Posted inଖେଳ

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର
ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ ସେ ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରି ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ
ନିଜ ଦେଶର ସାମ ସ୍ନିଡଙ୍କ
ସମକକ୍ଷ ହୋଇଛନ୍ତି…

ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ରେକର୍ଡ ସଂଖ୍ୟକ ଟୁର୍ନାମେଣ୍ଟରେ ବିଜୟ ହାସଲ କରିଛନ୍ତି। ଜାପାନର ଗ୍ରେଟର ଟୋକିଓ ଏରିଆରେ କିଛିଦିନ ତଳେ ଖେଳାଯାଇଥିବା ପେସାଦାର ଗଲ୍ପ ଟୁର୍ନାମେଣ୍ଟ ଜୋଜୋ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି ଟାଇଗର। ଏହି କ୍ରମରେ ସେ କ୍ୟାରିୟରର ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରିଛନ୍ତି ଓ ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ ନିଜ ଦେଶର ସାମ ସ୍ନିଡଙ୍କ ସମକକ୍ଷ ହୋଇଛନ୍ତି। ୪୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପୁଣି ବହୁ ବିବାଦ ଓ ଦୀର୍ଘ ବର୍ଷଧରି ଆଘାତ ସମସ୍ୟା ଦେଇ ଗତି କରୁଥିବା ସତ୍ତ୍ୱେ ଟାଇଗରଙ୍କ ଚମକ କମିନାହିଁ। ଗତ ୧୩ ବର୍ଷ ମଧ୍ୟରେ ସେ ଜାପାନର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହା ଟାଇଗରଙ୍କ ପାଇଁ ସେତେଟା ବଡ଼ ଟୁର୍ନାମେଣ୍ଟ ହୋଇ ନ ଥିଲେ ମଧ୍ୟ କ୍ୟାରିୟର ଏ ଭଳି ମୋଡରେ ଏହି ବିଜୟ ତାଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। କ୍ୟାରିୟରରେ ସବୁ ପ୍ରକାର ସଫଳତା ହାସଲ କରିଥିବା ଟାଇଗରଙ୍କ ପାଇଁ ଏହି ବିଜୟ ବିଶେଷ ଭାବେ ମହତ୍ତ୍ୱ ରଖୁଛି।
ଟାଇଗରଙ୍କ ଏହି ସଫଳତାର ପଛରେ ୩ଟି ମୁଖ୍ୟ କାରଣ ରହିଛି। ଇଞ୍ଜୁରିରୁ ମୁକୁଳି ପୁଣି ଥରେ ସୁସ୍ଥ ହେବା ସହ ଫିଟ୍‌ନେସ ହାସଲ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଅନ୍ୟତମ କାରଣ ହେଉଛି ଟାଇଗର ସହଜରେ ହାର ମାନି ନ ଥାନ୍ତି ଓ ସେ ଏତେଶୀଘ୍ର କିଛି ତ୍ୟାଗ କରି ନ ଥାନ୍ତି। ଅନ୍ୟ କାରଣଟି ହେଉଛି ସେ ଜଣେ ଉଚ୍ଚ ଓ ଦକ୍ଷତାସମ୍ପନ୍ନ ଖେଳାଳି। ୧୯୯୬ରେ ପେସାଦାର ଗଲ୍ଫରେ ପଦାର୍ପଣ କରିଥିବା ଏହି ତାରକା କ୍ୟାରିୟରରେ ୧୦୯ଟି ପେସାଦାର ବିଜୟ ହାସଲ କରିଛନ୍ତି। ବିଶ୍ୱ ଗଲ୍ଫ ର଼୍ୟାଙ୍କିଙ୍ଗ୍‌ରେ ସେ ୬୮୩ ସପ୍ତାହ ଧରି ଏକ ନମ୍ବର ସ୍ଥାନ ହାସଲ କରି ରେକର୍ଡ କରିଥିଲେ। ସେ ୮୨ଟି ପିଜିଏ ଟୁର ଟାଇଟଲ ହାସଲ କରିଥିବା ବେଳେ ୪୧ଟି ୟୁରୋପିଆନ ଟୁର ବିଜୟ ହାସଲ କରିଛନ୍ତି। ସେହିପରି ସେ ୩ଟି ଜାପାନ ଗଲ୍ଫ ଟୁର ବିଜୟ, ଗୋଟିଏ ଏସିଆନ ଟୁର ବିଜୟ, ଗୋଟିଏ ପିଜିଏ ଟୁର ଅଫ୍‌ ଅଷ୍ଟ୍ରେଲେସିଆ ବିଜୟ ହାସଲ କରିଛନ୍ତି। ୧୬ଟି ଅନ୍ୟ ପେସାଦାର ବିଜୟ ସହ ସେ ୨୧ଟି ଆମେଚର ବିଜୟ ମଧ୍ୟ ହାସଲ କରିଛନ୍ତି। ସେ ୧୫ଟି ମେଜର ଚାମ୍ପିୟନଶିପ୍‌ରେ ମଧ୍ୟ ବିଜୟ ହାସଲ କରିଛନ୍ତି। ଜୁନିୟରଠାରୁ ସିନିୟରସ୍ତର ପର୍ଯ୍ୟନ୍ତ ଗଲ୍ଫରେ ସଫଳତାର ଶୀର୍ଷକୁ ଛୁଇଁ ଥିବା ଟାଇଗର ପ୍ରାୟ ସବୁ ପୁରସ୍କାର ହାସଲ କରିଛନ୍ତି। ୪୬ ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କ କ୍ୟାରିୟର ଆଗକୁ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଯେପର୍ଯ୍ୟନ୍ତ ଫିଟ୍‌ ଥିଲେ ଖେଳ ଜାରି ରଖିବେ ବୋଲି ଟାଇଗର କହିଛନ୍ତି।
ଟାଇଗରଙ୍କ ଅସାଧାରଣ ପ୍ରତିଭା ଓ ସଫଳତାରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଉତ୍ତର ଆୟର୍ଲାଣ୍ଡର ଅଭିଜ୍ଞ ଗଲ୍ଫର ରୋରି ମ୍ୟାକଲୋରି। ଟାଇଗର ହେଉଛନ୍ତି ଗଲ୍ଫ ଇତିହାସର ଶ୍ରେଷ୍ଠ ଖେଳାଳି ଓ ତାଙ୍କ ସଫଳତା ଦୃଷ୍ଟାନ୍ତମୂଳକ ବୋଲି ୪ଥର ମେଜର ଟାଇଟଲ ଜିତିଥିବା ମ୍ୟାକଲୋରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri