ଲକ୍‌ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ

ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ରାଜସ୍ଥାନ ଯୋଧପୁରର ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ଯୋଧପୁର ବିଜୟ ଚୌକରେ ଡ୍ୟୁଟିରେ ଥିବା ବେଳେ ଜଣେ ହେଡ କନଷ୍ଟେବଳଙ୍କ କେଶ କାଟୁଛନ୍ତି ଆଉ ଜଣେ କନଷ୍ଟେବଳ। ଲକ୍‌ଡାଉନ ପାଇଁ ସେଲୁନ ବନ୍ଦ ରହିବା ଓ ପୋଲିସ ମାନେ ସେମାନଙ୍କ ଡ୍ୟୁଟି ସାରି ଘରକୁ ଯିବାକୁ ସମୟ ପାଉ ନ ଥିବାରୁ ଏବେ ଏମାନେ ରାସ୍ତା ଉପରେ ପରସ୍ପରକୁ ସାହାଯ୍ୟ କରିବାକୁ ଏପରି କରିୁଥିବା ଦେଖାଯାଇଛି। ଯୋଧପୁରର କର୍ଫ୍ୟୁ ପ୍ରଭାବିତ ସହରରେ ହେଡ୍‌ କନଷ୍ଟେବଳ ପ୍ରମୋଦ ଓ କନଷ୍ଟେବଳ ପରମାରାମଙ୍କ ଡ୍ୟୁଟି ପଡିଛି। ଏହି ସମୟରେ ସକାଳୁ ସକାଳୁ ସାଥିଙ୍କୁ ସାହାଯ୍ୟ କରିବାକୁ କନଷ୍ଟେବଳ ପଦମାରାମ ଏକ ବନ୍ଦ ଦୋକାନ ସାମ୍ନାରେ ନିଜ ବରିଷ୍ଠ ସାଥୀଙ୍କ କେଶ କାଟୁଥିବା ଦେଖାଯାଇଛି। ତେବେ କଟା କେଶ ପଡି ଅଳିଆ ନ ହେବ ବୋଲି ସେ କପଡା ପରିବର୍ତ୍ତେ ପ୍ରମୋଦଙ୍କୁ ଖବରକାଗଜ ପିନ୍ଧାଇ ଦେଇଥିବା ଦେଖାଯାଇଛି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜିପୁର ସୀମାରେ ବାରିକେଡ ଦେଖି ହରସିମରତ କହିଲେ ପାକିସ୍ତାନ ସୀମାରେ ବି ଦେଖିନାହିଁ ଏମିତି ସୁରକ୍ଷା

ନୂଆଦିଲ୍ଲୀ,୪ ।୨: ଦିଲ୍ଲୀର ଗାଜିପୁର ସୀମା ପୁଣି ଚର୍ଚ୍ଚାରେ । ଗୁରୁବାର ସେଠାରେ କେତେଜଣ ବିରୋଧିଦଳ ନେତା ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୮ ରାଜନୈତିକ...

ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ

ମୁମ୍ବାଇ,୧୫।୭: ମୁମ୍ବାଇରେ ନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ନାୟର ହସ୍ପିଟାଲରେ ୩ ରେସିଡେନ୍ସ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର...

ଦୁଇ ସିଂହୀ ମିଶି ବିଶାଳକାୟ ସିଂହ ଉପରେ କଲେ ଭୟଙ୍କର ଆକ୍ରମଣ, ଲୋମଟାଙ୍କୁରା ଭିଡିଓ ଦେଖିଲେ…

ଯେତେବେଳେ ‘ଜଙ୍ଗଲର ରାଜା’ ସିଂହ କାହା ଉପରେ ଆକ୍ରମଣ କରେ, ସେତେବେଳେ ତା କବଳରୁ ବଞ୍ଚିବା କଷ୍ଟକର। କିନ୍ତୁ ଯେତେବେଳେ ସିଂହ ଶିକାର ପାଲଟେ ତେବେ...

ଥାନାରେ ପହଞ୍ଚି କାଗଜ-କଲମ ମାଗି ଏଫ୍‌ଆଇଆର୍‌ରେ ଏମିତି କିଛି ଲେଖିଲେ ଯୁବକ

ପୁଣେ, ୧୭।୮: ମହାରାଷ୍ଟ୍ରର ପୁଣେ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଥାନାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ...

ପିଲାଙ୍କୁ ଟିକା ଦେବାକୁ ଚାହୁଁଛନ୍ତି ୬୩ ପ୍ରତିଶତ ମାତାପିତା…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି। ଏପରିସ୍ଥଳେ ଟିକାକରଣ...

ଚିନ୍ମୟାନନ୍ଦଙ୍କୁ ଜାମିନ

ଆଲ୍ଲାହାବାଦ, ୪ା୨(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଅଭିଯୁକ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ସୋମବାର ଜାମିନ ପ୍ରଦାନ...

ମୋଦିଙ୍କୁ ଘେରିଲେ ସୋନିଆ-ରାହୁଲ-ପ୍ରିୟଙ୍କା: କୃଷି ଆଇନ ବିରୋଧରେ କଂଗ୍ରେସର ସୋସିଆଲ ମିଡ଼ିଆ ଅଭିଯାନ

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ସ୍ପିକ୍‌ ଅପ୍‌ ଫର ଫାର୍ମରର୍ସ ନାମକ...

ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି

ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍‌...

Advertisement
Archives

Model This Week