ଲକ୍‌ଡାଉନ୍‌ର ପ୍ରଭାବ: ହଷ୍ଟେଲ୍‌ରୁ ଚାଲି ଚାଲି ଘରକୁ ବାହାରିଲେ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୨୫ା୩ : ମହାମାରୀ କରୋନା ସଂକ୍ରମଣକୁ ଦୃଢ଼ ହସ୍ତରେ ଦମନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲାର ସମସ୍ତ ହଷ୍ଟେଲରେ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏଥିପାଇଁ ସେମାନଙ୍କ ଅଭିଭାବକମାନଙ୍କୁ ନିଜେ ଗାଡ଼ି ବ୍ୟବସ୍ଥା କରି ପିଲାଙ୍କୁ ନେବାକୁ କୁହାଯାଇଛି। ହେଲେ ଯାନବାହନ ଚଳାଚଳ ବନ୍ଦ ରହିଥିବା ଯୋଗୁ ଅଭିଭାବକମାନେ ଗାଡ଼ି ବ୍ୟବସ୍ଥା କରିବାରେ ଅସୁବିଧା ହେଉଛି। ଯଦ୍ଦ୍ବାରା ଛାତ୍ରୀଛାତ୍ରମାନେ ଚାଲି ଚାଲି ଘରକୁ ଯାଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଜିଲାର ପିତାମହଲ, ଥେରୁବାଲି, କଲ୍ୟାଣସିଂହପୁର, ମୁକୁନ୍ଦପୁରସ୍ଥିତ ଆଶ୍ରମ ବିଦ୍ୟାଳୟ, ସିରିଗୁଡ଼ାସ୍ଥିତ ଏକଲବ୍ୟ ସ୍କୁଲ, ପେଣ୍ଟା ହାଇସ୍କୁଲ ଆଦିର ୨୫ରୁ ଊର୍ଦ୍ଧ୍ୱ ପିଲା ନିଜ ଘରକୁ ଯିବା ପାଇଁ ସକାଳେ ବାହାରିଥିଲେ। ଆଇଟିଡିଏ ପକ୍ଷରୁ ୨ ବ୍ୟାଚ୍‌ ପିଲାଙ୍କୁ ୨ ଅଟୋରେ ସେମାନଙ୍କ ଘରକୁ ପଠାଯାଇଥିବାବେଳେ ବଳକା ପିଲାମାନେ ଗାଡ଼ି ନ ଥିବାରୁ କିଏ ହଷ୍ଟେଲ୍‌ରୁ ୧୨ କିମି ଦୂର ତ ଆଉ କିଏ ୫ କିମି ଦୂର ଚାଲି ଚାଲି ରାୟଗଡ଼ାକୁ ଆସିଥିଲେ। ହେଲେ ଘରକୁ ଯାଇ ନ ପାରି ସେଠାରେ ଅପେକ୍ଷା କରିଥିଲେ। ଏ ନେଇ ଗଣମାଧ୍ୟମ ପକ୍ଷରୁ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଟୁକୁ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସେମାନଙ୍କ ଅଭିଭାବକମାନଙ୍କୁ କୁହାଯାଇଥିଲେ ମଧ୍ୟ ଗାଡ଼ି ବ୍ୟବସ୍ଥା କରିନାହାନ୍ତି। ଜିଲାରେ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ୍‌ରେ ପ୍ରାୟ ୫୦ ହଜାର ୯ଶହ ଛାତ୍ରୀଛାତ୍ରୀ ଥିବାବେଳେ ସକାଳେ ପ୍ରାୟ ୧୨ ହଜାରୁ ଊର୍ଦ୍ଧ୍ୱ ପିଲା ଘରକୁ ଫେରିଛନ୍ତି। ଅନ୍ୟ ପିଲାମାନଙ୍କ ଯିବା ବ୍ୟବସ୍ଥା ମଧ୍ୟ କରାଯିବ। ବାରିକ ଏ ନେଇ ରାୟଗଡ଼ା ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିବାବେଳେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କୁ ଚିଠି କରି ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦ୍ଦ୍ବାରା ସେମାନେ ଆଶ୍ରମ ବିଦ୍ୟାଳୟ ପିଲା ବୋଲି ପରିଚୟ ଦେଇ ଗାଡ଼ିରେ ଘରକୁ ଯାଇପାରିବେ। ଏବେ ପିଲାଙ୍କୁ ଆଇଟିଡିଏ କାର୍ଯ୍ୟାଳୟରେ ରଖାଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ବାରିକ କହିଛନ୍ତି। ଯଦି କୌଣସି ସମସ୍ୟା ହୁଏ, ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri