବରେ ହେଲେ ମଧ୍ୟ ଭଲ ବର୍ଷା ହେବାରୁ ଧାନ ଚାଷୀ ମନରେ ଆନନ୍ଦ ଭରି ଦେଇଥିଲା। ଖେତରେ ଧାନ ଫସଲ ଦେଖି ଚାଷୀ ଭଲ ଅମଳକୁ ନେଇ ଖୁସିରେ ରହୁଥିଲେ। ହେଲେ ବୁଧବାର ଅପରାହ୍ନଠାରୁ କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ୨ ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜାଣିବା ପରେ ଏହି ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଅଧିକାଂଶ ଜମିରେ ଧାନ ଫସଲ ପାଚି ଯାଇଛି। ଏହି ଲଗାଣ ବର୍ଷା ଓ ପବନ ଯୋଗୁ ପାଚିଲା ଧାନଗଛଗୁଡିକ ଧାନ ଖେତରେ ପଡି ପାଣିରେ ବୁଡି ରହିଛି। ଯଦି ବର୍ଷା ଦୁଇ ଦିନ ଧରି ଲାଗି ରହେ ତା’ହେଲେ ଧାନ ଖେତରେ ହିଁ ଖରାପ ହେବାର ସମ୍ଭାବନା ରହିଛି। ଚାଷୀ ଅମଳ କରିଥିବା ଧାନଗୁଡିକ ଖଳାରେ ପଡି ରହିଥିବାରୁ ବର୍ଷା ଯୋଗୁ ଏହି ଧାନଗୁଡିକ ଖରାପ ହେବାର ସମ୍ଭାବନାକୁ ଦେଖି ପୁଣି ଚିନ୍ତାରେ ରହୁଛନ୍ତି। ଏହାଛଡା କୁତ୍ରା ଓ ରାଜଗାଙ୍ଗପୁରର ବହୁ ଅଞ୍ଚଳରେ ଚାଷୀମାନେ ପରିବା ଚାଷ କରିଥିବାବେଳେ ଲଗାଣ ବର୍ଷା ଯୋଗୁ ତାହା ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ଦେଖିବାକୁ ମିଳୁଛି। ବଜାରଘାଟ ଜନଗହଳି ନ ଥିବା ଦେଖିବାକୁ ମିଳିଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

