ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୨.୮୯ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମଙ୍ଗଳବାର ୪୫ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରୁଷିଆରେ ସଂକ୍ରମଣର ଉଗ୍ର ସ୍ଥିତି। ଗୋଟିଏ ଦିନରେ ଏଠାରେ ୧୦ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଗତ ୨ ଦିନ ହେବ ଦିନକରେ ୧୧ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏବେ ରୁଷିଆ ସର୍ବାଧିକ ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଥିବା ବ୍ରିଟେନକୁ ଟପିଛି। ଏବେ ରୁଷିଆରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାରରୁ ଅଧିକ ଥିବା ଜଣାପଡ଼ିଛି। ମାତ୍ର ୨,୧୧୬ ବ୍ୟକ୍ତି ଏହି ଦେଶରେ ପ୍ରାଣ ହରାଇଥିଲେ ହେଁ କରୋନା ଆକ୍ରାନ୍ତଙ୍କ ତାଲିକା ଭୟଙ୍କର ଭାବେ ବଢ଼ିଚାଲିଛି। ଆମେରିକା, ସ୍ପେନ୍‌ ପରେ ରୁଷିଆରେ ସର୍ବାଧିକ କରୋନା ରୋଗୀ ଅଛନ୍ତି। ଫଳରେ ଏହାକୁ ନେଇ ଲୋକମାନେ ସେଠାରେ ଆତଙ୍କିତ ହୋଇପଡ଼ିଛନ୍ତି।
ଆମେରିକାରେ ଅଦ୍ୟାବଧି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩.୯୧ ଲକ୍ଷ ଥିବାବେଳେ ୮୨,୦୯୬ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟରେ ରହିଥିବା ସ୍ପେନ୍‌ର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨.୬୯ ଲକ୍ଷରୁ ଅଧିକ ଥିବାବେଳେ ୨୬,୯୨୦ ଲୋକ ପ୍ରାଣ ହରାଇଲେଣି। ଚତୁର୍ଥ ସର୍ବାଧିକ ସଂକ୍ରମଣକାରୀ ଥିବା ବ୍ରିଟେନରେ ୩୨,୬୯୨ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨.୨୬ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ କରୋନା ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଫ୍ରାନ୍ସରେ ୨୬,୬୪୩, ଜର୍ମାନୀରେ ୭,୬୪୭, ବ୍ରାଜିଲରେ ୧୧,୭୦୧, ତୁର୍କୀରେ ୩,୮୪୧, ଇରାନରେ ୬,୭୩୩, ଚାଇନାରେ ୪,୬୩୩, ଭାରତରେ ୨,୩୫୫, ବେଲଜିୟମରେ ୮, ୭୬୧, ନେଦରଲାଣ୍ଡ୍ସରେ ୫,୫୧୦, ମେକ୍ସିକୋରେ ୩,୫୭୩, ସ୍ବିଡେନରେ ୩,୩୧୩ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। କ୍ରମଶଃ ସ୍ଥିତି ଉଗ୍ରରୂପ ଧାରଣ କରୁଥିବା ବେଳେ ମହାମାରୀରୁ ମୁକୁଳିବାର ବାଟ ଦେଖାଯାଉନାହିଁ। ସମସ୍ତେ ଆତଙ୍କ ଭିତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri