ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି ।  ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।  ପନିପରିବା ସହିତ ତରଭୁଜ ଚାଷ କରି ଲାଭବାନ ହେବାକୁ ଚାଷୀମାନେ ଆଶା ବାନ୍ଧିଥିଲେ ।  ଏଥିପାଇଁ ଧାରକରଜ କରି ଚାଷ କାମ ଆରମ୍ଭ କରିଥିଲେ ।  ହେଲେ ଭାଗ୍ୟ ସାଥ୍‌ ଦେଲାନି ।  ଚାଷ ଆରମ୍ଭର କିଛିଦିନ ପରେ କରାବର୍ଷା ମାଡରେ ଚାଷ ନଷ୍ଟ ହୋଇଥିଲା ।  ତଥାପି ଚାଷୀମାନେ ମନକୁ ବୁଝାଇ ପୁଣିଥରେ ଉଜୁଡି ଯାଉଥିବା ଚାଷକୁ ସଜାଡି ଥିଲେ ।  ଜମିରେ ଦିନରାତି ଏକା କରି ପନିପରିବା ସହିତ ତରଭୁଜ ଫଳାଇବାକୁ ଚେଷ୍ଟା କରିଥିଲେ ।  ସେମାନଙ୍କ ଝାଳବୁଝା ପରିଶ୍ରମ ଯୋଗୁ ଫସଲ ବି ଭଲ ହୋଇଥିଲା ।  ହେଲେ କରୋନା ଆତଙ୍କ ଏଡ଼ାଇବାକୁ ସରକାର ପକ୍ଷରୁ ଲକ୍‌ଡାଉନ ଘୋଷଣା ହେବା ପରେ ଚାଷୀମାନଙ୍କ ଚିନ୍ତା ବଢ଼ିଛି । ବ୍ୟବସାୟୀମାନେ ପନିପରିବା ନେବାକୁ ଆସୁନାହାନ୍ତି ।  ଫଳରେ ବିକ୍ରି ନ ହୋଇ ପନିପରିବା ଜମିରେ ସେମିତି ପଡି ରହିଛି ।  ତରଭୁଜର ଅବସ୍ଥା ବି ସେମିତି ।  ପ୍ରତିଦିନ ପନିପରିବା ସହିତ ତରଭୁଜ ପଚି ନଷ୍ଟ ହେଉଛି ।
କୋକସରା ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ।  ବ୍ଲକର ୪ ପଞ୍ଚାୟତର କେତେକ ଗ୍ରାମ ଡାଲୁଆ ।  ଏହାବ୍ୟତୀତ ବ୍ଲକର ଅନ୍ୟ ପଞ୍ଚାୟତରେ ଖରିଫ ଋତୁ ଧାନ ଅମଳ ସରିବା ପରେ ମୁଖ୍ୟତଃ ଚାଷୀମାନେ ଡାଲି ଜାତୀୟ ଫସଲ କରିଥାନ୍ତି ।  ମୁଟ୍ରାନଦୀକୂଳିଆ ଅଞ୍ଚଳଥିବା ବଡପୋଡାଗୁଡା, ବାବେକୋରହା, ଭାଳିଆଯୋର, କାଉଡୋଲା ସୁନାମାଳ, ଗମ୍ଭାରିଗୁଡା, ମଜୁରସାଇ, ଫୁଫଗାଁ, ଡଙ୍ଗରିଗୁଡା ଓ କମଳନଦୀ କୂଳ ଆଦି ଅଞ୍ଚଳର ଚାଷୀମାନେ କୋବି, ଟମାଟୋ,ବାଇଗଣ, ଲଙ୍କା ମାଖନ, ଭେଣ୍ଡି, କଲରା, ମକା, ପିଆଜ , ତରଭୁଜ ଆଦି ଚାଷକରି ଜୀବାକା ନିର୍ବାହ କରିଥାନ୍ତି ।  ଚଳିତ ବର୍ଷ ମଧ୍ୟ ଶତାଧିକ ଚାଷୀଙ୍କ ପନିପରିବା ଚାଷ ଭଲ ହୋଇଥିଲା ।  ପ୍ରଥମେ କରାମାଡ ରେ ଚାଷ ନଷ୍ଟହୋଇ ଥିବାବେଳେ ଏବେ ଲକ୍‌ ଡାଉନ ଯୋଗୁ ବିକ୍ରି ବନ୍ଦ ହୋଇଯାଇଛି ।  ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।  ଡଙ୍ଗରିଗୁଡାର ସହଦେବ ମାଝି କୁହନ୍ତି, ମୁଁ ୫ ଏକର ଜମିରେ ତରଭୁଜ ଚାଷ କରିଥିଲି ।  ଚଳିତ ବର୍ଷ ଲକ୍ଷାଧିକ ଟଙ୍କା ଲାଭ ହେବ ବୋଲି ଆଶା କରିଥିଲି ।  ସେଥିପାଇଁ ଦିନରାତି ତରଭୁଜ ବାଡିରେ ଶୋଇ ଭାଲୁ, ହେଟାବାଘ ଆଦି ବନ୍ୟଜନ୍ତୁଙ୍କ କବଳରୁ ତରଭୁଜ ଚାଷକୁ ବଞ୍ଚାଇ ରଖିଥିଲି ।  ହେଲେ ଲକ୍‌ଡାଉନ ଯୋଗୁ ମୋ ପରି ଅନେକ ଚାଷୀଙ୍କ ଆଶା ଭାଙ୍ଗି ଯାଇଛି ।  ଏବେ ମୁଖ୍ୟ ବଜାର ସହ କୋକସରା, ଆମପାଣି, ଲଡୁଗାଁ ଆଦି ସାପ୍ତାହିକ ବଜାର ୩ ସପ୍ତାହ ହେଲା ବନ୍ଦ ରହିଛି ।  ଗାଡ଼ି ମୋଟର ବନ୍ଦ ଯୋଗୁ ଅନ୍ୟ ଜିଲାର ବ୍ୟବସାୟୀମାନେ ଆସି ପାରୁନାହାନ୍ତି ।  ଫଳରେ ଜମିରେ ତରଭୁଜ ପଚି ନଷ୍ଟ ହେଉଛି ।  ସେହିପରି ଡଙ୍ଗରିଗୁଡ ଚାଷୀ ଉମାକାନ୍ତ କେତକୀଙ୍କ ତରଭୁଜ ଓ ପନିପରିବା ପଚି ନଷ୍ଟ ହେଉଥିବା କହିଛନ୍ତି ।  ସୁନାମାଳର ଚାଷୀ ଶୁକ୍ରୁ ଭାଟି, ଜୟସେନ ଭାଟି, ଭଳ ରୋତି , ବୈରାଗୀ ସାହୁ, ସୀମା ନାଏକ, ବିଦୁ ହଂସ ଆଦି ଚାଷୀଙ୍କ ପିଆଜ, ମକା , ପନିପରିବା ଆଦି ଲକ୍‌ ଡାଉନ ଯୋଗୁ ବିକ୍ରି ନ ହୋଇ ପଡି ରହିଥିବା ଅଭିଯୋଗ କରିଛନ୍ତି ।  ଏପରି ଚାଷୀଙ୍କୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।  ଏନେଇ କୋକସରା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ପାତ୍ର କୁହନ୍ତି, ପନିପରିବା ଚାଷ ପାଇଁ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ ।  ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର, ୨୦ା୧୨ (ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ଶୀତ ହ୍ରାସ ପାଇବା ପରେ ଶନିବାରଠାରୁ ପୁଣି ବଢ଼ିଛି। ପାରଦ ୪ରୁ ୫ ଡିଗ୍ରୀ ସେଲ୍‌ସିୟସ...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଠାକୁରମୁଣ୍ଡା,୨୩ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋଟି ରାସ୍ତାକଡ଼...

ଭାଜପା ସଂଖ୍ୟାଗରିଷ୍ଠତା ହାସଲ ପରେ ମୋଦି ଫ୍ୟାନଙ୍କ ୨୪୦ କି.ମି.ସାଇକେଲ ଯାତ୍ରା: ମହାପ୍ରଭୁଙ୍କ ଦର୍ଶନ କରିି ପୂରଣ କଲେ ମାନସିକ

ପୁରୀ ଅଫିସ,୨୬।୫: ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ଦ୍ୱିତୀୟ ଥରଲାଗି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ।...

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି...

ରାଜ୍ୟରେ ସୁସ୍ଥ ହେଲେ ୧୮୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୪୮, ନୂଆପଡାରୁ ୧୦୦,...

ଏଥର ଉଠିପାରେ ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ ଅଫିସ,୨୬।୧୧:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁରୀ ଜିଲା ଟ୍ରେଜେରି ତଥ୍ୟରେ...

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ୧୨ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୨ଟି...

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ...

Advertisement
Archives

Model This Week