ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ଭଞ୍ଜନଗର,୩୧।୩(ଡି.ଏନ.ଏ)- ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ଭଞ୍ଜନଗର ବ୍ଲକରେ ରହିଯାଇଥିବା ଏକାଧିକ ଅଣଓଡ଼ିଆ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସରକାରଙ୍କ ମୁଠାଏ ଖାଦ୍ୟକୁ ସେମାନେ ଚାତକ ଭଳି ଚାହିଁ ବସିଛନ୍ତି। ଏଥିସହ ଗ୍ରାମାଞ୍ଚଳର ଅନେକ ଲୋକ ମଧ୍ୟ ସରକାରୀ ଖାଦ୍ୟକୁ ଚାହିଁ ବସିଛନ୍ତି। ଅନ୍ୟପଟେ ଚାଷୀଙ୍କ ଫସଲ ମଧ୍ୟ ଜମିରେ ପଚି ନଷ୍ଟ ହୋଇଯାଉଛି। ଫସଲ ତୋଳିବାକୁ ଶ୍ରମିକ ମିଳୁନାହାନ୍ତି। ଅମଳ କଲେ ମଧ୍ୟ ବଜାରରେ ନେଇ ବିକ୍ରି କରିବା ମଧ୍ୟ ସମ୍ଭବପର ହେଉନାହିଁ। କଟକଣାରୁ ଚାଷୀଙ୍କୁ ବାଦ୍‌ ଦିଆଯାଇଛି। ତଥାପି କେତେକସ୍ଥାନରେ ପୋଲିସ କର୍ମଚାରୀ କିଛି ବୁଝିବା ଆଗରୁ ମାଡ ମାରୁଛନ୍ତି। ଯାହାକୁ ନେଇ ଚାଷୀ ଆଶଙ୍କାରେ। ଆଉ କେତକ ଚାଷୀ ପରିବା ତୋଳିବା ପରେ ଉପଯୁକ୍ତ ବଜାର ଅଭାବ ଯୋଗୁ ତାକୁ ବିକ୍ରି କରି ନ ପାରି ଗାଈ ଗୋରୁଙ୍କୁ ଖାଇବାକୁ ଦେଇ ଦେଉଛନ୍ତି। ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡିର ଚାଷୀ ଚୈତନ୍ୟ ଗୁଟା ଦୌନନ୍ଦିନ ନିଜ ଜମିରୁ ବାହାରୁଥିତ୍ବା ପରିବାକୁ ବର୍ତମାନ ଗାଈ ଗୋରୁକୁ ଖାଇବାକୁ ଦେଇ ଦେଉଛନ୍ତି। ଫୁଲ ଚାଷୀମାନେ ମଧ୍ୟ ଫୁଲ ଆଉ ତୋଳୁ ନାହାନ୍ତି। ଜମିରେ ଫୁଲ ଫୁଟି ନଷ୍ଟ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri