ରେଳପଥ ସମସ୍ୟା, ବିକାଶ ନେଇ ଆଲୋଚନା କଲେ ୯ ଏମ୍‌ପି

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ଖୋର୍ଦ୍ଧାରୋଡ ମଣ୍ଡଳ ପରିସୀମା ଅନ୍ତର୍ଗତ ଏମ୍‌ପିମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଏମ୍‌ପିମାନେ ବୈଠକରେ ନିଜ ନିଜ କ୍ଷେତ୍ର ଭିତରେ ଆସୁଥିବା ରେଳପଥର ସମସ୍ୟା, ବିକାଶ ଓ ନୂତନ ପ୍ରକଳ୍ପ ବିଷୟରେ ଆଲୋଚନା ସହ ରେଳପଥକୁ ପ୍ରସ୍ତାବ ଦେଇଛନ୍ତି। ବୈଠକରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ପୁରୀ ଏମ୍‌ପି ପିନାକୀ ମିଶ୍ର, କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଆସ୍କା ଏମ୍‌ପି ପ୍ରମିଳା ବିଶୋଇ, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଏବଂ ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଓ ଖୋର୍ଦ୍ଧାରୋଡ ମଣ୍ଡଳ ପ୍ରବନ୍ଧକ ଶଶିକାନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ। ଏମ୍‌ପିମାନେ ଦେଇଥିବା ପ୍ରସ୍ତାବଗୁଡିକ ଜୋନସ୍ତରୀୟ ବୈଠକରେ ବିଶ୍ଲେଷଣ କରାଯିବ। ସେଠାରୁ ଉନ୍ନୀତ ହେଲେ ପ୍ରସ୍ତାବଗୁଡିକୁ ରେଳ ବୋର୍ଡକୁ ସୁପାରିସ କରାଯିବ। ବୈଠକରେ ରେଲଓ୍ବେ ନେଟଓ୍ବର୍କର ଉନ୍ନତୀକରଣ, ଷ୍ଟେଶନଗୁଡିକରେ ଅତିରିକ୍ତ ସୁବିଧା ସହ ନିର୍ଦ୍ଦିଷ୍ଟ ଷ୍ଟେଶନଗୁଡିକରେ ଟ୍ରେନ ରହଣି ବିଷୟରେ ଆଲୋଚନା ହୋଇଛି। ଏହି ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟ ସମୀକ୍ଷା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଅଧୀନକୁ ଆସିବ ଜମି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ...

ତାଲିକା ପ୍ରସ୍ତୁତକର୍ତ୍ତା, ତାଲିକା ବାହାରେ

ଭୁବନେଶ୍ୱର,୨୮।୬: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଶନିବାର ୩୦ ଜିଲା ପାଇଁ ପର୍ଯ୍ୟବେକ୍ଷକ ଓ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି...

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସ ଅଧିକାରୀ। କଥାଟି ଅଡୁଆ ଲାଗିଲେ ବି ସତ। ସମ୍ବଲପୁର ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା...

ମଦ୍ୟପ ସ୍ବାମୀ ଘଟାଇଲା ଏଭଳି କାଣ୍ଡ…

କାଲିମେଳା/ଏମ୍‌ଭି-୭୯,୧ା୨: ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ଏମ୍‌ଭି-୭୨ ଗ୍ରାମର ବିମଲ ମିସ୍ତ୍ରି ତାଙ୍କର ସ୍ତ୍ରୀ ଦୁଲାଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।...

ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ଅଧିକାରୀ। ରବିବାର...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୧୨।୮(ବ୍ୟୁରୋ)-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଚଳିତ ମାସ ୨୩...

ସିଂହଦ୍ୱାର ସମ୍ମୁଖରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୧।୭: ପୁରୀ ଜିଲା ପ୍ରଶାସନର ନିଷ୍ପତ୍ତି ମୁତାବକ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଉପଜିଲାପାଳ ଭବତାରଣ ସାହୁ...

Advertisement
Archives

Model This Week