ରାୟଗଡ଼ା ଜିଲା ମତ୍ସ୍ୟ କାର୍ଯ୍ୟାଳୟ: କର୍ମଚାରୀ ଅଭାବ, ସଫଳ ହେଉନି ଯୋଜନା

ରାୟଗଡ଼ା ଅଫିସ, ୪।୨- ରାଜ୍ୟ ସରକାର ମତ୍ସ୍ୟଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନା, ମତ୍ସ୍ୟଜୀବୀ ପରିବାରର ପିଲାଙ୍କ ପାଇଁ ମେଧାବୃତ୍ତି ବ୍ୟବସ୍ଥା କରାଯାଇଛି। ଚାଷୀମାନେ ଯେପରି ସୁବିଧାରେ ସରକାରୀ ସହାୟତା ପାଇପାରିବେ, ସେଥିପାଇଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ରହିଛି। ହେଲେ ରାୟଗଡ଼ା ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି। ଯୋଜନା ଅନେକ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ୨ ବର୍ଷ ହେଲା ଏଠାରେ ସ୍ଥାୟୀ ଜିଲା ମତ୍ସ୍ୟ ଅଧିକାରୀ ନାହାନ୍ତି। କୋରାପୁଟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରା ରାୟଗଡ଼ା ଜିଲା ଦାୟିତ୍ୱରେ ମଧ୍ୟ ରହିଛନ୍ତି। ପ୍ରତ୍ୟେକ ବ୍ଲକ୍‌ରେ ଜଣେ ଲେଖାଏ ଏବଂ ଜିଲା ସଦରରେ ୨ ସହାୟକ ମତ୍ସ୍ୟ ଅଧିକାରୀ ପଦବୀ ରହିଛି। ହେଲେ ଏଠାରେ ୧୩ ବଦଳରେ ୭ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସେହିପରି ୨ ସିନିୟର ଫିସେରି ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ରହିଥିବାବେଳେ ତାହା ମଧ୍ୟ ଖାଲି ପଡ଼ିଛି। ଏହା ବ୍ୟତୀତ କାର୍ଯ୍ୟାଳୟରେ ଗୋଟିଏ କମ୍ପ୍ୟୁଟର୍‌ ଅପରେଟର୍‌, ଷ୍ଟେନୋ, ୩ କିରାଣି ପଦବୀ ରହିଥିବାବେଳେ ଜଣେ କିରାଣିରେ କାମ ଚାଲିଛି। ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ଅନେକେ ମତ୍ସ୍ୟ ଚାଷ ପାଇଁ ଆକୃଷ୍ଟ ହୋଇଥାନ୍ତି। ହେଲେ ଏଠାରେ ଗ୍ରାମାଞ୍ଚଳରେ ଅଧିକାରୀମାନେ ନାହାନ୍ତି। ଯେଉଁମାନେ କାର୍ଯ୍ୟରତ ଅଛନ୍ତି, ସେଥିମଧ୍ୟରୁ ରାମନାଗୁଡ଼ାର ଜଣେ ଅଧିକାରୀ ବିବାହ ଭୋଜିକୁ ଯାଉଥିବା କହି ୪ ମାସ ହେଲା ଛୁଟିରେ ରହିଛନ୍ତି। ଏ ନେଇ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଉ ନ ଥିବାବେଳେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନାହିଁ। ଏପରି ସ୍ଥିତିରେ ମତ୍ସ୍ୟ ଚାଷୀ ବିଭିନ୍ନ ଯୋଜନା ବିଷୟରେ ଜାଣିପାରୁନାହାନ୍ତି। ଏ ନେଇ ଭାରପ୍ରାପ୍ତ ଜିଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଆମକୁ ମଧ୍ୟ ବହୁ ଅସୁବିଧା ହେଉଛି ଏବଂ କାମ ତ୍ୱରାନ୍ବିତ ହେଉନାହିଁ। ସେହିପରି ଛୁଟିରେ ଥିବା ଅଧିକାରୀଙ୍କୁ ନୋଟିସ କରାଯାଇଛି ଏବଂ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri