ରେଳଯାତ୍ରୀ, ଟ୍ରାକ୍‌କୁ ସୁରକ୍ଷା ଦେବେ କୋରସ୍‌ କମାଣ୍ଡୋ

ନୂଆଦିଲ୍ଲୀ,୧୫-୮: ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରଥମଥର କମାଣ୍ଡୋ ୟୁନିଟ ତିଆରି କରାଯାଇଛି। ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କମାଣ୍ଡୋଜ ଫର୍‌ ରେଲଓ୍ବେ ସେଫ୍‌ଟି ଅର୍ଥାତ୍‌ ‘କୋରସ’୍‌ କମାଣ୍ଡୋମାନେ ଜମ୍ମୁ-କଶ୍ମୀର, ନକ୍ସଲ ପ୍ରବଣ ତଥା ଉତ୍ତର-ପୂର୍ବ ଭାରତର ରେଳଯାତ୍ରୀ ଓ ରେଳ ଟ୍ରାକ୍‌କୁ ସୁରକ୍ଷା ଦେବେ। ବୁଧବାର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଶିକ୍ଷିଣପ୍ରାପ୍ତ କୋରସ୍‌ କମାଣ୍ଡୋଙ୍କ ପ୍ରଥମ ବ୍ୟାଚ୍‌କୁ ରେଲଓ୍ବେରେ ସାମିଲ କରିଛନ୍ତି। ଏଥିରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀ ଉପସ୍ଥିତ ଥିଲେ। ଆର୍‌ପିଏଫ୍‌ର କମାଣ୍ଡୋ ମାନଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦେବା ଲାଗି ହରିୟାଣାର ଜଗଧ୍ରୀରେ ଏକ କମାଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଗୋୟଲ କହିଛନ୍ତି।
କୋରସ୍‌ କମାଣ୍ଡୋମାନେ ରେଲଓ୍ବେରେ ସାମିଲ ହେବା ପୂର୍ବରୁ ନୂଆଦିଲ୍ଲୀ ଷ୍ଟେଶନରେ ଆୟୋଜିତ ସମାରୋହରେ ସେମାନେ ନେଇଥିବା ପ୍ରଶିକ୍ଷଣ ସମ୍ପର୍କରେ ପ୍ରଦର୍ଶନ କରିଥିଲେ। ରେଲଓ୍ବେ ଟ୍ରାକ୍‌କୁ କିଭଳି ସୁରକ୍ଷା ଦିଆଯିବ ଏବଂ ଟ୍ରେନରେ ପଣବନ୍ଦୀ ଥିବା ଯାତ୍ରୀଙ୍କୁ କିଭଳି ମୁକୁଳାଯିବ ସେସମ୍ପର୍କରେ କମାଣ୍ଡୋମାନେ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଆର୍‌ପିଏଫ୍‌ର ୧୨୦୦ କ୍ରାକ୍‌ କମାଣ୍ଡୋଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବା ସହ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ୬୦ରୁ ୬୫ ହଜାର କମାଣ୍ଡୋଙ୍କୁ ପ୍ରଶିକ୍ଷଣ ଦେବେ। ପ୍ରତ୍ୟେକ ଷ୍ଟେଶନରେ ସିସିଟିଭି ଲଗାଯିବ ଏବଂ ଏହାକୁ ସ୍ଥାନୀୟ ଷ୍ଟେଶନ, ଜିଆରପି, ଆର୍‌ପିଏଫ୍‌, ଡିଭିଜନାଲ ଅଫିସ୍‌ ଏବଂ ମନ୍ତ୍ରୀଙ୍କ ଅଫିସ୍‌ଙ୍କ ସହ ଯୋଡାଯିବ।
ସୂଚନାଥାଉ କି, ଆର୍‌ପିଏଫ୍‌ର ନିଜସ୍ବ କମାଣ୍ଡୋ ୟୁନିଟ ରହିବା ଆବଶ୍ୟକ ବୋଲି ଏହାର ମହାନିର୍ଦ୍ଦେଶକ ଅରୁଣ କୁମାର ବିଚାର କରିଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଏ ଦିଗରେ କାର୍ଯ୍ୟାରମ୍ଭ କରିଥିଲେ। ରେଳ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ବର୍ତ୍ତମାନ କୋରସ୍‌ର ପ୍ରଥମ ବାଟାଲିୟନରେ ଶାରୀରିକ ତଥା ମାନସିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଫିଟ୍‌ ଥିବା ଆର୍‌ପିଏଫ୍‌ ଯବାନକୁ ସାମିଲ କରାଯାଇଛି। ରେଲଓ୍ବେର ସମସ୍ତ ୧୮ ଜୋନ୍‌ରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରୁ ସେମାନଙ୍କୁ ବଛାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଏସ୍‌ଜିର ମାନେସର ସ୍ଥିତ ମୁଖ୍ୟାଳୟ ବ୍ୟତୀତ ନକ୍ସଲ ଅପରେଶନ ଲାଗି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୋଲିସ ଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ ଗ୍ରେ ହାଉଣ୍ଡ୍‌ସ ଫୋର୍ସର ଟ୍ରେନିଂ ସେଣ୍ଟରରେ ୪ ପର୍ଯ୍ୟାୟରେ କୋରସ୍‌ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି। ବେସିକ୍‌ ଟ୍ରେନିଂ ବ୍ୟତୀତ କୋରସ୍‌ କମାଣ୍ଡୋଙ୍କୁ ଆଗାମୀ ଦିନରେ ଆହୁରି ସ୍ବତନ୍ତ୍ର ଧରଣର ପ୍ରଶିକ୍ଷଣ ଦିଆଯିବ। ଲ୍ୟାଣ୍ଡମାଇନ, ଆଇଇଡି ଖୋଜିବା, ଯାଞ୍ଚ କରିବା ତଥା ଏହାକୁ ନିଷ୍କ୍ରିୟ କରିବା, ରେଳରେ ପଣବନ୍ଦୀ ଥିବା ଯାତ୍ରୀଙ୍କୁ ଅପହରଣକାରୀଙ୍କ ନିକଟରୁ ଉଦ୍ଧାର କରିବା, ଦୂରବୀକ୍ଷଣ ଯନ୍ତ୍ର ଲାଗିଥିବା ରାଇଫଲ ଦ୍ୱାରା ଲକ୍ଷ୍ୟ କରି ଶତ୍ରୁକୁ ମାରିବା, ପାଚେରି, ଛାତ ଭେଦ କରି ପଣବନ୍ଦୀଙ୍କୁ ଉଦ୍ଧାର କରିବା ଭଳି ପ୍ରଶିକ୍ଷଣ ଦିଆଯିବ। ରେଲଓ୍ବେ ସୁରକ୍ଷା ବଳ(ଆର୍‌ପିଏଫ୍‌)ର ପ୍ରତିଷ୍ଠା ୧୯୫୭ରେ ଏକ ବିଲ୍‌ ଜରିଆରେ ହୋଇଥିଲା। ରେଳ ସମ୍ପତ୍ତି, ଷ୍ଟେଶନ,କାରଖାନା ତଥା ଯାତ୍ରୀଙ୍କୁ ସୁରକ୍ଷା ଦେବା ଏହାର କାର୍ଯ୍ୟ ହୋଇଥାଏ। ଦେଶରେ ଆର୍‌ପିଏଫ୍‌ ଏବ ଆର୍‌ପିଏସ୍‌ଏଫ୍‌ ଯବାନଙ୍କ ସଂଖ୍ୟା ବର୍ତ୍ତମାନ ୭୬,୬୫୩ ରହିଛି। ସଶସ୍ତ୍ର ଶାଖାକୁ ଆର୍‌ପିଏସ୍‌ଏଫ୍‌ ନାମ ଦିଆଯାଇଛି। ସେନାବାହିନୀର ବାଟାଲିୟନ ଢ଼ାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହାର ୧୫ ବାଟାଲିୟନ ରହିଛି। ଗୋଟିଏ ବାଟାଲିୟନରେ ପ୍ରାୟ ୬୦୦ ଯବାନ ରହିଥାନ୍ତି। ନବଗଠିତ କମାଣ୍ଡୋ ବାଟାଲିୟନକୁ କୋରସ୍‌ ନାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri