ଲକ୍‌ଡାଉନ: ଅନ୍‌ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି

ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ବିକାଶଶୀଳ ଦେଶ ଆମେରିକା। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ନ୍ୟୁୟର୍କ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି। ଏମିତିକି ବିବାହ ପାଇଁ ପୂର୍ବରୁ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଲୋକେ ଏହାକୁ ଘୁଞ୍ଚାଇ ଦେଉଛନ୍ତି। ହେଲେ ଟେକ୍ସାସର ଅଷ୍ଟିନ ସହରରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଏଠାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏକ କପୁଲ ବିବାହ କରିଛନ୍ତି। ଅବଶ୍ୟ ଏମାନେ ଅନ୍‌ଲାଇନରେ ବିବାହ କରିଥିବା ବେଳେ ଅନ୍‌ଲାଇନରେ ମଧ୍ୟ ପାଖାପାଖି ୨ଶହ ଅତିଥି ଏହି ବିବାହରେ ଯୋଗ ଦେଇଥିବା ଜଣାପଡିଛି। ଇଥନ ପୋଲାକ ଓ କ୍ୟାଟଲିନ ଦିଲଓ୍ବର୍ଥ ଏହି ବରକନ୍ୟା ମାର୍ଚ୍ଚ ୨୮ରେ ବିବାହ କରିଥିବା ଜଣାପଡିଛି। ତେବେ ଲକ୍‌ଡାଉନ ପାଇଁ ଏମାନେ ବିବାହ ଘୁଞ୍ଚାଇବାକୁ ଚାହୁଁ ନ ଥିବା ବେଳେ ସେମାନେ ତାଙ୍କର ସମସ୍ତ ଅତିଥିଙ୍କୁ ଇମେଲ ଯୋଗେ ପୂର୍ବରୁ ଏକଥା ଜଣାଇ ଦେଇଥିଲେ। ଆଉ ଅତିଥିମାନେ ମଧ୍ୟ ଠିକ୍‌ ବିବାହ ଉତ୍ସବରେ ଯୋଗ ଦେବା ଭଳି ସଜେଇ ହୋଇ ଏହି ଅନ୍‌ଲାଇନ ବିବାହରେ ଯୋଗ ଦେଇ କରୋନା ସମୟରେ ପାଳନ କରାଯାଉଥିବା ଲକ୍‌ଡାଉନ ନିୟମକୁ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ...

ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ

ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ...

ବିନା ହେଲ୍‌ମେଟ୍‌ରେ ଯିବାକୁ ବସିଥିଲେ, ଟ୍ରାଫିକ୍‌ ପୋଲିସ ନୁହେଁ ହାତୀ ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ

ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ...

କାନାଡ଼ାରେ ପୁଣି ସଂଖ୍ୟାଲଘୁ ସରକାର

ଓଟାଓ୍ବା, ୨୦।୯: କୋଭିଡ୍‌ ମହାମାରୀ ଭିତରେ କାନାଡାରେ ଶେଷ ହୋଇଛି ୩୬ ଦିନିଆ ନିର୍ବାଚନ ପ୍ରଚାର। ଆଗୁଆ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ...

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ...

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ।...

Advertisement
Archives

Model This Week