ଲକ୍‌ଡାଉନ୍‌ରୁ ଲାଭ

ଅନୁଗୋଳ ଅଫିସ, ୧୧।୪ – କରୋନା ବିପତ୍ତିରୁ ବର୍ତ୍ତିବା ପାଇଁ ଦେଶକୁ ଲକ୍‌ଡାଉନ୍‌ କରାଯାଇଥିଲେ ବି ଅନୁଗୋଳ ସହର ଉପକଣ୍ଠରେ ଘର ନିର୍ମାଣ କରୁଥିବା କେତେଜଣ ଲୋକ ଏଥିରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି। ସେମାନେ ସମସ୍ତ କଟକଣା ଉଲ୍ଲଂଘନ କରି ଜିଲାରେ ଅଟକିଥିବା ରାଜ୍ୟ ବାହାରର ଶ୍ରମିକଙ୍କୁ କମ୍‌ ମଜୁରିରେ ନିର୍ମାଣ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହେଉଛି। ଏପରି କି ଶ୍ରମିକମାନଙ୍କୁ ଏକାଠି କରି ଗାଡ଼ିରେ ନିର୍ମାଣସ୍ଥଳକୁ ନିଆଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। କିନ୍ତୁ ଏପରି ଅମାନିଆ ଲୋକଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଢେଙ୍କାନାଳକୁ କରୋନା ଭାଇରସ୍‌ ଛୁଇଁସାରିଥିବାରୁ ଅନୁଗୋଳ ଜିଲାବାସୀ ଓ ପ୍ରଶାସନ ଅଧିକ ସତର୍କ ହୋଇଯାଇଛନ୍ତି। ଏପରି ସମୟରେ ସର୍ବାଧିକ ସାବଧାନତା ଅବଲମ୍ବନ ଅତ୍ୟନ୍ତ ଜରୁରୀ। ସାଧାରଣ ଲୋକେ ଏହା ବୁଝୁଥିବା ବେଳେ ଅନୁଗୋଳ ଉପକଣ୍ଠର ଅନେକ ସ୍ଥାନରେ ଘର ନିର୍ମାଣ କରୁଥିବା ଲୋକମାନଙ୍କ ମାନସିକତାରେ କିନ୍ତୁ ପରିବର୍ତ୍ତନ ଆସୁନାହିଁ। ସେମାନେ ନିର୍ମାଣ କାମ ବନ୍ଦ ରଖିବା ପରିବର୍ତ୍ତେ ପରିସ୍ଥିତିରୁ ଫାଇଦା ଉଠାଇ ଶୀଘ୍ର ଓ କମ୍‌ ଅର୍ଥରେ କାର୍ଯ୍ୟ ସମ୍ପନ୍ନ କରିବାକୁ ଚାହୁଁଛନ୍ତି। ତେଣୁ ଜିଲାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନେ ଟାର୍ଗେଟ୍‌ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ରୋଜଗାର ନ ପାଇ ପେଟ ଚିନ୍ତାରେ ଥିବା ଏହି ଶ୍ରମିକମାନେ ମଧ୍ୟ କମ୍‌ ମଜୁରିରେ ରାଜି ହୋଇଯାଉଛନ୍ତି। ଶ୍ରମିକ ଠିକ୍‌ ହୋଇଯିବା ପରେ ବାହାର ଅଞ୍ଚଳର ରାଜମିସ୍ତ୍ରିମାନେ ସେମାନଙ୍କୁ ଟ୍ରାକ୍ଟର ଯୋଗେ ନିର୍ମାଣସ୍ଥାନକୁ ନେବାଆଣିବା କରୁଛନ୍ତି। ଏପରି ପରିବହନରେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁ ନ ଥିବାବେଳେ ଶ୍ରମିକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତଥାପି ମଜୁରି ଆଶାରେ ଶ୍ରମିକମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ପୋଲିସ ଓ ପ୍ରଶାସନ ମଧ୍ୟ ଆଖିବୁଜି ଦେଇଛି। କାରଣ ସହରର ପ୍ରତି ଛକରେ ପୋଲିସ ଜଗି ରହିଥିବା ବେଳେ ମାଳ ମାଳ ପାଟ୍ରୋଲିଂ ଭ୍ୟାନ୍‌ ସହରରେ ପଇଁତରା ମାରୁଛି। ହେଲେ ଏପରି ବେଆଇନ କାର୍ଯ୍ୟ ପ୍ରତି କେମିତି କାହାର ଦୃଷ୍ଟି ପଡ଼ୁନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। ଯଦି ଏଭଳି କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନଜରକୁ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଲୋକମାନେ ଏ ନେଇ ସୂଚନା ଦେଲେ ପ୍ରଶାସନ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ଓଡ଼ିଶା ପଞ୍ଚମ

ଭୁବନେଶ୍ୱର,୬।୯ (ବ୍ୟୁରୋ):ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିବା ଛାତ୍ରୀଛାତ୍ର ଆଜି ବାଟବଣା ହୋଇଯାଉଛି। ପ୍ରେମ ପ୍ରତାରଣା,...

ସରିଯିବ କୋଭିଶିଲ୍ଡ ଟିକା

ଭୁବନେଶ୍ୱର, ୧୯।୭(ବ୍ୟୁରୋ):କରୋନା ପ୍ରତିଷେଧକ ଭାବେ ରାଜ୍ୟରେ ବ୍ୟବହାର କରାଯାଉଥିବା କୋଭିଶିଲ୍ଡ ଟିକା ଆସନ୍ତା ଦୁଇତିନି ଦିନ ଭିତରେ ସରିଯିବ। ସବୁ ଜିଲାରେ କମ୍‌ ସଂଖ୍ୟକ କୋଭିଶିଲ୍ଡ...

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦...

ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ,୯।୫: ଅନୁଗୋଳ ଜିଲା ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ରବିବାର ସହରରେ ଥିବା ବିଭିନ୍ନ ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଏବଂ ନିରାପତ୍ତା ନିୟମ...

CORONAVIRUS UPDATE: ରାଜ୍ୟରେ ପୁଣି ୧୬୭ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଲା

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦ରେ ପହଞ୍ଚିଛି।...

ବାଲୁକା କଳାରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା

ପୁରୀ ଅଫିସ, ୨୫ା୧୨: ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ପ୍ଲାଷ୍ଟିକ କେବଳ ପରିବେଶକୁ ପ୍ରଦୂଷଣ କରୁଛି ତା’ ନୁହେଁ ମଣିଷ, ପଶୁପକ୍ଷୀ ସମସ୍ତଙ୍କ...

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ...

Advertisement
Archives

Model This Week