ଲକ୍‌ଡାଉନ୍‌ ଟାଇମ୍‌ପାସ୍‌: ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ ବଢ଼ିଲା

ସସ୍ମିତା ପାଇକରାୟ
ଭୁବନେଶ୍ୱର, ୨୨ା୪ (ବ୍ୟୁରୋ): କରୋନା ବଦଳାଇ ଦେଇଛି ଲୋକଙ୍କ ଜୀବନଶୈଳୀ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଦିନରାତି ଘରେ ରହୁଥିବାବେଳେ ଟାଇମ୍‌ପାସ୍‌ ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି। କିଏ ପିଲାଛୁଆ ଓ ପରିବାର ସହ ବିଭିନ୍ନ ଇନ୍‌ଡୋର ଆକ୍ଟିଭିଟିଜ୍‌ରେ ସାମିଲ୍‌ ହେଉଛନ୍ତି ତ ଆଉ କିଏ ବାରିବଗିଚା, ରୋଷେଇ ଆଦିରେ କିଛି ସମୟ ଅତିବାହିତ କରୁଛନ୍ତି। ସେହିଭଳି ଟିଭି, ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ମଧ୍ୟ ଯୋଡିହୋଇ ରହୁଛନ୍ତି। ତେବେ ଡିଜିଟାଲ ଦୁନିଆ ଓଡ଼ିଶାର ଯୁବପିଢ଼ିଙ୍କ ଫେଭରାଇଟ୍‌ ଟାଇମ୍‌ପାସ୍‌ ମାଧ୍ୟମ ହୋଇଥିବାବେଳେ ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ୍‌ ଢେର୍‌ ବଢ଼ିଯାଇଛି। ଏପରିକି ଲୋକପ୍ରିୟତା କ୍ଷେତ୍ରରେ ଏହା ନେଟ୍‌ଫ୍ଲିକ୍ସ, ଟେଲିଭିଜନ ଶୋ’ ଓ ଟିକ୍‌ଟକ୍‌ଠାରୁ ବି ବଳିଯାଇଛି। ତେବେ ଅନ୍‌ଲାଇନ୍‌ ମଲ୍ଟିପ୍ଲେୟାର ଗେମ୍‌ ସାଙ୍ଗସାଥିଙ୍କ ସହ ଯୋଡ଼ିହେବାର ସୁଯୋଗ ଆଣିଦେଉଥିବାରୁ ଏଥିପ୍ରତି ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆକର୍ଷିତ ହୋଇପଡୁଛନ୍ତି। କହିବାକୁ ଗଲେ, କରୋନା ମହାମାରୀ ଗେମିଂ ଇଣ୍ଡଷ୍ଟ୍ରିରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ‘ଆପ୍ସ ଫ୍ଲାୟର’ର ରିପୋର୍ଟ ମୁତାବକ, ଗତ କିଛି ସପ୍ତାହରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ଗୁଡ଼ିକର ଲାଭାଂଶରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ଲୁଡୋ କିଙ୍ଗ୍‌, କ୍ୟାଣ୍ଡି କ୍ରସ୍‌, ବଲ୍‌ ପୁଲ୍‌ ଭଳି କାଜୁଆଲ୍‌ ଗେମ୍‌ଗୁଡ଼ିକର ଲୋକପ୍ରିୟତା ଲକ୍‌ଡାଉନ୍‌ ପରେ ଦ୍ୱିଗୁଣିତ ହୋଇଛି।

ମଲ୍ଟି-ପ୍ଲେୟାର ଗେମ୍‌
ମଲ୍ଟି-ଗେମ୍‌ ପ୍ଲାଟ୍‌ଫର୍ମ ‘ମୋବାଇଲ୍‌ ପ୍ରିମିୟର୍‌ ଲିଗ୍‌’ରେ ଗତ ଏକମାସ ମଧ୍ୟରେ ବ୍ୟବହାରକାରୀଙ୍କ ସଂଖ୍ୟାରେ ୫୫% ଅଭିବୃଦ୍ଧି ଘଟିଛି। ୱାର୍ଲଡ କ୍ରିକେଟ୍‌ ଚାମ୍ପିୟନଶିପ୍‌(ଡବ୍ଲ୍ୟୁସିସି), ପୁଲ୍‌, ଫ୍ରୁଟ୍‌ ଚପ୍‌ ଭଳି ଗେମ୍‌ ଏହି ପ୍ଲାଟ୍‌ଫର୍ମରେ ଅଧିକ ଖେଳାଯାଇଥିବା ଦେଖିବାକୁ ମିଳିଛି। କେବଳ ଏହି ଗେମ୍‌ ନୁହେଁ, ରମି କାର୍ଡ ଗେମ୍‌ ଭଳି ସ୍କିଲ୍‌-ବେସ୍‌ଡ ଗେମ୍‌ଗୁଡ଼ିକରେ ନୂଆ ବ୍ୟବହାରକାରୀଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି। ଆଗରୁ ଓଡ଼ିଶାରେ ସିଙ୍ଗଲ୍‌ ପ୍ଲେୟାର ଗେମିଂର ଡିମାଣ୍ଡ୍‌ ଅଧିକ ଥିବାବେଳେ ଏବେ କିନ୍ତୁ ମଲ୍ଟି ପ୍ଲେୟାର ଗେମିଂ ଏହାର ସ୍ଥାନ ନେଇଛି। ଲୋକେ ଏଠାରେ କେବଳ ମନୋରଞ୍ଜନ ପାଇଁ ଖେଳୁନାହାନ୍ତି, ବରଂ ରିଓ୍ବାର୍ଡ ବା ପୁରସ୍କାର ମଧ୍ୟ ପାଉଛନ୍ତି। ଆଡ୍ଡା ୫୨ ରମି ଭଳି କେତେକ ଗେମ୍‌ ବ୍ୟବହାରକାରୀଙ୍କୁ ଟାଇମ୍‌ପାସ୍‌ କରାଇବାସହ ଆକର୍ଷଣୀୟ ରିୱାର୍ଡ ଦେଉଛି। ଲକ୍‌ଡାଉନ୍‌ ଏପରି ଜାରି ରହିଲେ ଲୋକେ ସିଙ୍ଗିଲ୍‌ ପ୍ଲେୟାର ପରିବର୍ତ୍ତେ ମଲ୍ଟି-ପ୍ଲେୟାର ଗେମ୍‌ ସହ ସମ୍ପୂର୍ଣ୍ଣ ଜଡ଼ିତ ହୋଇଯିବେ ବୋଲି ଗେମର୍‌ ତଥା ଗେମିଂ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଲୋକପ୍ରିୟ ହେଉଛି ‘ଇ-ସ୍ପୋର୍ଟସ’
ଅଲିମ୍ପିକ୍ସ, ଆଇପିଏଲ୍‌ ଓ ୟୁରୋ କପ୍‌ ବଳି ବଡ଼ ବଡ଼ କ୍ରୀଡା ଇଭେଣ୍ଟ କରୋନା ପାଇଁ ବନ୍ଦ ରହିଛି। ଏପରିସ୍ଥଳେ ‘ଇ-ସ୍ପୋର୍ଟସ’ ଭଳି ନୂଆ କନ୍‌ସେପ୍ଟ ସାମ୍ନାକୁ ଆସିଛି। ଫର୍ଟନାଇଟ୍‌, ଲିଗ୍‌ ଅଫ୍‌ ଲିଜେଣ୍ଡ୍‌ସ, କାଉଣ୍ଟର ଷ୍ଟ୍ରାଇକ୍‌, କଲ୍‌ ଅଫ୍‌ ଡ୍ୟୁଟି, ଓଭର୍‌ ୱାଚ୍‌ ଏବଂ ମ୍ୟାଡେନ୍‌ ଏନ୍‌ଏଫ୍‌ଏଲ୍‌ ଭଳି ଇ-ସ୍ପୋର୍ଟସର ବହୁଳ ଲୋକପ୍ରିୟତା ଦେଖିବାକୁ ମିଳିଛି। ଟ୍ବିଚ୍‌ ଏବଂ ୟୁଟ୍ୟୁବ୍‌ ଭଳି ପ୍ଲାଟ୍‌ଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ ହେଉଥିବା ଏହି ଗେମ୍‌କୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ଲାଇଭ୍‌ ସ୍ପୋର୍ଟସ ଇଭେଣ୍ଟ ବନ୍ଦ ଥିବା ଯୋଗୁ ଇ-ସ୍ପୋର୍ଟସର ଦର୍ଶକ ସଂଖ୍ୟା ବଢିବା ସହ ସ୍ପନ୍‌ସର୍‌ଶିପ୍‌ ଇନ୍‌ଭେଷ୍ଟ ମଧ୍ୟ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri