ରୌଦ୍ରତାପରେ ଜଳୁଛି ଟିଟିଲାଗଡ଼, ବଲାଙ୍ଗୀର

 

ବଲାଙ୍ଗୀର ଅଫିସ, ୨୬ା୫
ବଲାଙ୍ଗୀର ଜିଲାରେ ଗତ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି ା ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ କରାଯାଇଛି ା ଟିଟିଲାଗଡ଼ରେ ରବିବାର ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୋମବାର ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି ା ଉଭୟ ଦିନ ବଲାଙ୍ଗୀର ତାପମାତ୍ରା ସମାନ ଭାବେ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି ା ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ା ପୂର୍ବାହ୍ନ ୧୦ଟାରୁ ଟାଣଖରା ଅନୁଭୂତ ହେଉଛି ା ଲକ୍‌ଡାଉନ୍‌ ଯୋଗୁ ପ୍ରଶାସନ ପକ୍ଷରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଗତ ୩ ଦିନରୁ ଉର୍ଦ୍ଧ୍ୱ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜିଲାରେ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି ା ଆଖପାଖ ଗ୍ରାମରୁ ପ୍ରତ୍ୟହ ବଲାଙ୍ଗୀର ଡେଲିମାର୍କେଟକୁ ପନିପରିବା, ଦୁଗ୍ଧ ଓ ଅନ୍ୟାନ୍ୟ ସାମଗ୍ରୀ ଆଣୁଥିବା ଚାଷୀ, ବ୍ୟବସାୟୀମାନେ ଘରକୁ ଫେରିବା ବେଳେ ଟାଣ ଖରା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଖରା ଯୋଗୁ ପୂର୍ବାହ୍ନ ୧୧ଟାରୁ ଟିଟିଲାଗଡ଼ ଓ ବଲାଙ୍ଗୀର ସହର ସମେତ ପାଟଣାଗଡ଼, କଣ୍ଟାବାଞ୍ଜି, ତୁଷୁରା ସହରାଞ୍ଚଳ ଓ ଅନ୍ୟ ଗ୍ରାମାଞ୍ଚଳର ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇପଡୁଛି ା ଜରୁରୀ କାମ ଥିଲେ ଲୋକେ ମୁଣ୍ଡରେ ଗାମୁଛା ଗୁଡାଇ, ଟୋପି ପିନ୍ଧି ଯାତାୟାତ କରୁଛନ୍ତି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଓ ରାସ୍ତାକଡ଼ରେ ଜଳଛତ୍ର ଖୋଲାଯାଇଛି ା ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଜରୁରୀ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ସୂଚନା ଦେଇଛନ୍ତି ା
କରୋନା ଲକ୍‌ଡାଉନ ଘୋଷଣା ପରଠାରୁ ବଲାଙ୍ଗୀର ଜିଲାକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପ୍ରବାସୀ, ଦାଦନ ଶ୍ରମିକ ଟ୍ରେନ୍‌ ଓ ବସ୍‌ରେ ଫେରୁଛନ୍ତି ା ସେମାନଙ୍କୁ ବିଭିନ୍ନ ଯାନବାହନରେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେବା ପ୍ରଶାସନ ପାଇଁ ବଡ ଆହ୍ବାନ ପାଲଟିଛି ା ଯେଉଁମାନେ ଟ୍ରେନ୍‌ରେ ଫେରୁଛନ୍ତି ସେମାନଙ୍କୁ ପରିଚାଳାନା କରିବା ସହଜ ହେଉଥିବାବେଳେ ବସ୍‌ ଓ ଅନ୍ୟ ଯାନବାହନରେ ଫେରୁଥିବା ପ୍ରବାସୀମାନଙ୍କୁ ବିଭିନ୍ନ ସ୍ଥାନରେ ବସ୍‌ଗୁଡିକ ଛାଡି ପଳାଇ ଯାଉଥିବାରୁ ପ୍ରଚଣ୍ଡ ଖରାରେ ସେମାନେ ବହୁ କଷ୍ଟ ଭୋଗୁଛନ୍ତି ା ଦୀର୍ଘଦିନ ହେଲା ଖାଇବା, ପିଇବାରେ ଅବ୍ୟବସ୍ଥିତ ଥିବା ଏଭଳି ପ୍ରବାସୀଙ୍କ ଅଂଶୁଘାତ ଆଶଙ୍କା ବଢ଼ି ଯାଉଛି ା ସହରର ବିଭିନ୍ନ ରାସ୍ତାରେ ପ୍ରବାସୀମାନେ ସେମାନଙ୍କ ଜିନିଷପତ୍ର ବୋହି ଖରାରେ ଚାଲୁଥିବା ଦୃଶ୍ୟ ଦେଖାଯାଉଛି ା ଖରାଯୋଗୁ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଧ୍ୟ ପ୍ରବାସୀ ଅନ୍ତେବାସୀମାନେ କଷ୍ଟ ଭୋଗୁଥିବା ଖବର ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri