Posted inଖେଳ

ରିୟଲ ମାଡ୍ରିଡ୍‌ ଜିତିଲା ଏଲ କ୍ଲାସିକୋ

ମାଡ୍ରିଡ୍‌,୨ା୩- ବିଶ୍ୱ ଫୁଟବଲର ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଲବ ମ୍ୟାଚ୍‌ ଏଲ କ୍ଲାସିକୋରେ ରିୟଲ ମାଡ୍ରିଡ୍‌ ବିଜୟୀ ହୋଇଛି। ମାଡ୍ରିଡ୍‌ ୨-୦ ଗୋଲରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ହରାଇ ଦେଇଛି। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ମାଡ୍ରିଡ୍‌ ଦଳ ପ୍ରଥମର ଥର ପାଇଁ କ୍ଲାସିକୋ ମ୍ୟାଚ୍‌ ଜିତିଛି। ବ୍ରାଜିଲିଆନ ଯୁବ ଖେଳାଳି ଭିତନିସିଅସ ଜୁନିୟର (୭୧ତମ ମିନିଟ୍‌) ପ୍ରଥମ ଗୋଲ ଦେଇଥିଲେ। ମ୍ୟାଚ୍‌ର ଅତିରିକ୍ତ ସମୟରେ ମାରିଆନୋ (୯୦+୨ତମ) ମାଡ୍ରିଡ୍‌ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରି ବିଜୟ ସୁନିଶ୍ଚିତ କରିଥିଲେ। ବାର୍ସିଲୋନା ଖେଳାଳିମାନେ ବହୁ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଏପରି କି ଦଳର ଷ୍ଟାର ଗ୍ରିଜମେନ ଓ ମେସି ମଧ୍ୟ ଗୋଲ ପୋଷ୍ଟ ସାମ୍ନାରୁ ଶଟ୍‌ ମିସ କରିଥିଲେ। ଏହି ମ୍ୟାଚ୍‌ ବେଳେ ପୂର୍ବତନ ମାଡ୍ରିଡ୍‌ ତଥା ବର୍ତ୍ତମାନ ଜୁଭେଣ୍ଟସ ଖେଳାଳି ରୋନାଲ୍ଡୋ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହି ବିଜୟ ଯୋଗୁ ଲିଓନେଲ ମେସିଙ୍କ ବାର୍ସିଲୋନାକୁ ହଟାଇ ରିୟଲ ମାଡ୍ରିଡ୍‌ ଲା ଲିଗା ଲିଗ୍‌ର ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି। ୨୬ ମ୍ୟାଚ୍‌ ଖେଳିଥିବା ମାଡ୍ରିଡ୍‌ ଦଳ ଏବେ ସର୍ବାଧିକ ୫୬ ପଏଣ୍ଟ ଶୀର୍ଷରେ ଥିବାବେଳେ ମାତ୍ର ଏକ ପଏଣ୍ଟ ପଛରେ ଥିବା ବାର୍ସିଲୋନା ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି।...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ...

ଏସିଆ କପ୍‌ ବାତିଲ: ଗାଙ୍ଗୁଲି

ନୂଆଦିଲ୍ଲୀ, ୯।୭(ପି.ଟି.)- ଆସନ୍ତା ସେପ୍ଟେମ୍ବରରେ ହେବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ବାତିଲ ହୋଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆଗ ବ୍ୟାଟିଂ କରିବ। ଭ୍ରମଣକାରୀ ଦଳର ଅଧିନାୟକ...

କାର୍‌ ଦୁର୍ଘଟଣାରେ ଆଖିବୁଜିଲେ ଏହି ଲୋକପ୍ରିୟ କ୍ରିକେଟର୍‌

କାବୁଲ,୬।୧୦: ଆଫଗାନିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ ନାଜିବ ତର୍କାଇଙ୍କ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।...

ଲଙ୍କା ପ୍ରିମିୟର ଲିଗ୍‌: ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ ମାଲିକ

କଲମ୍ବୋ,୨୨।୧୦: ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ବଲିଉଡ୍‌ର ଏଣ୍ଟ୍ରି ହୋଇଛି। ବଲିଉଡ୍‌ ଅଭିନେତା, ପ୍ରଯୋଜକ, ଲେଖକ ତଥା ଫିଲ୍ମ ନିର୍ମାତା ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ର...

କୁନି ପାଣ୍ଡ୍ୟାଙ୍କୁ ପାଇ ଖୁସିରେ ବିଭୋର ହାର୍ଦ୍ଦିକ: ଦେଖନ୍ତୁ ପୁଅଙ୍କ ପ୍ରଥମ ଝଲକ..

ନୂଆଦିଲ୍ଲୀ,୧।୮: ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ...

ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି...

Advertisement
Archives

Model This Week