ରେଳ ଲାଇନ୍‌ରେ ଶୌଚ କରି ୪୭ ଗିରଫ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରେଳପଥରେ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଟ୍ରାକ୍‌ରେ ଶୌଚ ନ କରିବାକୁ ଭାରତୀୟ ରେଳପଥ ପକ୍ଷରୁ ସଚେତନ କରାଯାଉଛି। ଭୁବନେଶ୍ୱର ଆରପିଏଫ ପୋଷ୍ଟ ଟ୍ରାକ୍‌ରେ ଶୌଚ କରୁଥିବା ୪୭ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ମୁଖ୍ୟ ରେଳଷ୍ଟେଶନସ୍ଥିତ ଫାଳିକିଆ ବସ୍ତି, ବଙ୍ଗାଳି ବସ୍ତି, ମାଳି ସାହି ଓ ବାଣୀ ବିହାର ପି.ଏଚ ସୋମବାର ଭୋର ସମୟରେ ଚଢ଼ାଉ କରିଥିଲା। ଏହି ସମୟରେ ଶୌଚ କରୁଥିବା ୪୭ ଜଣଙ୍କୁ ଆରପିଏଫ ଗିରଫ କରିଥିଲା। ରେଲଓ୍ବେ ଆକ୍ଟ ୧୪୭ରେ ମାମଲା ରୁଜୁ କରି ରେଲଓ୍ବେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା। କାଉନସେଲିଂ ପରେ ଏମାନଙ୍କ ଭିତରୁ ୧୧ଜଣ ଭଲ ଆଚରଣ ପାଇଁ ଏକଜିକ୍ୟୁଟିଭ୍‌ ବଣ୍ଡ୍‌ରେ ଜାମିନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁନାରେ ସଜେଇ ହେବେ ଶ୍ରୀଜିଉ: ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ଦର୍ଶନ

ପୁରୀ,୩।୧: ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି। ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ। ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ...

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ...

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବିଶ୍ୱପ୍ରସିଦ୍ଧ ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୩ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri