ରେଲ୍‌ଓ୍ବେ ସୁରକ୍ଷା କମିଟି ବୈଠକ:କଡ଼ା ସୁରକ୍ଷାରେ ରହିବ ବଡ଼ ଷ୍ଟେଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଟ୍ରେନ ଯାତ୍ରୀ ଓ ରେଲ୍‌ଓ୍ବେ ସମ୍ପତ୍ତିର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୫ ବଡ଼ ଷ୍ଟେଶନକୁ ଅତି ସମ୍ବେଦନଶୀଳ ଭାବେ ନିଆଯାଇଛି। ଏହି ଷ୍ଟେଶନଗୁଡିକ କଡ଼ା ସୁରକ୍ଷା ବଳୟରେ ରହିବ। ରେଲ୍‌ଓ୍ବେ ସୁରକ୍ଷା କମିଟି ବୈଠକରେ ଯୋଗଦେବା ଅବସରରେ ପୋଲସ ଡିଜି ବି.କେ. ଶର୍ମା ଏହା କହିଛନ୍ତି।
ବୈଠକ ପରେ ସେ କହିଥିଲେ, ଷ୍ଟେଶନରେ ଯାତ୍ରୀଙ୍କଠାରୁ ହେଉଥିବା ଚୋରି ଓ ଲୁଟ୍‌ ବନ୍ଦ ପାଇଁ ଆଲୋଚନା କରାଯାଇଛି। ବଡ଼ ଷ୍ଟେଶନଗୁଡ଼ିକରେ ଶତପ୍ରତିଶତ ସିସି ଟିଭି ଓ ସ୍କାନର ଲଗାଯିବ। ଯେଉଁଠି ଲାଗିନାହିଁ ସେଠାରେ ତୁରନ୍ତ ଏସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲଗେଜରେ ବିସ୍ଫୋରକ କିମ୍ବା ଅନ୍ୟ ସାମଗ୍ରୀ ଚାଲାଣ ଧରିବାକୁ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ତେଣୁ ଅଧିକ ବ୍ୟାଗେଜ୍‌ ସ୍କାନର ଲଗାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନେକ ଷ୍ଟେଶନ ଖୋଲାମେଲା ଥିବାରୁ ଅପରାଧୀମାନେ ଆଡ୍ଡା ଜମାଉଛନ୍ତି। ତେଣୁ ସବୁ ରେଲଓ୍ବେ ଷ୍ଟେଶନ ଉଭୟ ପଟେ ପାଚେରି କରିବାକୁ କୁହାଯାଇଛି। ପ୍ଲାଟଫର୍ମରେ କାର୍ଯ୍ୟରତ ଭେଣ୍ଡର ଓ ହକରଙ୍କ ମଧ୍ୟରୁ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଚିହ୍ନଟ କରାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ୨୦୧୭ରେ ମାଓବାଦୀମାନେ ବିସ୍ଫୋରଣ କରି ରେଳ ଟ୍ରାକ୍‌କୁ ଉଡ଼ାଇ ଦେଇଥିଲେ। ତେଣୁ ମାଓବାଦୀପ୍ରବଣ ଅଞ୍ଚଳରେ ରେଲ୍‌ଓ୍ବେ ଟ୍ରାକ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଷ୍ଟେଶନ, ପ୍ଲାଟଫର୍ମ, ଟ୍ରାକ୍‌ ପରି ରେଲଓ୍ବେ କଲୋନୀ ଉପରେ ନଜର ରଖାଯିବ। ସବୁ ଷ୍ଟେଶନ ପାଇଁ ଅଗ୍ନିନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ। ଅଗ୍ନିଶମ ବିଭାଗ ଷ୍ଟେଶନ ଯାଇ ଅଡିଟ୍‌ କରି ପ୍ରମାଣପତ୍ର ଦେବେ ବୋଲି ପୋଲିସ ଡିଜି ଶର୍ମା କହିଛନ୍ତି।
ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ରେଲ୍‌ଓ୍ବେ ଅଧିକାରୀଙ୍କ ସମନ୍ବୟରେ କିଭଳି ସୁରକ୍ଷା କାର୍ଯ୍ୟ ସୁରୁଖୁରୁରେ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ରାଉରକେଲା ଏବଂ କଟକ ଜିଆର୍‌ପି ରେଲ୍‌ଓ୍ବେରେ ଗତ ୩ବର୍ଷ ମଧ୍ୟରେ ଅପରାଧ ଘଟାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଫଟୋ ସହ ତାଲିକା ସିସିଟିଏନ୍‌ଏସ୍‌ରେ ଅପ୍‌ଲୋଡ୍‌ କରିବା ସହ ଆରପିଏଫ୍‌କୁ ଦେଇଛନ୍ତି। ଏହି ଅପରାଧୀଙ୍କ ସମ୍ପର୍କରେ ଆଗୁଆ ସୂଚନା ମିଳିଲେ ତୁରନ୍ତ ପଦେକ୍ଷପ ଗ୍ରହଣ କରାଯିବ। ଏହାସହ ନିଶାଦିଆ ଲୁଟେରା ବିଭିନ୍ନ ସମୟରେ ଯାତ୍ରୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କୁ ସଚେତନ କରାଯିବ। ଜିଆର୍‌ପି ହ୍ବାଟ୍ସଆପ୍‌ ଗ୍ରୁପ କରି ଆର୍‌ପିଏଫ୍‌କୁ ଏଥିରେ ଆଡମିନ୍‌ କରି ଗୋଇନ୍ଦା ଖବର ଆଦାନ ପ୍ରଦାନ କରିବାକୁ କୁହାଯାଇଛି। ଅଯଥାରେ ରେଳରୋକୋ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ବୈଠକରେ ଗୋଇନ୍ଦା ଏଡିଜି ଆର୍‌.କେ. ଶର୍ମା, ଏସ୍‌ଆଇପିର ଯୁଗ୍ମ ନିର୍ଦ୍ଦେଶକ ଭି. ଶର୍ମା, ଆର୍‌ପିଏଫ୍‌ ଆଇଜି ଏସ୍‌.ସି. ପାରହୀ(କଲିକତା), ଆର୍‌ପିଏଫ୍‌ ଆଇଜି ରାଜା ରାମ (ଭୁବନେଶ୍ୱର), ଆର୍‌ପିଏଫ୍‌ ଆଇଜି (ବିଳାସପୁର) ଆର.ଏସ୍‌. ଚୌହାନ, ସିଟିଇ(ଭୁବନେଶ୍ୱର) ଜେ. ପରିଡା, ଡିଇଏନ୍‌ ସି.ଭି. ନାୟକ, ଏସ୍‌ଆର୍‌ପି ରାଉରକେଲା ଟି. ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri