ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା ଓ ବାଲିକୁଦା ବଜାର ଲଗାଣ ବର୍ଷା ଯୋଗୁ ଜନଶୂନ୍ୟ ରହିଥିଲା। ଅପରପକ୍ଷେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ୧୬ ନଂ ଜାତୀୟ ରାଜପଥ କଡ଼ର ଉଭୟ ପାର୍ଶ୍ୱରେ ପାଣି ଜମି ରହିବା ଦ୍ୱାରା ଚାଷ ଜମିଗୁଡ଼ିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହିପରି ଯଦି ଲଗାଣ ବର୍ଷା ଗୁରୁବାର ହୁଏ ତେବେ ଖାଲୁଆ ଅଞ୍ଚଳର ଧାନଚାଷ ନଷ୍ଟ ହୋଇଯିବ ବୋଲି ବହୁ ଚାଷୀ କହିଛନ୍ତି। ଚଣ୍ଡିଖୋଲ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ପଛପଟେ ଥିବା ଖୋସାଲିପୁର ଗ୍ରାମ ଓ ସୁଙ୍ଗୁଡ଼ା ଖେଳପଡ଼ିଆ ନିକଟବର୍ତ୍ତି ଚାଷ ଜମିଗୁଡ଼ିକ ଜଳାମଗ୍ନ ହୋଇପଡ଼ିଥିବାରୁ ଧାନଚାଷ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ଲଗାଣ ବର୍ଷାରେ ବାଲିଚନ୍ଦ୍ରପୁରସ୍ଥିତ ସାହାସପୁର କଲେଜ ସମ୍ମୁଖ ଭାଗଟି ଜଳମଗ୍ନ ହୋଇଛି । ସେହିପରି ବାଲିଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବର୍ଷା ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଅଞ୍ଚଳର ବହୁ ଗ୍ରାମ ରାସ୍ତା ପାଣିରେ ବୁଡ଼ିରହିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷ ଘୋଡ଼ାଇବାକୁ ଉଦ୍ୟମ

ଭୁବନେଶ୍ୱର,୧୧।୨  (ବ୍ୟୁରୋ): ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଉଜୁଡି ଯାଉଛି ଅନେକଙ୍କ ଘର ପରିବାର। ଘଟଣା ଘଟିବାର...

ଆବଶ୍ୟକ ଅନୁଯାୟୀ ପୂରଣ ହେଉନି ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ବିଶ୍ୱରେ ଚାଇନା ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଅଣ୍ଡା ଉତ୍ପାଦନରେ ଆମ ରାଜ୍ୟ ଦେଶରେ ୧୧ତମ ସ୍ଥାନରେ...

ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍‌ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍‌କାର ସମୟରେ...

ଏସ୍‌ଆଇଟିର ତଦନ୍ତ ଜାରି

ନୟାଗଡ଼ ଅଫିସ,୫।୧୨: ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍‌ ୨ଥର ଯଦୁପୁରରେ ପହଞ୍ଚତ୍...

ଯୁକ୍ତ୨ ନାମଲେଖା: ୬ରୁ ଆବେଦନ

ଭୁବନେଶ୍ୱର, ୨ା୬(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ

ଛତ୍ରପୁର, ୧୩/୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର...

ଶଟ୍‌ଡାଉନ୍‌ରେ ଖାଁ ଖାଁ ରାଜଧାନୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଶନିବାର ସୁଦ୍ଧା ଚିହ୍ନଟ ହେଲେଣି ମୋଟ ୨,୭୮୧ କରୋନା ସଂକ୍ରମିତ। କେବଳ ୬ ଦିନରେ ଏହି ସଂଖ୍ୟା ୮୩୩ ବୃଦ୍ଧି ପାଇଛି। ବଢ଼ୁଥିବା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ...


Coronavirus Update

Archives

Model This Week

Why Dharitri