Posted inଖେଳ

ରାହୁଲ, ଶ୍ରେୟାସଙ୍କ ଅର୍ଦ୍ଧଶତକ:ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର,୧୦।୧୧: ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଭାରତ ଭମଣକାରୀ ଦଳକୁ ୧୭୫ ରନର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୪ ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ଅଧିନାୟକ ମହମଦୁଲ୍ଲା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ଦ୍ୱିତୀୟ ଓଭରରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ସେ ମାତ୍ର ୨ ରନ୍‌ କରିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ବନ ମଧ୍ୟ ବେଶୀ ସମୟ କ୍ରିଜରେ ରହି ନ ପାରି ୧୯ ରନରେ ଆଉଟ୍‌ ହୋଇଥିଲେ। ପରେ କେ.ଏଲ୍‌ ରାହୁଲ ପାଳିକୁ ସମ୍ଭାଳି ଥିଲେ। ସେ ୩୨ଟି ବଲରୁ ୫୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଶ୍ରେୟାସ ଆୟାର ୩୩ଟି ବଲରେ ବିସ୍ଫୋରକ ୬୨ ରନ କରି ଦଳକୁ ଏକ ସମ୍ମାନଜନକ ସ୍କୋର ପାଖରେ ପହଞ୍ଚାଇଥିଲେ। ସୂଚନାଯୋଗ୍ୟ, ସିରିଜ ୧-୧ରେ ବରାବର ଥିବାରୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ଟି ଅଧିକ ଗୁରୁତ୍ୱବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri