ଲକ୍‌ଡାଉନ: ଅସହାୟଙ୍କ ପାଇଁ ଅଭିଶାପ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ବଳବତ୍ତର ରହିଛି। ରାଜ୍ୟ ତଥା ବାହାର ରାଜ୍ୟର ପ୍ରାୟ ୪୭ହଜାର ଅତିଥି ଶ୍ରମଜୀବୀ ଏବଂ ଅସହାୟଙ୍କୁ ବିଭିନ୍ନ ଜିଲାର ୧୭୬୫ ଶିବିରରେ ରଖାଯାଇଛି। ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି। ବିଶେଷକରି ଭୁବନେଶ୍ୱରରେ ଅସହାୟ ଏବଂ ବାହାର ରାଜ୍ୟ ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଛି। ହେଲେ ସାମାଜିକ ଦୂରତା ଠିକ୍‌ଭାବେ ପାଳନ ହୋଇପାରୁ ନ ଥିବାରୁ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ମହାରାଷ୍ଟ୍ର, ଦିଲ୍ଲୀ, କଲିକତା, ଆନ୍ଧ୍ରପ୍ରଦେଶ ଏବଂ ଅନେକ ସ୍ଥାନର ଅନେକ ଠିକା ଶ୍ରମିକ ଓ ଯାତ୍ରୀ ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ରେଲଓ୍ବେ ଷ୍ଟେଶନ, ବରମୁଣ୍ଡା ଓଭରବ୍ରିଜଠାରୁ ରସୁଲଗଡ ଓଭରବ୍ରିଜ ତଳିଆ ସ୍ଥାନ, ସାଲିଆ ସାହି ସମେତ ରାଜଧାନୀର ଅନେକ ବସ୍ତି ଓ ନିର୍ମାଣାଧୀନ କୋଠାରେ ଏମାନେ ମୁଣ୍ଡ ଗୁଞ୍ଜିଛନ୍ତି। ଲକଡାଉନ ଏମାନଙ୍କ ପାଇଁ ଅଭିଶାପ ପାଲଟିଛି। ଟ୍ରେନ୍‌ ଓ ବସ୍‌ ବନ୍ଦ ହୋଇଯିବା ପରେ ଅନେକ ଯାତ୍ରୀ ଏବଂ ଠିକାଶ୍ରମିକଙ୍କ ପାଇଁ ଘରକୁ ଫେରିବା ସ୍ବପ୍ନ ହୋଇଯାଇଛି। ହୋଟେଲ ବଜାର ବନ୍ଦ ରହିଥିବାରୁ ସରକାରଙ୍କ ସହଯୋଗ ଏମାନଙ୍କ ଏକମାତ୍ର ସାହାରା।
ସମସ୍ୟା ବଢ଼ାଇଛି ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ
ଲକ୍‌ଡାଉନର ଆରମ୍ଭ ଦିନରେ ଭୁବନେଶ୍ୱରରେ ରହୁଥିବା ଅସହାୟଙ୍କୁ ଅନେକ ସ୍ବେଚ୍ଛାସେବୀ ଓ ପୋଲିସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ସଂକ୍ରମଣ ଆଶଙ୍କାରୁ ସ୍ବେଚ୍ଛାସେବୀମାନଙ୍କୁ ଖାଦ୍ୟ ବିତରଣ କରିବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଥିଲା।
ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରର କର୍ମଚାରୀଙ୍କ ସୂଚନା ମୁତାବକ ପ୍ରାରମ୍ଭିକ ଦିନରେ ଏଠାରେ ୫୦ରୁ ୧୦୦ ଜଣଙ୍କୁ ଖାଦ୍ୟ ଦିଆଯାଉଥିଲା। ମାତ୍ର ୩ରୁ ୪ଦିନ ପରେ ଏଠାରେ ୩୦୦ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଗଲା। ଏବେ ପ୍ରତିଦିନ ମଧ୍ୟାହ୍ନରେ ଓ ରାତିରେ ୩୦୦ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି। ମାତ୍ର ଲୋକମାନେ ଖାଦ୍ୟ ନେବାବେଳେ ଭିଡ ଜମାଇବାରୁ ସାମାଜିକ ଦୂରତା ଠିକ୍‌ଭାବେ ଅନୁପାଳନ ହୋଇପାରୁ ନାହିଁ। ତଥାପି ଏହାକୁ ଗୁରୁତ୍ୱ ଦିଆଯାଇ ପୋଲିସ ଉପସ୍ଥିତିରେ ଖାଦ୍ୟ ବଣ୍ଟନ କରାଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଅସହାୟମାନେ ସେଠାରେ ସଙ୍ଗରୋଧ ନିୟମକୁ ଫୁ କରି ଦେଇ ଏକାଠି ତାସ ଖେଳିବା ସହ ଅନେକ ମଉଜ କରୁଛନ୍ତି। ଗତ ୨୨ ଓ ୨୪ ତାରିଖଠାରୁ ଏଠାରେ ସମସ୍ତ ଲୋକ ଫସି ରହିଛନ୍ତି। ଯଦି ସେମାନଙ୍କ ଭିତରୁ କେହି ସଂକ୍ରମିତ ହୋଇଥାନ୍ତି ତେବେ ସମସ୍ତ ଲୋକ ସଂକ୍ରମଣ ହେବାରେ ଡେରି ହେବନି। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏନେଇ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି ଯେ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ରାଶନ ଯୋଗାଇ ଦିଆଯାଉଛି। ସମସ୍ତ ସ୍ଥାନରେ ଭ୍ରାମ୍ୟମାଣ ଗାଡି ପହଞ୍ଚତ୍ ଖାଦ୍ୟ ଦେଉଥିବାରୁ କିଛି ସ୍ଥାନରେ ସାମାନ୍ୟ ବିଳମ୍ବ ହେଉଛି। ରେଲଓ୍ବେ ଷ୍ଟେଶନ ଅଞ୍ଚଳ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ଫସି ରହିଥିବା ଲୋକଙ୍କ ଥଇଥାନ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଖୁବ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri