ରେପର ସଙ୍ଗୀତ ମାଧ୍ୟମରେ ଓଡ଼ିଆକୁ ଭଲ ପାଇବା ମହକ

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା। କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଶମ ସହର ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର। ମହୋତ୍ସବରେ ଜିଲାର ସଂସ୍କୃତି, ପରମ୍ପରା ଓ ଲୋକ କଳାକୁ ଲୋକ ଲୋଚନକୁ ଆଣିବା ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ। ଏହି ମହୋତ୍ସବ ମାଧ୍ୟମରେ ଗଞ୍ଜାମ ଅର୍ଥନୀତି ସୁଦୃଢ଼ ହେବ। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମରେ ଓଡିଶା ଅଗ୍ରଣୀ ହୋଇଛି। ଏଥିମଧ୍ୟରେ ରେଶମ ସହର ଉତ୍ସବ ଅନ୍ୟତମ ବୋଲି ବାଚସ୍ପତି କହିଥିଲେ। ଅନ୍ୟତମ ଅତିଥି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ। ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି। ହକି ପାଇଁ ସମଗ୍ର ବିଶ୍ୱରେ ଓଡିଶା ଆଜି ପରିଚିତ ବୋଲି ବିଧାୟିକା କହିଥିଲେ। ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଉଥିବା ନେଇ ରେଶମ ସହରବାସୀଙ୍କୁ ଆଇଜି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲାପାଳ ଦିବ୍ୟଜ୍ୟୋତି ପରିଡା, କମିଶନର ଜେ ସୋନାଲ ଓ ବ୍ରହ୍ମପୁର ଏସପି ଡା ଶ୍ରବଣା ବିବେକ ଏମ ମଞ୍ଚାସୀନ ଥିଲେ।
ଆଜିର ସନ୍ଧ୍ୟାରେ ଚଇତି ଘୋଡା, କିନରଙ୍କ ଫ୍ୟାସନ ଶୋ, ୱେଷ୍ଟର୍ଣ୍ଣ ନୃତ୍ୟ, ଗାହାଣୀ, ଓଡିଶୀ, ବିହୁ, ମୋହି ନିତ୍ୟମ୍‌ ଆଦି ପରିବେଶଣ ହୋଇଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିଶା ପଟନୀ ଓ ତାଙ୍କ ଟିମ ହିନ୍ଦୀ ଚଳଚ୍ଚିତ୍ର ସଂଗୀତରେ ଦର୍ଶକଙ୍କୁ ନଚାଇଥିଲେ। ସ୍ଲୋ..ମୋସନ.. ଭଳି ବହୁ ସୁପରହିଟ ଗୀତରେ ଦିଶା ପରିବେଶଣ କରିଥିଲେ। ଏହାପରେ ରେପର ବିଗ ଡିଲ ମୁଁ.. ଓଡିଆ.., ପୁରୀ..ଜଗନ୍ନାଥ ଭଳି ରେପର ସଙ୍ଗୀତ ପରିବେଷଣ କରି ଓଡିଆ ପ୍ରତି ଥିବା ଭଲ ପାଇବା ମହକକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ସେ ରେପର ମାଧ୍ୟମରେ ମୋ..ବୋଉ.. ଗୀତରେ ଦର୍ଶକଙ୍କୁ ଭାବ ବିହ୍ବଳ କରି ଦେଇଥିଲେ। ପରେ ପରେ ବ୍ଲାକ ସ୍ବାନ ଟିମ୍‌ ତାଙ୍କର ନୃତ୍ୟ ପରିବେଷଣ କରିବା ସହ ଓଡିଆ ଭାଷାରେ ବ୍ରହ୍ମପୁରବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାପରେ ସଂଗୀତଜ୍ଞ ନାକାଶ ଆଜିଜ ରା..ରା..ରାକାମା, ଶାଢି..କା.ଫଲସା ଗୀତରେ ଦର୍ଶକଙ୍କ ମନ ଜିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri