ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ନିରାଶ ହୋଇ ଫେରୁଛନ୍ତି ଯାତ୍ର୍ରୀ, ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ରୂପ୍‌ସା, ୧୫।୭(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା ରେଳ ଜଙ୍କସନ ଓ ଷ୍ଟେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଷ୍ଟେଶନରେ ଥିବା ୨ଟି ବୁକିଂ କାଉଣ୍ଟର ମଧ୍ୟରୁ ଗୋଟିଏ ବନ୍ଦ ରଖାଯିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଗୋଟିଏ କାଉଣ୍ଟରରୁ ପ୍ରତ୍ୟହ ରିଜର୍ଭେଶନ, ତତ୍କାଳ ଟିକେଟ ସାଙ୍ଗକୁ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତାୟାତ ପାଇଁ ଟିକେଟ କାଟିବାକୁ ମହିଳା, ପୁରୁଷଙ୍କ ସମେତ ବରିଷ୍ଠ ନାଗରିକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥାନ୍ତି।
ସୋମବାର ଟିକେଟ କାଉଣ୍ଟରରୁ ୨ନଂ. ପ୍ଲାଟଫର୍ମ ପର୍ଯ୍ୟନ୍ତ ଶତାଧିକ ଯାତ୍ରୀଙ୍କ ଧାଡ଼ି ଲାଗିଥିଲା। ଏକ ସମୟରେ ବାରିପଦା-ଭୁବନେଶ୍ୱର ସୁପରଫାଷ୍ଟ ଓ ଡାଉନ ବାଘାଯତୀନ ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ଲାଇନ୍‌ରେ ଛିଡ଼ା ହୋଇଥିବା ଯାତ୍ରୀମାନେ ଟିକେଟ କାଟିବା ପାଇଁ ବ୍ୟସ୍ତ ହୋଇପଡିଥିଲେ। ଯାତ୍ରୀମାନେ ନିଜ ନିଜ ମଧ୍ୟରେ ଠେଲାପେଲା ହୋଇଥିଲେ। ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଟିକେଟ ନ ପାଇ ଫେରିଯାଇଥିଲେ। ଜରୁରୀ ପରିସ୍ଥିତିରେ କେତେକ ଯାତ୍ରୀ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ।
ଗତ ୨୦୧୭ ଅକ୍ଟୋବର ୫ତାରିଖରୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁ ଗୋଟିଏ କାଉଣ୍ଟର ବନ୍ଦ ରଖାଯାଇଛି। ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ଅଭିଯୋଗକୁ ଭିତ୍ତି କରି ଡିଆରଏମ୍‌ଙ୍କ ନିର୍ଦ୍ଦେଶମତେ ପୁଣି କାଉଣ୍ଟର ଖୋଲା ଯାଇଥିଲା। ଯାତ୍ରୀମାନେ ସୁବିଧାରେ ଟିକେଟ କାଟି ଯାତାୟାତ କରିପାରୁଥିଲେ। କିଛିଦିନ ଯିବା ପରେ ପୁଣି ଟିକେଟ କାଉଣ୍ଟର ବନ୍ଦ ରଖାଯାଇଥିଲା। ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସମ୍ପାଦକ ସୁଧାକର ଗିରି, କର୍ମକର୍ତ୍ତା ନିରଞ୍ଜନ ବାରିକ ଓ ବିଧାନ ରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତଙ୍କୁ ପଚରାଯିବାରୁ କର୍ମଚାରୀ ଅଭାବ ଯୋଗୁ ଗୋଟିଏ ଟିକେଟ କାଉଣ୍ଟର ଖୋଲାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri