‘ରେବତୀ’ ଅନୁବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପାଇବାଠାରୁ ପାଠକୀୟ ସ୍ବୀକୃତି ଜଣେ ଲେଖକଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି ବହୁ ସମୟରେ ବିଭିନ୍ନ ସାହିତି୍ୟକ କହିଥାଆନ୍ତି। କିନ୍ତୁ ଯେଉଁ ଚରିତ୍ର ଆଧାରରେ ଲେଖକ ଜଣେ ବ୍ୟକ୍ତିଙ୍କ ବିଷୟରେ ଲେଖିଥିବେ ସେ ଯଦି ତାଙ୍କୁ ପ୍ରଶଂସା କରନ୍ତି, ସମ୍ଭବତଃ ତାହାଠାରୁ ବଡ଼ ସମ୍ମାନ ସମ୍ପୃକ୍ତ ସାହିତି୍ୟକଙ୍କ ଜୀବନରେ ଆସି ନ ଥାଏ। ଅନୁବାଦ କ୍ଷେତ୍ରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବା ଲାଗି ଯୋଗ୍ୟ ହୋଇଥିବା ତେଲୁଗୁ ଲେଖିକା ପି. ସତ୍ୟବତୀଙ୍କୁ ନିକଟରେ ସେଭଳି ଆନନ୍ଦ ମିଳିଛି। କିନ୍ନର ତଥା ତାମିଲ ଲେଖିକା ରେବତୀ ୨୦୦୪ରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଉନର୍ଭୁମ୍‌ ଉରୁଭାମୁମ୍‌’ ରଚନା କରିଥିଲେ। ତାହା ଇଂଲିଶରେ ଅନୁବାଦ କରାଯାଇଥିଲା। ସତ୍ୟବତୀ ସେହି ଇଂଲିଶ ପୁସ୍ତକ ପଢ଼ିବା ପରେ ରେବତୀଙ୍କ କାହାଣୀ ପ୍ରତି ଆକୃଷ୍ଟ ହୋଇଥିଲେ। ସମାଜରେ କିନ୍ନରମାନଙ୍କୁ ଅତି ନୂ୍ୟନ ଦୃଷ୍ଟିରେ ଦେଖାଯାଉଥିବା ଅନୁଭବ କରିବା ପରେ ଉକ୍ତ ପୁସ୍ତକକୁ ତେଲୁଗୁରେ ଅନୁବାଦ କରିବାକୁ ସେ ମନସ୍ଥ କରିଥିଲେ। ଫଳରେ ଇଂଲିଶ ଅନୂଦିତ ‘ଦି ଟ୍ରୁଥ୍‌ ଏବାଉଟ୍‌ ମି: ଏ ହିଜ୍‌ରା ଲାଇଫ୍‌ ଷ୍ଟୋରି’କୁ ସତ୍ୟବତୀ ତେଲୁଗୁରେ ‘ନିଜାମ୍‌ ଚେପ୍‌ତୁନ୍ନା: ଓକା ହିଜ୍‌ରା ଆତ୍ମକଥା’ ନାମକ ପୁସ୍ତକରେ ୨୦୧୬ରେ ଏହାକୁ ପ୍ରକାଶ କରିଥିଲେ। ୨୪ ଫେବୃୟାରୀ ୨୦୨୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଯେତେବେଳେ ଏହି ବହି ପାଇଁ ପୁରସ୍କୃତ କରାଯିବ ବୋଲି ଟେଲିଫୋନ୍‌ ମିଳିଲା ସେତେବେଳେ ସତ୍ୟବତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଅନେକ୍‌ ଫୋନ ଆସିଥିଲା। ତେବେ ସବୁଠାରୁ ଅଧିକ ଆନନ୍ଦ ଦେଇଥିଲେ ନିଜେ ରେବତୀ ତାଙ୍କ ସହ କଥା ହେବା। ସତ୍ୟବତୀ କହିଛନ୍ତି, କଥା ହେବା ଲାଗି ପରସ୍ପରର ଭାଷା ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ଉଭୟ ହିନ୍ଦୀରେ କାମ ଚଳାଇ ନେଇଥିଲେ। ବାସ୍ତବରେ ରେବତୀ ତାଙ୍କୁ କଥା ହେବା ପାଇଁ କଲ୍‌ କରିବା ଥିଲା ପ୍ରକୃତ ପୁରସ୍କାର ବୋଲି ସତ୍ୟବତୀ କହିଛନ୍ତି। ଏଭଳି ମର୍ମସ୍ପର୍ଶୀ ଅନୁଭବକୁ ବ୍ୟକ୍ତ କରିଥିବାରୁ ସତ୍ୟବତୀଙ୍କ ଦୀର୍ଘବର୍ଷର ସୃଜନଶୀଳତାକୁ ଜାଣିବା ଲାଗି ସମସ୍ତେ ଆଗ୍ରହ ରଖିବା ସ୍ବାଭାବିକ।
ଆନ୍ଧ୍ରପ୍ରଦେଶ ତେନାଲିର ଏକ ଛୋଟିଆ ଗ୍ରାମ କୋଲାକାଲୁରର ଏକ ମଧ୍ୟବିତ୍ତ ପରିବାରରେ ସତ୍ୟବତୀଙ୍କ ଜନ୍ମ। ପିତା ସତ୍ୟନାରାୟଣ ଦେଶୀରାଜୁ ଥିଲେ ଜଣେ କୃଷକ ଓ ମାତା କନକା ଦୁର୍ଗ ଥିଲେ ଗୃହିଣୀ। ୭୯ ବର୍ଷୀୟା ସତ୍ୟବତୀ ହେଉଛନ୍ତି ପରିବାରର ବଡ଼ ଝିଅ। ସେତେବେଳର ରକ୍ଷଣଶୀଳ ସମାଜରେ ପିତାଙ୍କ ପ୍ରଗତିଶୀଳ ଚିନ୍ତାଧାରା ତାଙ୍କୁ ପଢ଼ିବା ଲାଗି ସୁଯୋଗ ଦେଖାଇଥିବାରୁ ସେ ତାଙ୍କ ନିକଟରେ କୃତଜ୍ଞ ବୋଲି କହିଥାଆନ୍ତି। ସ୍କୁଲ ଶିକ୍ଷା ପରେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟାପିକା ଭାବେ ଯୋଗଦେଇ ସୟେଦ ଆପଲ୍ଲାସ୍ବାମୀ କଲେଜରେ ପ୍ରାଧ୍ୟାପକ ହୋଇଥିଲେ। ୧୯୭୧ରେ ଲେଖାଲେଖି ପ୍ରତି ଅନୁରାଗ ରଖିଥିବା ସତ୍ୟବତୀଙ୍କ ସୃଜନଯାତ୍ରା ୧୯୯୮ରୁ ଅଧିକ କ୍ରିୟାଶୀଳ ହୋଇଥିଲା। ଅଦ୍ୟାବଧି ସେ ୬୦ କ୍ଷୁଦ୍ରଗଳ୍ପ ଲେଖି ସାରିଛନ୍ତି। ଉଭୟ ମୌଳିକ ଓ ଅନୁବାଦ ସାହିତ୍ୟରେ ସେ ସିଦ୍ଧହସ୍ତା ହୋଇଥିଲେ ହେଁ ନିଜେ କାହାଣୀ ସୃଷ୍ଟି ଲାଗି ଅଧିକ ଆଗ୍ରହ ରଖିଥାଆନ୍ତି। ରେବତୀଙ୍କ ଚରିତ୍ର ତାଙ୍କୁ ଅଧିକ ପ୍ରଭାବିତ କରିଥିବାରୁ ସେ ଉପରଲିଖିତ ପୁସ୍ତକକୁ ଅନୁବାଦ କରିଥିଲେ ବୋଲି ସତ୍ୟବତୀ କହିଥାଆନ୍ତି। ତାଙ୍କ ରଚନାରେ ସାମାଜିକ ମୂଲ୍ୟବୋଧ ଭରି ରହିଥିବାରୁ ‘ହ୍ବାଟ୍‌ ଇଜ୍‌ ମାଇଁ ନେମ୍‌’ ଆନ୍ଧ୍ରପ୍ରଦେଶର ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ସ୍ଥାନ ପାଇପାରିଛି। ଏହା ଉପରେ ମତ ଦେଇ ଲେଖିକା କହିଛନ୍ତି ଯେ, ସାଧାରଣତଃ ଜଣେ ମହିଳା ବିବାହ କରିସାରିବା ପରେ ନିଜ ପରିଚୟ ହଜାଇ ବସିଥାଆନ୍ତି। ଉକ୍ତ ଲେଖାରେ ଜଣେ ମହିଳା ନିଜ ନାମ ଜାଣିବା ଲାଗି ସହରର ଏତେତେଣେ ବୁଲୁଛନ୍ତି, ଯେଭଳି ତାଙ୍କୁ କେହି ଚିହ୍ନିପାରିବେ ନାହିଁ। କାହାଣୀ ଗତିଶୀଳ ହେଉଛି ବୁଲିବା ଭିତରେ ମହିଳା ଜଣଙ୍କ ଯେତେବେଳେ ନିଜ ପରିଚୟ, ସଉକ ଏବଂ ପ୍ରତିଭାକୁ ଖୋଜିପାଉଛନ୍ତି। ସେଥିପାଇଁ ସତ୍ୟବତୀ ଏହି ଲେଖା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ଆହ୍ବାନ ଦେଉଛନ୍ତି, ପରିସ୍ଥିତି ଯେତେ ଶୋଚନୀୟ ହେଉ ପଛେ ନିଜ ପରିଚୟ ହରାନ୍ତୁ ନାହିଁ। ଏଭଳି ଏକ ଆତ୍ମପ୍ରତ୍ୟୟର ବାର୍ତ୍ତା ଦେଇ ସେ ନାରୀ ସମାଜକୁ ସଶକ୍ତ କରିବାକୁ ଚାହିଁଛନ୍ତି।
ଆଜିର ଯୁବପିଢ଼ି ପଢ଼ା ପ୍ରତି ଆକର୍ଷିତ ହେଉନାହାନ୍ତି। ସେମାନଙ୍କୁ ସନ୍ଦେଶ ଦେବାକୁ ଯାଇ ସତ୍ୟବତୀ କହନ୍ତି, ପିଲାଟିଏ କେଉଁ ପରିବେଶରେ ବଢ଼ୁଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପିଲାବେଳେ ଖବରକାଗଜ ଓ ପୁସ୍ତକ ପଠନ ପ୍ରତି ଆଗ୍ରହ ଥିଲା। ସେ ଆଜି ଯେଉଁଠାରେ ପହଞ୍ଚିଛନ୍ତି, ଏହା ପଛରେ ପଢ଼ାଭ୍ୟାସ ଥିଲା। ଏବେ ଅନ୍‌ଲାଇନ୍‌ରେ ପୁସ୍ତକ ମିଳିପାରୁଛି। ଆଜିର ପ୍ରଯୁକ୍ତିବିଦ୍ୟା ଓ କ୍ଷିପ୍ର ଯୁଗରେ ଏହା ଦରକାର। କିନ୍ତୁ ଖଣ୍ଡେ ବହି ହାତରେ ଧରି ପଢ଼ିବାରେ ଥାଏ ଅପାର ଆନନ୍ଦ ଓ ଅନୁଭବ। ଜଣେ ପୁସ୍ତକପ୍ରେମୀ ସେଥିରୁ ବାସ୍ତବ ବାସ୍ନା ପାଇଥାଏ ବୋଲି ସତ୍ୟବତୀ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri