ରୁଚିକା ମାର୍କେଟ ଦୁର୍ଗାପୂଜା କମିଟି: ବଣ୍ଟାହେବ ୧୦ ହଜାର ଔଷଧୀୟ ଚାରା

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ସବୁଜିମାଭରା ସ୍ମାଟସିଟି ଭୁବନେଶ୍ୱରକୁ ଶ୍ରୀହୀନ କରି ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’। ଏହି ସ୍ମାର୍ଟସିଟିକୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ଏବେ ବହୁ ପରିମାଣର ଚାରା ରୋପଣ କରା ଯାଉଛି। ଚଳିତବର୍ଷ ୨୯ତମ ବର୍ଷରେ ପଦାର୍ପଣ କରୁଥିବା ରୁଚିକା ମାର୍କେଟ ଦୁର୍ଗାପୂଜା କମିଟି ଏଥର ନିଆରା ଢଙ୍ଗରେ ପୂଜା ପାଳିବାକୁ ନିଷ୍ପତ୍ତି ନେଇଛି। ସବୁଜିମା ସୃଷ୍ଟି ସହ ସଚେତନତା ଉଦ୍ଦେଶ୍ୟରେ ପୂଜାର ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ୧୦ହଜାରରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ବଣ୍ଟନ କରିବ ଏହି ପୂଜା କମିଟି। ସୂଚନା ଅନୁଯାୟୀ, ମା’ଙ୍କ ପୂଜା ଆରମ୍ଭ ପୂର୍ବରୁ ସ୍ଥାନୀୟ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ୧୧ଜଣ ମହିଳା ବିନ୍ଦୁସାଗରରୁ କଳସରେ ଜଳ ଆଣିବେ। ପରେ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା, ମା’ଙ୍କ ଘଟ ସ୍ଥାପନ, ସପ୍ତମୀରେ ଚକ୍ଷୁଦାନ, ଅଷ୍ଟମୀରେ ଅନ୍ନପ୍ରସାଦ, ନବମୀରେ ଶାଗ, ଦହିପଖାଳ କାର୍ଯ୍ୟକ୍ରମ ଏବଂ ଦଶମୀରେ ୫ହଜାର ଭକ୍ତଙ୍କୁ ଅନ୍ନଦାନ କରାଯିବ। ଏଥର ମା’ଙ୍କ ମୃଣୟ ମୂର୍ତ୍ତି ୧୮ଫୁଟ ଓ ତୋରଣ ୪୦ଫୁଟ ଉଚ୍ଚତା ହେବ। ୨କେଜି ସୁନାରେ ମା’ ଝଟକିବେ। ଏଥିପାଇଁ ସୁନାରେ ରାଣୀହାର କାନଫୁଲ, ନାକଚଣା ତିଆରି କରାଯାଇଛି। ସେହିପରି ପୂଜା ପାଇଁ କାହାଠାରୁ ଚାନ୍ଦା ଆଦାୟ କରାଯାଏ ନାହିଁ। ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ, କଲୋନୀ ବାସିନ୍ଦା ଏବଂ ଶୁଭେଚ୍ଛୁମାନେ ସ୍ବଇଚ୍ଛାରେ କିଛି ଅର୍ଥ ପ୍ରଦାନ କରିଥାନ୍ତି। ସେଥିରେ ହିଁ ମା’ଙ୍କ ପୂଜା ପାଳନ କରାଯାଏ ବୋଲି କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ରାଜ୍ୟ ସଭା ନିର୍ବାଚନ: ଦିଲୀପ ରାୟଙ୍କୁ ଭାଜପାର ସମର୍ଥନ

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ…

ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ବାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri