‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି ଭୂତାଣୁ ପରେ ପୁଣି ସକ୍ରିୟ ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଏହି ସଂସ୍ଥାର ଜରୁରୀ ବିଭାଗ ମୁଖ୍ୟ ବିଶେଷଜ୍ଞ ମାଇକ୍‌ ର଼୍ୟାନ୍‌ କହିଛନ୍ତି, କରୋନା ସଂକ୍ରମଣ ରୋକିବା ଲାଗି ଦେଶଗୁଡ଼ିକ କେବଳ ଲକ୍‌ଡାଉନ କରିପାରିବେ ନାହିଁ। ଜନସ୍ବାସ୍ଥ୍ୟ ପଦକ୍ଷେପ ଜରୁରୀ। ତାଙ୍କ କହିବା ଅନୁଯାୟୀ, ପ୍ରଥମେ କେଉଁମାନେ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ସହ ଆଇସୋଲେଶନରେ ରଖିବାକୁ ହେବ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଲଗା ରଖିବାକୁ ପଡ଼ିବ। ଏସବୁ ବ୍ୟବସ୍ଥା ନ କରି ଲକ୍‌ଡାଉନ କଲେ ବିପଜ୍ଜନକ ହୋଇପାରେ। କାରଣ ଯେତେବେଳେ ଲକ୍‌ଡାଉନ ଓ କଟକଣା ଉଠିଯିବ, ସେତେବେଳେ ରୋଗ ଅଧିକ ଭୟାବହ ହେବ ବୋଲି ର଼୍ୟାନ୍‌ କହିଛନ୍ତି। କରୋନା ସମ୍ପର୍କରେ ବିଶ୍ୱକୁ ସଚେତନ କରାଇବାରେ ବିଳମ୍ବ ଲାଗି ଡବ୍ଲ୍ୟୁଏଚ୍‌ଓ ସମାଲୋଚିତ ହୋଇଛି। ଡିସେମ୍ବର ୩୧ରେ ତାଇଓ୍ବାନର ସ୍ବାସ୍ଥ୍ୟ ଅଧିକାରୀମାନେ ଡବ୍ଲ୍ୟୁଏଚ୍‌ଓ ଏବଂ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟନ୍ତ୍ରକକୁ ଚାଇନାର ଉହାନ ସହରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ସମ୍ପର୍କରେ ଜଣାଇଥିଲେ। ତେବେ ଚାଇନାର ଚାପ ଯୋଗୁ ସେତେବେଳେ ଡବ୍ଲ୍ୟୁଏଚ୍‌ଓ ନୀରବ ରହି ଜାନୁୟାରୀ ୨୦ରେ ସ୍ପଷ୍ଟ କରିଥିଲା। ଫଳରେ କରୋନା ଅଧିକରୁ ଅଧିକ ଦେଶକୁ କାୟା ବିସ୍ତାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri