Posted inଜାତୀୟ

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା ୧୭ ତାରିଖ ବୈଠକରେ ନିଷ୍ପତ୍ତି ନେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ କରି ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେବା ସହ ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ସମୀକ୍ଷା କରାଯିବ କି ନାହିଁ ତାହା ଉପରେ ୧୭ ତାରିଖ ବୈଠକରେ ନିଷ୍ପତ୍ତି ହେବ ବୋଲି ବରିଷ୍ଠ ଆଇନଜୀବୀ ଜଫରୟାବ ଜିଲାନି ସୋମବାର କହିଛନ୍ତି। ଉତ୍ତରପ୍ରଦେଶର ସୁନ୍ନୀ ଓ୍ବାକଫ୍‌ ବୋର୍ଡ ସମେତ ଅନ୍ୟ ମୁସଲିମ୍‌ ପକ୍ଷଙ୍କ ପାଇଁ ଜିଲାନି ତଳକୋର୍ଟ, ଆଲ୍ଲାହାବାଦ ହାଇକୋର୍ଟ ଏବଂ ସର୍ବୋଚ୍ଚ ଅଦାଲତରେ ମାମଲା ଲଢ଼ୁଥିଲେ।
ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଗ୍ରହଣ କରିବାକୁ ଅଯୋଧ୍ୟାର ପ୍ରମୁଖ ନେତାମାନେ ମନା କରିଛନ୍ତି। ମାମଲାର ଅନ୍ୟତମ ପକ୍ଷ ଥିବା ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ ସଂଗଠନର ଅଧ୍ୟକ୍ଷ ମୌଲାନା ବାଦଶାହ ଖାନ୍‌ କହିଛନ୍ତି, ସେମାନେ ବାବ୍ରୀ ମସ୍‌ଜିଦ ଜମି ପାଇଁ ମାମଲା ଲଢ଼ୁଥିଲେ, ଅନ୍ୟତ୍ର ଜମି ନେବାକୁ ନୁହେଁ। ଆମେ ଅନ୍ୟତ୍ର ଜମି ନେବାକୁ ଚାହୁଁନୁ, ବରଂ ଉକ୍ତ ଜମିକୁ ଆମେ ରାମମନ୍ଦିରକୁ ଦାନ କରିବୁ ବୋଲି ସେ କହିଛନ୍ତି। ମୁସଲମାନମାନେ ଜମି କିଣି ମସ୍‌ଜିଦ ନିର୍ମାଣ କରିପାରିବେ। ସେମାନେ କୌଣସି ସରକାରଙ୍କ ଉପରେ ନିର୍ଭର କରିବାକୁ ଚାହୁଁନାହାନ୍ତି। ଯଦି ଅଦାଲତ କିମ୍ବା ସରକାର ଆମକୁ ଜମି ଦେବାକୁ ଚାହାନ୍ତି ତେବେ ଦରଘା ଓ ଶ୍ମଶାନ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ଦିଅନ୍ତୁ ବୋଲି ସ୍ଥାନୀୟ ମୌଲାନା ଜଲାଲ ଅଶ୍ରଫ୍‌ କହିଛନ୍ତି।

ରାୟର ସମୀକ୍ଷା ଆବଶ୍ୟକ: ହବିବୁଲ୍ଲା

ଅଯୋଧ୍ୟା ରାୟକୁ ନେଇ ଜାତୀୟ ସଂଖ୍ୟାଲଘୁ କମିଶନର ପୂର୍ବତନ ଅଧ୍ୟକ୍ଷ ଓ୍ବାଜାହତ୍‌ ହବିବୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାୟର ସମୀକ୍ଷା ହେବା ଦରକାର ବୋଲି ସେ ମତ ଦେଇଛନ୍ତି। ଦେଶର ପ୍ରଥମ ମୁଖ୍ୟ ସୂଚନା କମିଶନର ଥିବା ହବବୁଲ୍ଲା କହିଛନ୍ତି, ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଦୁଇ ସମ୍ପ୍ରଦାୟର ଉଦ୍‌ବେଗକୁ କମାଇବା ଲାଗି ଉଦ୍ୟମ କରିଛନ୍ତି। ତେବେ ରାୟ ତ୍ରୁଟିଯୁକ୍ତ ବୋଲି ସେ ଅନୁଭବ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri