ଲକ୍‌ଡାଉନ୍‌ରେ ଟପ୍‌-୧୦ ଆୟକାରୀ ଆଥ୍‌ଲେଟ ତାଲିକାରେ କୋହଲି

ଲଣ୍ଡନ,୫।୬(ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଜଣାଶୁଣା ସୋସିଆଲ ମିଡିଆ ‘ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ବିଶ୍ୱରେ ଶ୍ରେଷ୍ଠ ଆୟକାରୀ ଆଥଲେଟଙ୍କ ତାଲିକାରେ ଟପ୍‌ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କୋହଲି ଷଷ୍ଠ ସ୍ଥାନରେ ରହି ଏକମାତ୍ର କ୍ରିକେଟର ଭାବେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।
ମାର୍ଚ୍ଚ ୧୨ରୁ ମେ ୧୪ ତାରିଖ ମଧ୍ୟରେ କୋହଲି ଘରେ ବସି ପ୍ରାୟୋଜିତ ପୋଷ୍ଟ ମାଧ୍ୟମରେ ୩, ୭୯, ୨୯୪ ପାଉଣ୍ଡ ବା ୩.୬ କୋଟି ଟଙ୍କା ଆୟ କରିଛନ୍ତି। ୩ଟି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେ ଏହି ଅର୍ଥ ଆମଦାନୀ କରିଛନ୍ତି। ପ୍ରତି ପୋଷ୍ଟରେ ତାଙ୍କୁ ୧.୨ କୋଟି ଟଙ୍କା ମିଳିଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କର ୬.୨ କୋଟି ଫଲୋଅର ରହିଛନ୍ତି।
ଏହି ତାଲିକାରେ ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ପାଖାପାଖି ୧୭.୯ କୋଟି ଟଙ୍କା ଆୟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ୨୨ କୋଟି ଫଲୋଅର ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ବିଶ୍ୱର ୧ ନମ୍ବର ଲୋକପ୍ରିୟ ବ୍ୟକ୍ତି। ସେହିପରି ଏହି ତାଲିକାରେ ଆର୍ଜେଣ୍ଟିନା ଫୁଟବଲ ତାରକା ମେସି ଦ୍ୱିତୀୟ ଓ ବ୍ରାଜିଲ ଫୁଟବଲର ନେମାର ତୃତୀୟ ସ୍ଥାନରେ ରହିଛନ୍ତି। ୧୫.୧ କୋଟି ଫଲୋଅର ସହ ବାର୍ସିଲୋନ ତାରକା ମେସି ୪ଟି ପୋଷ୍ଟ କରି ୧୨.୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ନେମାର ୪ଟି ପୋଷ୍ଟ କରି ୧୧.୪ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଇଂଲଣ୍ଡ ପୂର୍ବତନ କ୍ରିକେଟର ଡେଭିଡ ବେକ୍‌ହାମ ଲକ୍‌ଡାଉନ୍‌ ଅବଧିରେ ୩ଟି ପୋଷ୍ଟ କରି ୩.୮ କୋଟି ଟଙ୍କା ଆୟ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୬.୩ କୋଟି ଫଲୋଅର ରହିଛନ୍ତି। ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ଶାକ୍ୱିଲି ଓ’ନିଲ ୧.୭ କୋଟି ଫଲୋଅର ସହ ମୋଟ ୧୬ଟି ପୋଷ୍ଟ କରି ୫.୫ କୋଟି ଟଙ୍କା ଆୟ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ସ୍ବୀଡେନ ଫୁଟବଲର ଜ୍ଲଟାନ ଇବ୍ରାହିମୋଭିକ୍‌ ୧୮୪, ୪୧୩ ପାଉଣ୍ଡ, ପୂର୍ବତନ ଏନ୍‌ବିଏ ତାରକା ଡ୍ବାୟନ ଓ୍ବେଡ ୧୪୩,୧୪୬ ପାଉଣ୍ଡ, ବ୍ରାଜିଲ ଫୁଟବଲର ଡାନି ଆଲଭେସ ୧୩୩, ୬୯୪ ପାଉଣ୍ଡ ଓ ବକ୍ସର ଆନ୍ଥୋନୀ ଜୋଶୁଆ ୧୨୧,୫୦୦ ପାଉଣ୍ଡ ଅର୍ଥ ଉପାର୍ଜନ କରି ଟପ୍‌ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri