ଲକ୍‌ଡାଉନରେ ଲୋକଙ୍କ ଘର ବାରଣ୍ଡା ସାଜିଛି ସେଲୁନ

ସେମିଳିଗୁଡ଼ା,୧୬ା୪(ସ୍ବ.ପ୍ର.): କୌଳିକ ବୃତ୍ତିରେ ଗୁଜୁରାଣ ଚଳାଉଥିବା ଅନେକ ଲୋକଙ୍କ ଜୀବିକାରେ ଲାତ ମାରିଛି କରୋନା ଭାଇରସ। ସଂକ୍ରମଣ ଭୟରେ ସବୁଠି ଲକ୍‌ଡାଉନ। ଦୋକାନ ବଜାର ବନ୍ଦ। ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଅନେକ ବ୍ୟବସାୟୀଙ୍କ ପାଇଁ ଦୋକାନ ଖୋଲିବା ପାଇଁ ବାଟ ବନ୍ଦ ଥିବାବେଳେ ବାରିକମାନେ ଏବେ ନିଜ ବାରଣ୍ଡାରେ ସେଲୁନ ଖୋଲି ଚୁଟିକଟା ଆରମ୍ଭ କରିଛନ୍ତି। ଲୋକେ କୁହାକୁହି ହେଉଛନ୍ତି- ବାରିକଙ୍କ କାମ ଯେଉଁଠୁ ଆରମ୍ଭ ହୋଇଥିଲା, ସେଇଠିକୁ ଫେରିଛି। ଦିନ ଥିଲା ବାରିକ ପରିବାର ଗାଁ ଦାଣ୍ଡ ବାରଣ୍ଡାରେ ନିଜ କୁଳ ବେଉସା କରି ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ଆଧୁନିକତାରେ ତାଳ ଦେଇ ଆରମ୍ଭ ହେଲା ସେଲୁନ, ପାର୍ଲର। କିନ୍ତୁ ଏବେ ଲକ୍‌ଡାଉନ ପରିସ୍ଥିତି ସବୁ ବାରିକଙ୍କୁ ପୁରୁଣା ସମୟକୁ ଫେରାଇ ନେଇଛି। ସେଲୁନ ବନ୍ଦ ହେବା ଫଳରେ ବହୁ ଗରିବ ବାରିକ ପରିବାର ଚଳାଇବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ହାତ ବାନ୍ଧି ଘରେ ବସି ରହିବା ପରେ ସେମାନେ ଏବେ ଘର ଘର ବୁଲି ଲୋକଙ୍କ ବାରଣ୍ଡାରେ ଚୁଟି ଓ ଦାଢ଼ିକଟା ଆରମ୍ଭ କରିଛନ୍ତି। ମୁଁହରେ ମାସ୍କ ପିନ୍ଧି ସେମାନେ ଚୁଟି କାଟୁଥିବା ଦେଖିବାକୁ ମିଳିଛି। କେହି ଚୁଟି କାଟିବା ପାଇଁ ଖବର ଦେଲେ, ସେମାନେ ଘରକୁ ଘର ଯାଇ ଚୁଟି କାଟିଦେଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଆସୁନି ପାଣି, ଶୁଖିଲା ପଡ଼ିଛି ଚାଷଜମି

ନାଉଗଁା ,୫ା୧୧(ସ୍ବ.ପ୍ର): ନାଉଗଁା ବ୍ଲକର ଚାଷୀମାନେ କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଅଣ୍ଟିଆ ବର୍ଷା...

ସ୍ବାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ

ପଦ୍ମପୁର, ୧୫।୦୮(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଳକ ସଦର ମହକୁମାସ୍ଥିତ ଏକ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ ହୋଇଛନ୍ତି...

ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ

ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍‌ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ...

କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ

ପାଟପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର, ସଂସ୍ପର୍ଶରେ ଆସି ଯୁବକ ଗୁରୁତର,

ଦେବଗଡ଼,୧୮ା୪(ଡ଼ି.ଏନ୍‌.ଏ.) ଦେବଗଡ଼ ଜିଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର...

ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ...

ରିଂରୋଡ୍‌କୁ ମିଳିଲା ସଂଶୋଧିତ ପ୍ରଶାସନିକ ମଞ୍ଜୁରୀ

ବରଗଡ଼ ଅଫିସ,୪।୩: ବରଗଡ଼ ଜିରା ନଦୀ କୂଳ ବାମପାର୍ଶ୍ୱରେ ଥିବା ସିରିଡି ସାଇ ମନ୍ଦିରରୁ ରୁହୁଣିଆ ଗ୍ରାମ ପର୍ଯ୍ୟନ୍ତ ରିଂରୋଡ୍‌ର ସଂଶୋଧିତ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ...

Advertisement
Archives

Model This Week