ଲକ୍‌ଡାଉନ ବେଳେ ଅନାହାର ସହ ସଂଗ୍ରାମ

ନୂଆଦିଲ୍ଲୀ,୧୭।୪: ଗତ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ ଜୀବନ ବଦଳିଯାଇଛି ବୋଲି କହିବା ବାହୁଲ୍ୟ ହେବ ନାହିଁ। କରୋନା ମହାମାରୀ ସାରା ଦୁନିଆକୁ ଘୋଟିଛି। ଏହାର ସଂକ୍ରମତାଜନିତ ପରିଣାମ ଭୋଗିବାରୁ ପ୍ରାୟତଃ କୌଣସି ଦେଶ ଛାଡ଼ ପାଇନାହିଁ। ତେଣୁ ସଙ୍ଗରୋଧ ହୋଇ ରହିବା ଏବଂ ସାମାଜିକ ଦୂରତ୍ୱ ପାଳନ କରାଯାଉଥିବା ସବୁଠି ଦେଖିବାକୁ ମିଳୁଛି। ଲୋକଙ୍କୁ ଘରେ ରହି କାମ କରିବା ପାଇଁ ପରାମର୍ଶ ଦିଆଯାଉଛି। ଅନେକ କ୍ଷେତ୍ରରେ ଏସବୁକୁ ପାଳନ କରିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ହେଲେ ଏହି ପରାମର୍ଶ ଓ ନୀତି ଲକ୍ଷାଧିକ ଲୋକଙ୍କ ପାଇଁ ବିକଳ୍ପ ନୁହେଁ। ଏହି ମହାମାରୀ ଯଦି କିଛି ପ୍ରମୁଖ ଭାବେ ଦର୍ଶାଉଛି, ତାହାହେଉଛି ବିଶ୍ୱର ଅସମାନତା। ଦେଶଗୁଡ଼ିକ ମଧ୍ୟରେ ସର୍ବଦା ‘ବିକାଶୀଳ ଏବଂ ବିକଶିତ’ ଏକ ବିଷୟବସ୍ତୁ ହୋଇରହିଛି।
ଭାରତରେ ରାତାରାତି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ସୀମାକୁ ବନ୍ଦ କରାଯାଇଛି। ୧୪୦ କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଦେଶ ଏବଂ ପୂର୍ବରୁ ଦୁର୍ବଳ ଥିବା ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଏହି ମହାମାରୀ ଭୂତାଣୁ ଗ୍ରାସିଦେବା ଆଶଙ୍କା ବଢ଼ିବା ସହ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଇଛି। ଅନ୍ୟ ଦେଶଗୁଡ଼ିକରେ ଯାହା କରାଯାଉଛି, ତାହାକୁ ଭାରତରେ ବ୍ୟାପକ ଭାବେ ନକଲ କରାଯାଇଥିବାବେଳେ ସେହି ସମୟରୁ ହିଁ ଲକ୍ଷ ଲକ୍ଷ ଶ୍ରମିକ ଓ ଦିନ ମଜୁରିଆ ଅକଥନୀୟ ଦୁର୍ଦ୍ଦଶା ଭୋଗିବେ ବୋଲି ଜଣାପଡ଼ୁଥିଲା।
ସାରା ଉପ-ମହାଦେଶରେ କୋଟି କୋଟି ଲୋକ ଏକ କ୍ଷଣରେ କାମ ହରାଇଲେ। ନିର୍ମାଣ ସ୍ଥାନଗୁଡ଼ିକ ଅଚଳ ହୋଇଗଲା। ଯେଉଁମାନେ ଗୃହରକ୍ଷୀ ରଖୁଥିଲେ, ସେମାନେ କବାଟ ବନ୍ଦ କରିଦେଲେ। ଏହି ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ରୋଜଗାର ଉପରେ ବଞ୍ଚୁଥିଲେ। ଟଙ୍କା ସଞ୍ଚୟ କରିବାର ସାମର୍ଥ୍ୟ ନ ଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମହାନଗରରୁ ସେମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। କାରଣ ସେମାନେ ଖାଦ୍ୟ କିଣିବାକୁ ଅସମର୍ଥ ହୋଇଥିଲେ। ଭାଇରସ୍‌ ସଂକ୍ରମଣ ଅପେକ୍ଷା ସେମାନେ ଅନାହାରକୁ ଅଧିକ ଭୟ କରୁଥିଲେ। ତେଣୁ ଶହ ଶହ କିଲୋମିଟର ଦୂର ନିଜ ଗଁାକୁ ଚାଲିଯିବାକୁ ଚାହିଁଲେ। ଏହି ପ୍ରବାସୀ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ବିହାର ଓ ଝାଡ଼ଖଣ୍ଡ ଭଳି ଗରିବ ରାଜ୍ୟର। ରୋଜଗାର ସନ୍ଧାନରେ ସେମାନେ ଘର, ପରିବାର ଛାଡ଼ି ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ ଭାରତର କୋଣ ଅନୁକୋଣରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳୁଛି। ଜୀବିକା ହରାଇଥିବା ଶ୍ରମିକ, କର୍ମଚାରୀ ଓ ଦିନ ମଜୁରିଆମାନେ ଏବେ ଲକ୍‌ଡାଉନ ସମୟରେ ଅନାହାରରୁ ବର୍ତ୍ତିବା ପାଇଁ ସଂଗ୍ରାମ କରୁଛନ୍ତି। ଏହି ଦୁର୍ଦ୍ଦିନ ସମୟରେ ସେମାନଙ୍କ ମୁହଁରେ ଆହାର ଦେବାକୁ ଅନେକ ବଦାନ୍ୟ ବ୍ୟକ୍ତି, ସାମାଜିକ କର୍ମୀ ଆଗେଇ ଆସିଛନ୍ତି। ଭୋପାଳରେ ଅନାହାରରେ ଜୁଝୁଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସାମାଜିକ କର୍ମୀ ରବି ମିଶ୍ରା। ସେ ପ୍ରଥମେ ନିଜ ଉଦ୍ୟମରେ ୨୮ଟି ପରିବାର ପାଇଁ ଖାଦ୍ୟ ଯୋଗାଇଥିଲେ। ସେହି ପରିବାରଗୁଡ଼ିକର ଲୋକମାନେ ୨ ଦିନ ଧରି ଖାଦ୍ୟ ନ ପାଇ କେବଳ ପାଣି ପିଇ ବଞ୍ଚତ୍ଥଲେ। ଏ ସମ୍ପର୍କରେ ରବିଙ୍କ ଜଣେ ସାଙ୍ଗ ଜାଣିବା ପରେ ‘ଗୋ ଫଣ୍ଡ ମି’ ନାମକ ଅନ୍‌ଲାଇନ ପାଣ୍ଠି ପୃଷ୍ଠା ତିଆରି କରିଥିଲେ। ଲୋକଙ୍କ ଦୁର୍ଦ୍ଦଶାର କାହାଣୀ ସେଥିରେ ସ୍ଥାନ ପାଇଥିଲା। ଏହାପରେ ଉକ୍ତ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ଅର୍ଥଦାନ କରିଥିଲେ। ସେଥିରେ ରବି ଓ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ୧୪ ଦିନ ପାଇଁ ୨୪୦୦ ଅସହାୟ ଲୋକଙ୍କ ନିମନ୍ତେ ଦିନକୁ ୨ ଓଳା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସହାୟତା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଗଛମୂଳେ ରହିଛନ୍ତି ତ କିଏ ନିଜ ପିଲାଙ୍କୁ ଅଳ୍ପ ଟିକିଏ କ୍ଷୀର ଦେବାକୁ ଅସମର୍ଥ। ଏହି ବ୍ୟକ୍ତିମାନଙ୍କ ପାଇ ରବି ‘ରାଶନବାଲା ଭାଇ’ ପାଲଟିଛନ୍ତି। ଏବେ ଦାନ ଅର୍ଥ କମି ଆସିଥିଲେ ମଧ୍ୟ ରବି ଲୋକଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ ଜାରି ରଖିଛନ୍ତି। ଜୀବନ ସଙ୍କଟରେ ପଡ଼ିଥିବା ଏତେ ସଂଖ୍ୟକ ଲୋକଙ୍କ ଦୁର୍ଦ୍ଦଶା ଦୂର କରାଯାଇପାରିଲା କେବଳ ରବି ଏବଂ ଆର୍ଥିକ ଦୁଃସ୍ଥିତି ସମୟରେ ଅର୍ଥଦାନ କରିଥିବା ବ୍ୟକ୍ତିମାନଙ୍କ ମାନବିକତା ଯୋଗୁ। ହେଲେ ଗତ ଦଶନ୍ଧି ମଧ୍ୟରେ ଉନ୍ନତି ସତ୍ତ୍ୱେ ଭାରତର ପରିସ୍ଥିତି ବ୍ୟାପକ ଅସମାନତାକୁ ପଦାରେ ପକାଇଛି। ଏବେ ଏଭଳି ଦିନ ପହଞ୍ଚତ୍ଛି, ଯେଉଁଠି ଲୋକମାନେ ଖାଦ୍ୟ କିଣିବାକୁ ଅସମର୍ଥ। ଲକ୍ଷ ଲକ୍ଷ ଲୋକଙ୍କୁ ଅନାହାରରେ ରହିବାକୁ ପଡ଼ୁଛି। ସେହିପରି ଲକ୍‌ଡାଉନ ଏକ କଟୂ ସତ୍ୟକୁ ଉନ୍ମୋଚନ କରିଛି। ତାହା ହେଉଛି ଗରିବ ରାଜ୍ୟଗୁଡ଼ିକରେ କମ୍‌ ମୂଲ୍ୟରେ ଉପଲବ୍ଧ ଶ୍ରମ ଉପରେ ଭାରତର ବିକାଶ କେତେ ନିର୍ଭରଶୀଳ। କିନ୍ତୁ ସେହି ଶ୍ରମଜୀବୀଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇପାରି ନାହିଁ। ଏପରି କି ଖାଦ୍ୟ ସୁରକ୍ଷା ଭଳି ମୌଳିକ ମାନବିକ ଅଧିକାର ସେମାନଙ୍କୁ ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri