ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ ଶନିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଏହି ମାଲିସ ସୁବିଧା ଇନ୍ଦୋରରୁ ଚାଲୁଥିବା ୩୯ ଯୋଡା ଟ୍ରେନରେ ଉପଲବ୍ଧ ହେବ। ଓ୍ବେଷ୍ଟର୍ନ ଜୋନ୍‌ର ରତଲାମ ଡିଭିଜନ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା ବୋଲି ସେ କହିଛନ୍ତି।
ରେଲଓ୍ବେ ବୋର୍ଡର ମିଡିଆ ଏବଂ ସଞ୍ଚାର ନିର୍ଦ୍ଦେଶକ ରାଜେଶ ବାଜପେୟୀଙ୍କ କହିବାନୁଯାୟୀ, ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରେ ଏଭଳି ସୁବିଧା ଉପଲବ୍ଧ କରାଯିବା ଦ୍ୱାରା ରେଲଓ୍ବେର ରାଜସ୍ବ ଆଦାୟ ବଢ଼ିବା ସହିତ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ବାର୍ଷିକ ୨୦ ଲକ୍ଷ ଟଙ୍କାର ଅତିରିକ୍ତ ରାଜସ୍ବ ଆୟ ହେବ। ଏକ ଅନୁମାନ ଅନୁଯାୟୀ, ଏଥିପାଇଁ ୨୦ ହଜାର ପାସେଞ୍ଜର ସର୍ଭିସ ପ୍ରୋଭାଇଡରଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କୁ ଟିକେଟ ବିକ୍ରି ବାବଦରେ ପ୍ରାୟ ୯୦ ଲକ୍ଷ ଟଙ୍କାର ଅତିରିକ୍ତ ଟିକେଟ ବିକ୍ରି ହେବ। ମସାଜ ବାବଦରେ ଯାତ୍ରୀଙ୍କ ଠାରୁ ସର୍ବନିମ୍ନ ୧୦୦ ଏବଂ ସର୍ବାଧିକ ୩୦୦ ଟଙ୍କା ଆଦାୟ କରାଯିବ। ପାସେଞ୍ଜର ସର୍ଭିସ ପ୍ରୋଭାଇଡରଙ୍କ ସହ ଏନେଇ ଚୁକ୍ତି ସ୍ବାକ୍ଷର ହୋଇସାରିଛି। ସକାଳ ୬ଟାରୁ ରାତି ୧୦ ଟା ଯାଏ ଟ୍ରେନରେ ଏହି ମସାଜ ସୁବିଧା ଉପଲବ୍‌ଧ ହେବ। ପାଇଲଟ ଭିତ୍ତିରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ପ୍ରତି ଟ୍ରେନରେ ୩ରୁ ୫ ଜଣ ମସାଜକର୍ମୀ ଉପଲବ୍ଧ ହେବେ। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଆଇ-କାର୍ଡ ଦିଆଯିବ। ଆସନ୍ତା ୧୫ରୁ ୨୦ ଦିନ ଭିତରେ ଏହି ସୁବିଧା ଆରମ୍ଭ ହୋଇଯିବ। ଇନ୍ଦୋରରୁ ଚାଲୁଥିବା ୩୯ ଟ୍ରେନ ସହିତ ଡେରାଡୁନ-ଇନ୍ଦୋର ଏକ୍ସପ୍ରେସ(୧୪୩୧୭) ଏବଂ ନୂଆଦିଲ୍ଲୀ-ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସ(୧୨୪୧୬) ଏବଂ ଇନ୍ଦୋର-ଅମୃତସର ଏକ୍ସପ୍ରେସ(୧୯୩୨୫)ରେ ମଧ୍ୟ ଏହି ସୁବିଧା ମିଳିବ। ବାଜପେୟୀ କହିଛନ୍ତି ଯେ, ରେଲଓ୍ବେ ପକ୍ଷରୁ ମାଲିସର ୩ଟି ସ୍କିମ୍‌- ଗୋଲ୍ଡ, ଡାଏମଣ୍ଡ ଏବଂ ପ୍ଲାଟିନମ୍‌ ଲଞ୍ଚ ହେବ। ଗୋଲ୍ଡ ସ୍କିମ୍‌ରେ ମାଲିସ କରିବା ଲାଗି ନନ୍‌ ଷ୍ଟିକି ତେଲ ବ୍ୟବହାର କରାଯିବ। ତେବେ ୨୦୦ ଓ ୩୦୦ ଟଙ୍କିଆ ଡାଏମଣ୍ଡ ଏବଂ ପ୍ଲାଟିନମ୍‌ ସ୍କିମ୍‌ରେ ଆର୍‌ଗନ ତେଲ, କ୍ରିମ୍‌ ଓ ଓ୍ବାଇପ୍ସ ବ୍ୟବହାର କରାଯିବ। ଏହି ସୁବିଧା ହାସଲ କରୁଥିବା ଯାତ୍ରୀଙ୍କୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ମାଲିସ କରାଯିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଭାରତୀୟ ରେଲଓ୍ବେ ଅଣ ଭଡ଼ା ସୂତ୍ରରୁ ଆସନ୍ତା ୧୦ ବର୍ଷରେ ୩୯ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ କର୍ପୋରେଟ ଜଗତରୁ ସେଭଳି ପ୍ରତିକ୍ରିୟା ନ ମିଳିବା କାରଣରୁ ଯୋଜନା ଅସଫଳ ହୋଇଥିଲା। ଅଧିକ ରାଜସ୍ବ ବୃଦ୍ଧି ଲାଗି ସଂସଦୀୟ କମିଟି ପକ୍ଷରୁ ରେଲଓ୍ବେକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ବିଭିନ୍ନ ଜୋନ୍‌ ନିଜ ଅଞ୍ଚଳରେ ରାଜସ୍ବ ବୃଦ୍ଧି ନେଇ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri