ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏଥିସହିତ କୋଭିଡ୍‌-୧୯ ଚିକିତ୍ସା ଲାଗି ସ୍ବତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ ଭଳି କଠୋର ପଦକ୍ଷେପ ଯୋଗୁ ଜନଜୀବନ ଅଟକିଯିବା ସହ ଅର୍ଥନୀତି ଏକପ୍ରକାର ଅଚଳ ହୋଇପଡ଼ିଛି। କ୍ରୀଡାଠାରୁ ଆରମ୍ଭ କରି ଧର୍ମୀୟ କାର୍ଯ୍ୟ ଓ ସାମାଜିକ ସମାବେଶଗୁଡ଼ିକୁ ବାରଣ କରାଯାଇଛି। ୧୮୮ ଦେଶରେ ବନ୍ଦ ରହିଛି ସ୍କୁଲ। ଫଳରେ ୧୫୦ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ସୀମା ସିଲ୍‌ କରିଦିଆଯିବା ସହ ବ୍ୟବସାୟ ବନ୍ଦ ରହିଛି। ଏହା ସତ୍ତ୍ୱେ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିଚାଲିଛି।
ଏବେ ପ୍ରଶ୍ନ ଉଠୁଛି, ଲକ୍‌ଡାଉନରୁ ବାହାରିବାର ରଣନୀତି କ’ଣ ହେବ। ବିପଦରୁ ବର୍ତ୍ତିବା ଲାଗି ଆମେ କୌଣସିପ୍ରକାରେ ଜୀବନ ଭେଳା ପାଇବାରେ ସକ୍ଷମ ହୋଇଛୁ। କିନ୍ତୁ କିପରି କୂଳରେ ଲାଗିବା ତାହା ଅସ୍ପଷ୍ଟ ରହିଥିବା ହାର୍ଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ ପବ୍ଲିକ୍‌ ହେଲ୍‌ଥ (ଏଚ୍‌ଏସ୍‌ପିଏଚ୍‌)ର ମହାମାରୀ ବିଶେଷଜ୍ଞ ମାର୍କ ଲିପ୍‌ସିଚ୍‌ କହିଛନ୍ତି। ମହାମାରୀରୁ ମୁକୁଳିବାକୁ ଯାଇ ବିଭିନ୍ନ ଦେଶ ନାଗରିକଙ୍କ ସ୍ବାସ୍ଥ୍ୟ, ସ୍ବାଧୀନତା ଓ ଆର୍ଥତ୍କ କାରବାର ଉପରେ ରୋକ୍‌ ଲଗାଇବାକୁ ବାଧ୍ୟ ହେବେ। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ସ୍କୁଲ୍‌, ରେସ୍ତୋରାଁ, ବାର୍‌ ଆଦି ଖୋଲିପାରିବ ତ? ଲୋକମାନେ ପୁଣିଥରେ ସେମାନଙ୍କ କାର୍ଯ୍ୟାଳୟକୁ ଯାଇପାରିବେ ତ? ଲକ୍‌ଡାଉନ୍‌କୁ କିପରି କୋହଳ କରାଯିବ ତାହା ବିଜ୍ଞାନସମ୍ମତ ସହମତି ଭଳି ଜିନିଷ ନୁହେଁ ବୋଲି କହିଛନ୍ତି ଏଚ୍‌ଏସ୍‌ପିଏଚ୍‌ର ମହାମାରୀ ବିଶେଷଜ୍ଞ କାରୋଲିନ ବୁକି। ସମାଜକୁ ପୂର୍ବାବସ୍ଥାକୁ ଫେରାଇବା କଷ୍ଟକର ହୋଇପଡିବ ବୋଲି ଅଧିକାଂଶ ଗବେଷକ ଏକମତ ହୋଇଛନ୍ତି।
ଦୈନିକ ସଂକ୍ରମିତଙ୍କ ସଂଖ୍ୟା ନ ଗଣି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବୀ ବଂଶବିସ୍ତାର ସଂଖ୍ୟା ବା ‘ଆର୍‌’ ଆକଳନ କରିବା ଜରୁରୀ ହେବ ବୋଲି ମହାମାରୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାର ଅର୍ଥ ଜଣେ ଆକ୍ରାନ୍ତଙ୍କଠାରୁ ହାରାହାରି କେତେ ସଂକ୍ରମିତ ହେଉଛନ୍ତି। ଯଦି ‘ଆର୍‌’ ୧ରୁ ଅଧିକ ହୁଏ ତେବେ ସଂକ୍ରମଣ ବୃଦ୍ଧି ପାଉଛି ଓ ୧ରୁ କମ୍‌ ହେଲେ ସଂକ୍ରମଣ ହ୍ରାସ ପାଉଥିବା ବୁଝାଯିବ। ଲକ୍‌ଡାଉନର ଉଦ୍ଦେଶ୍ୟ ହେଉଛି, ଆର୍‌କୁ ୧ ତଳେ ରଖିବା। ମହାମାରୀ ଥରେ ଦମନ ହୋଇଯିବା ପରେ ଦେଶଗୁଡ଼ିକ କଟକଣା କୋହଳ କରିବା ଲାଗି ଉଦ୍ୟମ କରିପାରିବେ। ସେଥିପାଇଁ ଆର୍‌କୁ ନିୟନ୍ତ୍ରଣ କରିବାକୁ ହେଲେ ସରକାରଙ୍କୁ ଡ୍ୟାସ୍‌ବୋର୍ଡର ତିନୋଟି କଣ୍ଟ୍ରୋଲ ନବ୍‌କୁ ଅନୁଭବ କରିବାକୁ ହେବ ବୋଲି ହଂକଂ ୟୁନିଭର୍ସିଟିର ମଡେଲର ଗାବ୍ରିଏଲ୍‌ ଲେଉଙ୍ଗ୍‌ କହିଛନ୍ତି। ସେହି ତିନୋଟି କଣ୍ଟ୍ରୋଲ ନବ୍‌ ହେଲା- ରୋଗୀଙ୍କୁ ଆଇସୋଲେଶନରେ ରଖିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା, ସୀମାନ୍ତ କଟକଣା ଏବଂ ସାମାଜିକ ଦୂରତ୍ୱ।
ଆଗୁଆ କଟକଣା କଡ଼ାକଡ଼ି ଲାଗୁ କରିବା ଫଳରେ ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ ମହାମାରୀକୁ ରୋକିବାରେ ସକ୍ଷମ ହୋଇପାରିଛନ୍ତି। ସେମାନେ ଆଗୁଆ ସଂକ୍ରମିତଙ୍କୁ ଚିହ୍ନଟ କରିବା, ଆଇସୋଲେଶନରେ ରଖିବା, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ସହ ଅନ୍ୟମାନଙ୍କ ଉପରେ ହାଲୁକା କଟକଣା ଲଗାଇଥିଲେ। ତେବେ ଏହି ରଣନୀତି ବ୍ୟାପକ ପରୀକ୍ଷା ଉପରେ ନିର୍ଭର କରୁଛି। ପରୀକ୍ଷା ପାଇଁ ପର୍ଯ୍ୟାପ୍ତ କିଟ୍‌ର ଅଭାବ ଯୋଗୁ ଅନ୍ୟ ଦେଶରେ ତାହା ବାଧାପ୍ରାପ୍ତ ହୋଇଛି। ସେହିପରି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ସହଜ କଥା ନୁହେଁ। ଏଥିରେ ମୋବାଇଲ୍‌ ଫୋନ୍‌ ଆପ୍‌ ସହାୟକ ହୋଇଥିଲେ ହେଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। କଣ୍ଟାକ୍ଟ ଟ୍ରେସିଙ୍ଗ୍‌ ଆପ୍‌ର ବିକାଶ ଲାଗି ଗୁଗଲ୍‌ ଓ ଆପଲ୍‌ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ଅନ୍ୟ କେତେକ ଦେଶ ପ୍ରୋଟୋକଲ ଆଧାରରେ ଏକ ଆପ୍‌ର ବିକାଶ କରିଛନ୍ତି। ତେବେ ଏହାକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରାଯାଇପାରୁନାହିଁ। କାରଣ ର ଲୋକ ଏହି ଆପ୍‌କୁ ଡାଉନଲୋଡ୍‌ କରି ସେମାନଙ୍କର ବିଶ୍ୱସ୍ତ ସୂଚନା ଓ ରୋଗ ସଂକ୍ରମଣର ପ୍ରଭାବ ସମ୍ପର୍କରେ ତଥ୍ୟ ଦେବା ନେଇ ସରକାର ସନ୍ଦିହାନ ଅଛନ୍ତି।
ଦ୍ୱିତୀୟ ପଦକ୍ଷେପ ହେଉଛି ସୀମା କଟକଣା। ଅଧିକାଂଶ ଦେଶ ବାହାର ନାଗରିକଙ୍କ ପାଇଁ ସେମାନଙ୍କ ସୀମା ସିଲ୍‌ କରିଛନ୍ତି ଓ ବାହାର ଦେଶରୁ ଫେରୁଥିବା ନିଜ ନାଗରିକଙ୍କୁ କ୍ୱାରାଣ୍ଟାଇନରେ ରଖୁଛନ୍ତି। ଏହି ପଦକ୍ଷେପ କିଛିଦିନ ପର୍ଯ୍ୟନ୍ତ ଚାଲିପାରେ। ତେବେ ବାହାର ଲୋକଙ୍କ ପାଇଁ ସୀମା ଖୋଲିଦେବା ପରେ କଣ୍ଟାକ୍ଟ ଟ୍ରେସିଂ ସିଷ୍ଟମ ଆଉ କାମ କରି ନ ପାରେ ବୋଲି ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ଡିଜିଜ୍‌ ମଡେଲର ଆଲୋସାଣ୍ଡ୍ରୋ ଭେସ୍ପିଗ୍‌ନାନି କହିଛନ୍ତି। ତୃତୀୟଟି ହେଲା ସାମାଜିକ ଦୂ୍‌ରତ୍ୱ। ଏହା ହେଉଛି ସଂକ୍ରମଣ କମାଇବାର ମୁଖ୍ୟ ପଦକ୍ଷେପ। ତେବେ ଏଥିପାଇଁ ଅର୍ଥନୀତି ଓ ସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଅଷ୍ଟ୍ରିଆରେ ଛୋଟ ଦୋକାନ ଖୋଲିବା ଆରମ୍ଭ ହେଲାଣି। ଧୀରେ ଧୀରେ ସ୍କୁଲ ଖୋଲିବା ଲାଗି ବିଭିନ୍ନ ମହଲରେ ଯୁକ୍ତି କରାଯାଉଛି। ତେବେ ଏକ ଦୂରଦର୍ଶୀ ପନ୍ଥା ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଛି। ଆର୍‌କୁ ପ୍ରଭାବିତ କଲାଭଳି ନିର୍ଦ୍ଦିଷ୍ଟ ପଦକ୍ଷେପ ଆଗକୁ ଆସିପାରୁନାହିଁ। କାରଣ ସଂକ୍ରମଣ ହେବାରୁ ବହୁଦିନ ପରେ ଏହାର ଲକ୍ଷଣ ଜଣାପଡ଼ୁଛି। ତେଣୁ ସରକାର କୌଣସି ପଦକ୍ଷେପ ନେଲେ କିମ୍ବା ତାହାକୁ ଉଠାଇବାକୁ ହେଲେ, ତୁରନ୍ତ କାର୍ଯ୍ୟକାରୀ ନକରି ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦାମ, ଜାଣନ୍ତୁ କେଉଁ ସହରରେ କେତେ କମିଲା…

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri