ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଏବେ ସେଠାକାର ରାସ୍ତାରେ ଜନ ଗହଳି ଦେଖାଯାଇଛି। ହେଲେ ଲକ୍‌ଡାଉନ ଖୋଲିବା ପରେ ଲୋକଙ୍କ ମଧ୍ୟରେ ବିବାହକୁ ନେଇ ଯେମିତି ପ୍ରତିଯୋଗୀତା ଚାଲିଥିବା ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ ପୂର୍ବାପେକ୍ଷା ୩ଶହ ପ୍ରତିଶତ ଅଧିକ ଲୋକ ବିବାହ କରିବାକୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିଥିବା କୁହାଯାଇଛି। ଫଳରେ ମାଟ୍ରିମୋନିଆଲ ଓ୍ବେବସାଇଟ୍‌ କିଛି ସମୟ ପାଇଁ କ୍ରାସ୍‌ ହୋଇଯାଇଥିବା ସୂଚନା ମିଳିଛି। ଚାଇନା ପୋଷ୍ଟର ସୂଚନା ଅନୁଯାୟୀ, ଚାଇନାରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ପେମେଣ୍ଟ ପ୍ଲାଟଫର୍ମ ଅଲିପେ (Alipay) କହିଛି ଲକ୍‌ଡାଉନ ଖୋଲିବା ପରେ ବିବାହ ରେଜିଷ୍ଟ୍ରେଶନରେ ୩ଶହ ପ୍ରତିଶତ ବୃଦ୍ଧି ଘଟିଥିଲା। ଫଳରେ କେତେଗୁଡିଏ ଓ୍ବେବସାଇଟ୍‌ କାମ କରିବା ବନ୍ଦ କରିଦେଇଥିଲା। ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ଫେବୃୟାରୀ ଓ ମାର୍ଚ୍ଚରେ ବିବାହ ରେଜିଷ୍ଟ୍ରେଶନ ବନ୍ଦ କରି ଦିଆଯାଇଥିଲା। ହେଲେ ଏହା ଖୋଲିବା ପରେ ଲୋକଙ୍କ ରେଜିଷ୍ଟ୍ରେଶନ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏବେ ଅନେକ ଯୋଡା ପ୍ରି ଓ୍ବେଡିଂ ଫଟୋ ଶୁଟରେ ମଧ୍ୟ ବ୍ୟସ୍ତ ରହୁଥିବା କୁହାଯାଉଛି। ହେଲେ ଏମାନେ ଭିନ୍ନ ଭିନ୍ନ ଲୋକେଶନରେ ସତର୍କତା ଅବଲମ୍ବନ କରି ଫଟୋ ଶୁଟ୍‌ କରୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ...

ଅଜବ ଜୋତା

ଆଜିର ଯୁବପିଢ଼ିଙ୍କ ପସନ୍ଦ ସତରେ ଅଜବ। ଆଉ ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ନାମୀଦାମୀ କମ୍ପାନିଗୁଡ଼ିକ ମଧ୍ୟ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।...

ଦିନକରେ ସର୍ବାଧିକ: କରୋନା ଆକ୍ରାନ୍ତ, ସୁସ୍ଥ

ଭୁବନେଶ୍ୱର,୧।୬(ବ୍ୟୁରୋ)-ରାଜ୍ୟରେ ସୋମବାର ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଗୁରୁବାରଠାରୁ ଘରେ ପହଞ୍ଚିବ ମଦ

ମୁମ୍ବାଇ, ୧୩ା୫: ମହାମାରୀ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଦ୍ୟପଙ୍କ ଲାଗି ମଦ ହୋମ୍‌ ଡେଲିଭରି...

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...

ଦୀପାବଳିରେ ଉପହାର

ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ… * ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର...

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ...

Advertisement
Archives

Model This Week