ରେଭେନ୍‌ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ

କଟକ ଅଫିସ,୩୦।୪: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇ ଖରସୁଆ ନାଳ ଉପରେ ପାଚେରି ହୋଇଥିବାରୁ ପ୍ରାକୃତିକ ସମ୍ପତ୍ତି ଜବରଦଖଲ କରାଯାଇଛି ବୋଲି ସେକ୍ଟର-୧୩ ଆବାସିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। କାଠଯୋଡ଼ି ନଦୀରୁ ବନ୍ୟା ଜଳ ମହାନଦୀକୁ ନିଷ୍କାସନ କରିବାରେ ବ୍ୟବହୃତ ହେଉଥିବା ଖରସୁଆ ଏବେ ପୋତି ହୋଇପଡ଼ିଛି। ଫଳରେ ଅବରୋଧ କରିଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପାଚେରି ଭଙ୍ଗା ନ ଗଲେ ଆଗାମୀ ଦିନରେ ଏହାର ପ୍ରଭାବ ସିଡିିଏର ବିଭିନ୍ନ ସେକ୍ଟର ସମେତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲୟୁ), ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଉପରେ ପଡ଼ିବ। କାଠଯୋଡ଼ି ଜଳପତ୍ତନ ବୃଦ୍ଧି ପାଇଲେ ସିଡିିଏର ବିଭିନ୍ନ ସ୍ଥାନ ଜଳମଗ୍ନ ହେବ। ଏ ନେଇ ଅଭିଯୋଗ ପରେ ବୁଧବାର ସିଡିଏ ଏବଂ ଡ୍ରେନେଜ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଖରସୁଆ ହେଉଛି ବହୁ ପୁରାତନ ନାଳ। ଏହି ନାଳର ଲମ୍ବ ପ୍ରାୟ ୨.୫ କିମି। ବର୍ଷର ଅନେକ ଦିନ ଶୁଷ୍କ ରହୁଥିବା ଏହି ନାଳ ମୁଖ୍ୟତଃ କାଠଯୋଡ଼ି ନଦୀରୁ ବନ୍ୟା ଜଳ ନିଷ୍କାସନ କରିବାରେ ବ୍ୟବହୃତ ହୁଏ। ପୂର୍ବରୁ ଅନେକ ଥର କାଠଯୋଡ଼ି ନଦୀରୁ ବନ୍ୟାଜଳ ନିଷ୍କାସନ କରିବାରେ ଖରସୁଆ ନାଳର ଭୂମିକା ରହିଛି। ତେବେ ଏହି ନାଳଟି ସିଡ଼ିଏର ସେକ୍ଟର-୧୪ ଓ ସେକ୍ଟର-୧୫ ଅଞ୍ଚଳ ଦେଇଯାଇଛି। ସେକ୍ଟର-୧୪ର ଅର୍ଦ୍ଧାଧିକ ଭାଗରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଓ ସେକ୍ଟର-୧୫ର ଅଧିକାଂଶ ଭାଗରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରହିଛି। ଏହାଛଡ଼ା ଗଢ଼ି ଉଠୁଥିବା ସେକ୍ଟର-୧୩ ଅଞ୍ଚଳର ସୀମାରେଖାରେ ରହିଛି ଖରସୁଆ। ଏଣୁ ଖରସୁଆର ପଥ ଅବରୋଧ ହେଲେ ଏହାର ପ୍ରଭାବ ଭୟଙ୍କର ଭାବେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ସରିଛି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସର ବିକାଶରେ ଖର୍ଚ୍ଚ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣ ନିମନ୍ତେ ୨୪ କୋଟି ଟଙ୍କା ଅନୁଦାନ ମିଳିଛି। ଆଗାମୀ ଦିନରେ ଏଠାରେ ପାଚେରି ଭଙ୍ଗା ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଆବାସିକ ସଂଘ ସମ୍ପାଦକ ସୋମ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ବିରୋଧୀ ଯେଉଁ ଅପଚେଷ୍ଟା କରୁଛନ୍ତି ସେଥିରେ ବିଫଳ ହେବେ: ମନମୋହନ

ଭୁବନେଶ୍ୱର,୨୦।୨ (ସୁନିତ୍‌ ମିଶ୍ର): ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତା’ର ଉଚିତ ମୂଲ୍ୟ ପାଇବା ପାଇଁ ଭାଜପା ସବୁବେଳେ ପ୍ରୟାସ କରୁଛି। ଧାନ…

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri