ରୋଜଗାରର ମାଧ୍ୟମ ପାଲଟିବ ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର

କେନ୍ଦ୍ରାପଡା ଅଫିସ, ୨୭ା୮- କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସ୍କିମ ଅଫ ଫଣ୍ଡ ଫର ରିଜେନେରେସନ ଅଫ ଟ୍ରାଡିସନାଲ ଇଣ୍ଡଷ୍ଟ୍ରିଜ (ଏସ୍‌ଏଫ୍‌ୟୁଆରଟିଆଇ/ ସ୍ଫୁର୍ତ୍ତୀ) ମାଧ୍ୟମରେ ରାଜ୍ୟରେ ୧୫ଟି ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଖୋଲିବାକୁ ଘୋଷଣା କରିଛନ୍ତି ା ଏଥିସହ ଗତ ଶନିବାର ଭିଡିଓ କନଫରେନସ ମାଧ୍ୟମରେ କୋଣାର୍କ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଏହାର ଶିଳାନ୍ୟାସ କରିଛନ୍ତି ା ଏହି ହସ୍ତଶିଳ୍ପ କ୍ଲଷ୍ଟର ଖୋଲିବା ପରେ କତା କାରିଗରଙ୍କ ପାଇଁ ନିଯୁକ୍ତି ସହ ଆର୍ଥିକ ସମୃଦ୍ଧି ଆଣିବ ବୋଲି ବିଭିନ୍ନ ମହିଳା ସ୍ବୟଂ ସହାୟକା ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲାରେ କୌଣସି କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ନାହଁି। ଏପରିସ୍ଥିତିରେ ଚାଷ ପରେ ଏହି ଅଣୁଶିଳ୍ପ ପରିବାର ସଦସ୍ୟଙ୍କ ପାଇଁ ଅର୍ଥ ରୋଜଗାରର ମାଧ୍ୟମ ପାଲଟିଛି ା ପ୍ରସ୍ତାବିତ କ୍ଲଷ୍ଟର ପାଇଁ ପ୍ରାଥମିକସ୍ତରରେ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରର୍ଯ୍ୟାୟକ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରତି କ୍ଲଷ୍ଟରକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ା ଫଳରେ କାରିଗରମାନେ ବୈଷୟିକ ତାଲିମ ସହ ମାର୍କେଟିଂ ପାଇଁ ପ୍ରେତ୍ସାହନ ପାଇପାରିବେ। ଏନେଇ ଜିଲାର ଆକୁଳିପଡା, ପିମ୍ପୁଡି, ଆଇତିପଡା, ପଲ୍ଲିସାହାଡା, ଶାସନ, ତରାଶ, ସିଆଳିଆ ଆଦି ଗ୍ରାମରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ୱ କତା ହସ୍ତଶିଳ୍ପୀ କାରିଗର ଉତ୍ସାହିତ ହୋଇଯାଇଛନ୍ତି। ଉନ୍ନତ ବୈଷୟିକ କୌଶଳରେ ନିର୍ମିତ ହସ୍ତକଳା ଦେଶ ବିଦେଶରେ ଆଦୃତ ହେବା ସହ ରୋଜଗାରର ମାଧ୍ୟମ ପାଲଟିବ ବୋଲି ବାୟାବାବା ମହିଳା କତା ସମବାୟ ସମିତି ସମ୍ପାଦିକା ଶ୍ରୀମତୀ ନାୟକ କହିଛନ୍ତି ା ସେ କହିଛନ୍ତି, ନଡ଼ିଆ କତାରେ ନିର୍ମିତ ସାମଗ୍ରୀ ପରିବେଶ ଅନୁକୂଳ ା ଏହା ପ୍ଲାଷ୍ଟିକର ଚାହିଦା କମାଇବା ସହ ସମୟ କ୍ରମେ ନଷ୍ଟ ହେବାରେ ମଧ୍ୟ ଅସୁବିଧା ହୁଏ ନାହିଁ। ଏଥିଯୋଗୁ ଏହା ପୁନର୍ବାର ଲୋକଙ୍କ ଆଦୃତି ଲାଭ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ପୂର୍ବରୁ ସମବାୟ ସମିତିର ସଦସ୍ୟାମାନେ ମ୍ୟାଟ, କାରପେଟ, କାନ୍ଥ ଝୁଲା, ଟୋପି, ବାସ୍କେଟ, ହାତପଙ୍ଖା, ଫୁଲଦାନୀ ଆଦି ସୁନ୍ଦର ଭାବେ ପ୍ରସ୍ତୁତ କରୁଥିଲେ ମଧ୍ୟ ବିକ୍ରି ପାଇଁ ପ୍ରୋତ୍ସାହନ ମିଳୁ ନ ଥିଲା ା କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ତାଲିମ ସହ ବିକ୍ରିକୁ ପ୍ରୋତ୍ସାହନ ମିଳୁଥିବାରୁ ସହଜରେ ଅର୍ଥଲାଭ ହୋଇ ପାରିବ ବୋଲି ସମ୍ପାଦିକା ନାୟକ ମତ ଦେଇଛନ୍ତି ା
ଏସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ସନ୍ତୋଷ କୁମାର ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଜିଲା ଶିଳ୍ପ କେନ୍ଦ୍ର ଅଧୀନରେ ପରିଚାଳିତ ହେବ ା କେନ୍ଦ୍ରାପଡାରେ ଭିତରକନିକା ଜାତୀୟ ଉଦ୍ୟାନ ଥିବାରୁ ପ୍ରତିବର୍ଷ ଏଠାକୁ ଦେଶ ବିଦେଶର ବହୁ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ନିକଟରେ କତା ହସ୍ତକଳାକୁ ପହଞ୍ଚାଯାଇପାରିବ।
ଅନ୍‌ଲାଇନରେ କାଇଁଚ ସାମଗ୍ରୀ ବିକ୍ରି ହେବା ପରି କତା ହସ୍ତକଳା ସାମଗ୍ରୀକୁ ମଧ୍ୟ ବିକ୍ରି କରାଯାଇପାରିବ ା ଏହି ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ଜିଲାର ପାରିପଙ୍ଗରା ଓ ନନତାରର ୯୦ ଜଣ କାରିଗରଙ୍କୁ ଇତିମଧ୍ୟରେ କତା ସାମଗ୍ରୀ ନିର୍ମାଣ ପାଇଁ ଶିଳ୍ପ କେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହାର ପ୍ରଚାର ପ୍ରସାର ହେବ ା କେନ୍ଦ୍ରାପଡ଼ା ଜିଲା ମହିଳା ସଶକ୍ତୀକରଣରେ ଏହି କ୍ଲଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆଶାବାଦୀ ବୋଲି ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ମିଶ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri