ପୂର୍ବତଟ ରେଳପଥର ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ

ଭୁବନେଶ୍ୱର, ୧୫-୮: ୭୩ତମ ସ୍ବାଧିନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥ ପରିବାରର ସମସ୍ତ ସଦସ୍ୟ ତଥା ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ଲୋକମାନଙ୍କର ବିକାଶ,ସୁଖ ଓ ସମୃଦ୍ଧି ଉଦ୍ଦେଶ୍ୟରେ ରାଷ୍ଟ୍ରକୁ ଏକ ନମ୍ବର ଭାବେ ଗଢି ତୋଳିବା ଲାଗି କଠିନ ପରିଶ୍ରମ, ନିଷ୍ଠା, ମାନବବାଦ, ମହତ୍ୱ ଆଂକାକ୍ଷା ରଖିବା ନେଇ ସେ ଆହ୍ବାନ ଜଣାଇଛନ୍ତି। ଦେଶର ରାଜନୈତିକ, ଆର୍ଥତ୍କ ଏବଂ ସାମାଜିକ ସ୍ବତନ୍ତ୍ରତାକୁ ବଜାୟ ରଖିବା ଲାଗି ଆମକୁ ପୁନଃ ସମର୍ପିତ କରିବାର ସମୟ ଆସିଛି। ଏହି ପ୍ରସଙ୍ଗଗୁଡିକୁ ମାର୍ଗଦର୍ଶକ ଭାବେ ବିଚାର କରି ପୂର୍ବତଟ ରେଳପଥ ଅଗ୍ରସର ହେଉଛି। ୨୦୧୮-୧୯ରେ ପୂର୍ବତଟ ରେଳପଥ ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ କରିବା ସହ ବିଭିନ୍ନ ରେଳ ଜୋନଗୁଡିକଠାରୁ ଆଗରେ ରହିଛି। ସେହିଭଳି ସମୟାନୁବର୍ତ୍ତିତାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ପରିଚାଳନା ଅନୁପାତ ୫୩% ରହିଥିବା ବିଦ୍ୟାଭୂଷଣ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଫନୀ ଦ୍ୱାରା ରେଲଓ୍ବେକୁ ଅନେକ କ୍ଷତି ହୋଇଥିବା ବେଳେ ମାତ୍ର ୯ ଦିନରେ ଟ୍ରେନ ସେବା ସ୍ବାଭାବିକ କରିବାକୁ ସକ୍ଷମ ହୋଇଥିଲୁ। ପୂର୍ବତଟ ରେଳପଥର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ଲାଗି ରେଳବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଲାଗି ପୂର୍ବତଟ ରେଳପଥ ‘ଜାତୀୟ ରେଳପଥ ପୁରସ୍କାର’ ଲାଭ କରିଛି। ୨୦୦ ମିଲିୟନ ଟନ୍‌ ମାଲ ପରିବହନ କ୍ଲବର ଉଦ୍‌ଘାଟନ କରିବାକୁ ସଂକଳ୍ପ ନିଆଯାଇଛି। ସେହିଭଳି ୮୦%ରୁ ଅଧିକ ସମୟାନୁବର୍ତ୍ତିତା, ୫୦%ରୁ କମ୍‌ ପରିଚାଳନା ଅନୁପାତ ନେଇ ଯୋଜନା ରହିଛି। ଯାତ୍ରୀ ସୁବିଧାର ଉନ୍ନତିକରଣ, ଦିବ୍ୟାଙ୍ଗଙ୍କ ପାଇଁ ୩୩ ଶୌଚାଳୟ, ୩ ପ୍ଲାଟଫର୍ମ ସେଡ୍‌, ୭ ଷ୍ଟେଶନ ଅଞ୍ଚଳର ବିକାଶ, ଟିଟିଆଇଙ୍କ ଲାଗି ହସ୍ତଚାଳିତ ଟିକେଟିଂ ମେଶିନ, ମୋବାଇଲରେ ଅଣ ସଂରକ୍ଷିତ ଟିକେଟିଂ ବ୍ୟବସ୍ଥା, ଦୁର୍ଗନ୍ଧମୁକ୍ତ ଟ୍ରେନ ଶୌଚାଳୟ, ଲିଫ୍ଟ, ଏସ୍କାଲେଟର ଏବଂ ଷ୍ଟେଶନ ବିଲଡିଂର ଆଲୋକୀକରଣ ବ୍ୟବସ୍ଥା ଭଳି ଅନ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ କାର୍ଯ୍ୟ ହୋଇଛି।
ଏହାବାଦ, ନିରାପତ୍ତା ବୃଦ୍ଧି ନେଇ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ୨୧୨ ଟ୍ରାକ କିଲୋମିଟର, ୫୧ ବ୍ରିଜ, ୭ ରୋଡ ଓଭର ବ୍ରିଜ, ସମ୍ବଲପୁର ରେଳମଣ୍ଡଳର ସମ୍ପୂର୍ଣ୍ଣ ଟ୍ରାକ ବିଦ୍ୟୁତୀକରଣ କରିଥିବା ସେ ପ୍ରକାଶ କରିଛନ୍ତି। ପୂର୍ବତଟ ରେଳପଥ ଏହାର ଉପଭୋକ୍ତା, ଯାତ୍ରୀ, କର୍ମଚାରୀ ଏବଂ ଅଂଶୀଦାରଙ୍କ ଅଭିଳାଷ ପୂରଣ ଦିଗରେ କାର୍ଯ୍ୟରତ। ସେହିଭଳି ଉତ୍କର୍ଷତାର ଅଗ୍ରଗତି ଲାଗି ପୂର୍ବତଟ ରେଳପଥ ଏହାର ପ୍ରୟାସ ଜାରି ରଖିବ ବୋଲି ବିଦ୍ୟା ଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri