Posted inଖେଳ

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦୀର୍ଘ ୩୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛି। ତାରକା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଦମ୍‌ଦାର ପ୍ରଦର୍ଶନ ସହାୟତାରେ ନ୍ୟୁଜିଲାଣ୍ଡ ବିଜୟୀ ହେବା ଲକ୍ଷ୍ୟରେ ରହିଛି।
ସାଇଡ୍‌ ଷ୍ଟ୍ରେନ୍‌ ଜନିତ ଆଘାତ ସମସ୍ୟା କାରଣରୁ ବୋଲ୍ଟ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏଥିରେ ନ୍ୟୁଜିଲାଣ୍ଡ ବୃହତ୍‌ ୨୯୬ ରନରେ ପରାସ୍ତ ହୋଇଥିଲା। ବୋଲ୍ଟ ନେଟ୍ସରେ ବେଶ୍‌ ଝାଳ ବୁହାଇଛନ୍ତି ଓ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି। ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ବେଶ୍‌ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି। ବହୁ ସଂଖ୍ୟାରେ ନ୍ୟୁଜିଲାଣ୍ଡ ଦର୍ଶକ ମଧ୍ୟ ଉପସ୍ଥିତ ରହି ନିଜ ଦଳକୁ ଉତ୍ସାହିତ କରିବେ। ନ୍ୟୁଜିଲାଣ୍ଡ ଦର୍ଶକଙ୍କ ପାଇଁ ଅକଲାଣ୍ଡ ଓ ମେଲବୋର୍ନ ମଧ୍ୟରେ ଅତିରକ୍ତି ବିମାନ ଉଡାଣ ବ୍ୟବସ୍ଥା କରାଯାଇଛି।
ଶେଷଥର ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୯୮୭ରେ ବକ୍ସିଂ ଡେ ଟେଷ୍ଟରେ ପରସ୍ପରକୁ ଭେଟିଥିଲେ। ସେତେବେଳର ତାରକା ବୋଲର ରିଚାର୍ଡ ହାର୍ଡଲି ଦମ୍‌ଦାର ପ୍ରଦର୍ଶନ କରି ଏହି ମ୍ୟାଚ୍‌କୁ ଡ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମ୍‌ସିଜିର ଉଇକେଟ କିଭଳି ରଙ୍ଗ ଦେଖାଇବ ଅବଶ୍ୟ ତାହା ଅଜଣା ରହିଛି। ଏକ ନୂଆ ପିଚ୍‌ ପ୍ରସ୍ତୁତ କରିବା ପାଇଁ ଗ୍ରାଉଣ୍ଡ କ୍ୟୁରେଟର ମ୍ୟାଟ୍‌ ପେଜ ପ୍ରୟାସ ଜାରି ରଖିଛନ୍ତି। ପର୍ଥ ଟେଷ୍ଟରେ ଆହତ ହୋଇଥିବା ଜୋସ ହାଜେଲଉଡଙ୍କ ବଦଳରେ ଜେମ୍ସ ପାଟିନସନ ଖେଳିବେ। ସେହିପରି ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ମଧ୍ୟ କମାଲ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର ନାଥନ ଲିୟନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବେ। ଜବରଦସ୍ତ ଫର୍ମରେ ଥିବା ୩ ନମ୍ବର ବ୍ୟାଟ୍ସମ୍ୟାନ ୨୫ ବର୍ଷୀୟ ମାର୍ନସ ଲାବୁସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ କ୍ରମାଗତ ୩ଟି ଶତକ ଅର୍ଜନ କରିବା ସହ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ ହାତଛଡ଼ା କରିଥିବାରୁ ନ୍ୟୁଜିଲାଣ୍ଡ ସିରିଜକୁ ଫେରିବା ପାଇଁ ଏହି ମ୍ୟାଚ୍‌ରେ ଜିତିବା ଜରୁରୀ ହୋଇ ପଡିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ଖ୍ରୀଷ୍ଟମାସ ନୂଆ ଭେଟି ଦେବା ଲକ୍ଷ୍ୟରେ ରହିଛି। ବକ୍ସିଂ ଡେ ରେ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ଓ ଏବେ ଛୁଟି ଚାଲିଥିବାରୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେବ। ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଡେଭିଡ ଓ୍ବାର୍ନର, ଜୋ ବନର୍‌ସ, ମର୍ନସ ଲାବୁସେନ, ଷ୍ଟିଭ ସ୍ମିଥ୍‌, ମାଥ୍ୟୁ ଓ୍ବେଡ, ଟ୍ରାଭିସ ହେଡ, ଟିମ୍‌ ପେନ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜେମ୍ସ ପାଟିନସନ, ମିଚେଲ ନେସେର ଓ ପିଟର ସିଡଲ।
ନ୍ୟୁଜିଲାଣ୍ଡ ଦଳ: ଟୋଡ୍ଡ ଆସଲେ, ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ମ୍ୟାନ ହେନେରୀ, ଟମ୍‌ ଲାଥମ, ହେନେରୀ ନିକୋଲ୍ସ, ଜିତ୍‌ ରାଭାଲ, ମିଚେଲ ସାଣ୍ଟନର, ଟିମ୍‌ ସୌଦି, ରସ୍‌ ଟେଲର, ବିଜେ ଓ୍ବାଟଲିଂ, ନେଲ ଓ୍ବାଗନର ଓ କେନ୍‌ ଓ୍ବିଲିୟମସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri