Posted inଫୁରସତ

ରୋଜଗାର ଟଙ୍କାରେ ନିଜ ଖର୍ଚ୍ଚ ତୁଲାଉଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା

ଶ୍ରୀକ୍ଷେତ୍ର ପୁରୀରେ ମୋର ଜନ୍ମ। ଏଠାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଜାମ୍‌ସେଦ୍‌ପୁରରେ ଯାଇ ପଢିଥିଲି। ପାଠପଢ଼ା ମୋର ଏଯାଏଁ ବି ସରିନି। ବର୍ତ୍ତମାନ ମୋର ଲ’ ପ୍ରାକ୍ଟିସ୍‌ ଚାଲିଛି। ପାଠପଢ଼ା ସହିତ ମାତ୍ର ୪ବର୍ଷ ବୟସରୁ ମୁଁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଆଉ ୯ମ ଶ୍ରେଣୀରେ ପଢ଼ିଲାବେଳଠୁ ଓଡ଼ିଶୀ ନୃତ୍ୟରେ ସ୍କଲାରଶିପ୍‌ ପାଇଚାଲିଲି। ସେହି ସ୍କଲାରଶିପ୍‌ ଟଙ୍କାରେ ହିଁ ମୁଁ ମୋ ପାଠପଢ଼ା ତଥା ଅନ୍ୟାନ୍ୟ ଖର୍ଚ୍ଚ ତୁଲାଉଥିଲି। ଗୁରୁ କେଳୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ, ଲିଙ୍ଗରାଜ ବେହେରା, କୁମ୍‌କୁମ୍‌ ମହାନ୍ତି, ଗଜେନ୍ଦ୍ର ପଣ୍ଡା ପ୍ରମୁଖ ହେଲେ ମୋର ଜଣେ ଜଣେ ଓଡ଼ିଶୀ ନୃତ୍ୟଗୁରୁ। ଓଡ଼ିଶୀ ନୃତ୍ୟରେ ମୁଁ ଡବଲ୍‌ ଏମ୍‌.ଏ. କରିଛି। କେବଳ ଓଡ଼ିଶୀ ନୁହେଁ, ଦେବଦାସୀ ନୃତ୍ୟ ବି ମୁଁ କରିପାରେ। ତା’ ସହିତ ଓଡ଼ିଶୀ ସଙ୍ଗୀତରେ ବିଶାରଦ ମଧ୍ୟ ସାରିଛି। ଓଡ଼ିଶୀ ସଙ୍ଗୀତରେ ମୋର ଗୁରୁ ହେଲେ ରାଧାନାଥ ପଢ଼ିଆରୀ ଓ ରଘୁନାଥ ପୂଜାପଣ୍ଡା। ୟା’ ଭିତରେ ପ୍ରାୟ ୧୬ଟି ଦେଶରେ ମୁଁ ଓଡ଼ିଶୀ ଓ ଦେବଦାସୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇସାରିଲିଣି। ତେବେ ଏଠାରେ କହି ରଖିବା ଉଚିତ ହେବ ଯେ, ମୁଁ କେବଳ ଦେବଦାସୀ ନୃତ୍ୟ କରେନାହିଁ, ତା’ ସମ୍ବନ୍ଧରେ ଅନେକ ରିସର୍ଚ୍ଚ ମଧ୍ୟ କରିଛି ଆଉ ଏବେ ବି କରୁଛି। ସେହିପରି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ମୁଁ କିଛି ଜ୍ଞାନ ବି ଆହରଣ କରିଛି। ଆଉ ଅନ୍ତର୍ଜାତୀୟସ୍ତରରେ ତା’ର ଉପଯୁକ୍ତ ପ୍ରଚାର ପ୍ରସାର ପାଇଁ ଅନେକ କାମ ମଧ୍ୟ କରୁଛି। ଏ ସବୁ ବ୍ୟତୀତ ‘ଅଚ୍ୟୁତନ୍ତ ଟ୍ରଷ୍ଟ’ ନାମକ ଏକ ସାମାଜିକ ଅନୁଷ୍ଠାନର ମୁଁ ହେଉଛି ଅଧ୍ୟକ୍ଷା। ନାରୀ ଓ ମାନବ ଅଧିକାର ପାଇଁ ତଥା ଦେଶରେ ଘଟୁଥିବା ଘଟଣା, ଅଘଟଣ ଉପରେ ନଜର ପକାଇ ତା’ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ହେଉଛି ଏହି ଟ୍ରଷ୍ଟର ପ୍ରଥମ ତଥା ପ୍ରଧାନ ଲକ୍ଷ୍ୟ। ତା’ସହିତ ଆମ ଦେଶ କିପରି ନିଶାମୁକ୍ତ ହେବ, ସେଥିପାଇଁ ବି ଏହି ଟ୍ରଷ୍ଟ ଗତ ୮/୯ବର୍ଷ ହେଲାଣି କାମ କରିଆସୁଛି। ସେହିପରି ଏହି ଟ୍ରଷ୍ଟ ସହାୟତାରେ ଗଢ଼ି ଉଠିଥିବା ‘ନୃତ୍ୟ ନଟରାଜ୍‌ ଏକାଡେମୀ’ ବସ୍ତି ତଥା ଅନୁନ୍ନତ ଅଞ୍ଚଳରେ ଥିବା ଶିଶୁକନ୍ୟାଙ୍କର ଖାଦ୍ୟପେୟ, ଜୀବନଶୈଳୀ ତଥା ମାନସିକ ଅବସ୍ଥାକୁ ତର୍ଜମା କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିଥାଏ। ତା’ସହିତ ଏହି ଏକାଡେମୀ ଭାରତୀୟ ସଂସ୍କୃତି (ନୃତ୍ୟ, ସଙ୍ଗୀତ)ଉପରେ ଜ୍ଞାନ ଦେଇ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବି କାର୍ଯ୍ୟ କରିଥାଏ। ବର୍ତ୍ତମାନ ଉକ୍ତ ଏକାଡେମୀର ଗୋଟିଏ ଶାଖା ଓଡ଼ିଶା ଏବଂ ଆଉ ଗୋଟିଏ ଶାଖା ଦିଲ୍ଲୀ ଗୁର୍‌ଗାଓଁରେ କାମ କରୁଛି। ଜୀବନରେ ମୁଁ କେବେ କାହା ଉପରେ ନିର୍ଭର କରିବା ଶିଖିନି କି କୌଣସି ବିପଦ ଆସିଲେ ଡରିଯାଇନି। ବରଂ ସବୁ ପରିସ୍ଥିତିକୁ ବେଶ୍‌ ଦୃଢ଼ତାର ସହ ସାମ୍ନା କରିଛି। ଅନ୍ୟପକ୍ଷେ ମୁଁ ମୋ କଳାକୁ ନେଇ କେବେ ବି ବ୍ୟବସାୟ କରିବାର ଆଶା ରଖିନି। କଳା ମୋ ପାଇଁ ଭଗବାନଙ୍କର ଏକ ଆଶୀର୍ବାଦ। ଏହା ମୋତେ ସମାଜରେ ଏକ ସ୍ବତନ୍ତ୍ର ପରିଚିତି ଦେଇଛି। ଏଥିପାଇଁ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ପ୍ରଶଂସିତ ବି ହୋଇଛି। ତେଣୁ ଓଡ଼ିଶୀ ନୃତ୍ୟ ଆଉ ସଙ୍ଗୀତ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଆଦରଭାବ ରହିଛି। ଯଦି କୌଣସି ପରିସ୍ଥିତିରେ କେହି ଏହି କଳାକୁ ଅସମ୍ମାନ କରିବାର ମୁଁ ଦେଖେ ତା’ହେଲେ ତା’ର ଘୋର୍‌ ବିରୋଧ କରିଥାଏ। କହିବାକୁ ଗଲେ, ମୁଁ ଜଣେ ସାଂସ୍କୃତିକ କାର୍ଯ୍ୟକର୍ତ୍ତା (କଲ୍‌ଚରାଲ୍‌ ଆକ୍ଟିଭିଷ୍ଟ)। ଭାରତୀୟ ସଂସ୍କୃତିକୁ ଭଲ ପାଇବା ସହ ମୁଁ ସେହି ନାରୀଙ୍କୁ ବି ସମ୍ମାନ ଓ ସହଯୋଗ କରେ, ଯାହାଙ୍କ ପାଖେ ପୁରୁଷ ସମାଜକୁ ଟକ୍କର ଦେଇ କିଛି ଭିନ୍ନ କାମ କରିବାର ଦକ୍ଷତା ରହିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଲମ୍ବା ବେକ ଥିବା କୁକୁର

ସବୁ ପ୍ରାଣୀଙ୍କର ନିଜସ୍ବ କିଛି ବିଶେଷତ୍ୱ ଥାଏ, ଯାହାକି ତାକୁ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ ଯେବେ ଗୋଟିଏ ପ୍ରାଣୀର...

କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍‌କୋନିରେ ମାରିଲେ ୬୨୫୦ ଚକ୍କର

ବେଜିଂ: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ...

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା...

ବିପିନ ବିହାରୀ ମହାନ୍ତି: ପାଠାଗାର ଓ ଭାଷା ସୁରକ୍ଷା ଯାହାଙ୍କ ନିଶା…

ସେ ଜଣେ ଶିକ୍ଷାବିତ୍‌, ସ୍ତମ୍ଭକାର, କବି, ଗାଳ୍ପିକ, ନାଟ୍ୟକାର ଓ ସମାଜସେବୀ । ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବିଭିନ୍ନ ପୁସ୍ତକ ସଂଗ୍ରହ ।...

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ...

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ...

ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି

ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ...

Advertisement
Archives

Model This Week