ଲକ୍‌ଡାଉନ୍‌: ଲୁଣ ଉତ୍ପାଦନ ନେଇ ଚିନ୍ତାରେ ଚାଷୀ

ଗଞ୍ଜାମ, ୧।୪(ଡି.ଏନ୍‌.ଏ.): ଗଞ୍ଜାମ-ହୁମା ୧୬ ନଂ. ଜାତୀୟ ରାଜପଥ ପାର୍ଶରେ କେନ୍ଦ୍ର ସରକାରଙ୍କ ୧୪୭୨ ଏକର ଲୁଣ ଚାଷ ଜମି ରହିଛି । ସେଥିମଧ୍ୟରୁ ହୁମା ଓ ବିଞ୍ଚଣାପଲ୍ଲୀ ଲବଣ ଉତ୍ପାଦନ ବିକ୍ରୟ ସମବାୟ ସମିତି ୭୨୯ ଏକର ଜମି ଲିଜ୍‌ ସୂତ୍ରରେ ଆଣି ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କୁ ଦିଆଯାଇଛି l ଏହି ଚାଷ ଖରା ଦିନେ ହୋଇଥାଏ । ଚଳିତ ମାସ ତଥା ଏହି ସମୟରେ ସମୁଦ୍ର ପାଣି ଜମିକୁ ଆଣି ୪ / ୫ ଦିନ ଶୁଖାଇବା ପରେ ମାଟିକୁ ଗୋଡ଼ରେ ଚକଟି ସେଥିରୁ ଲୁଣ ଉତ୍ପାଦନ କରାଯାଇଥାଏ। ମାତ୍ର କରୋନା ଯୋଗୁ ଏହି ଲୁଣ ଚାଷ ପ୍ରଭାବିତ ହୋଇଛି। ସ୍ଥାନୀୟ ଅଞ୍ଚଳ ତଥା ଗଞ୍ଜାମ ବ୍ଲକର ହୁମା ସମେତ ଲକ୍ଷ୍ମୀପୁର, ମୟୂରପଦା, ନୀଳାଦ୍ରିପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲି, ପୁଇଁତୋଳା, ସୂର୍ଯ୍ୟ ନାରାୟଣପୁର ଆଦି ଗ୍ରାମର ଲୁଣ ଚାଷୀମାନେ ଜମିରେ ସମୁଦ୍ର ପାଣି ମଡ଼େଇ ସାରିଥିବା ବେଳେ ଲକ୍‌ଡାଉନ ଯୋଗୁ ଜମିକୁ ଯାଇପାରୁ ନାହାନ୍ତି । ବର୍ତ୍ତମାନ ଜମିରେ ଲୁଣ ହେଇଗଲାଣି । ସେଗୁଡିକୁ କିପରି ଜମିରୁ ବାହାର କରିବେ ସେନେଇ ଏବେ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
ପ୍ରକାଶ ଯେ, ପ୍ରାକୃତିକ ବିପର୍ଯ୍ୟୟ ଓ ଅଦିନିଆ ବର୍ଷା ଯୋଗୁ ଗତ ୪ ବର୍ଷ ହେଲା ଲୁଣ ଚାଷୀ କ୍ଷତି ସହିଛନ୍ତି। ତେଣୁ ସରକାର କିମ୍ବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପୁଇଁତୋଳା ଗ୍ରାମର ଲୁଣ ଚାଷୀ ବୃନ୍ଦାବନ ସାହୁ ଓ ଲକ୍ଷ୍ମୀପୁର ଗ୍ରାମର ଯୁଧିଷ୍ଠିର ରେଡ୍ଡୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?