ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ମଣିଷ ଓ ବନ୍ୟପ୍ରାଣୀଙ୍କ ପାଇଁ ବିପଦର କାରଣ ପାଲଟିଛି ା ଅସମ୍ପୂର୍ଣ୍ଣ ରାସ୍ତା ସାଙ୍ଗକୁ ତ୍ରୁଟିପୂର୍ଣ୍ଣ ରାସ୍ତା ଏହି ବିପଦର କାରଣ ହୋଇଛି ା ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ବେଳେ ରାସ୍ତା ଅତିକ୍ରମ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ରାସ୍ତା ରେ ହାତୀ ପଲ ପାର ହେଉଥିବା ବେଳେ ପ୍ରଥମେ ଟ୍ରକ ଓ ତା ପରେ ବସ ଧକ୍କା ଦେବା ଫଳରେ ଏକ ଛୁଆ ହାତୀ ମିଶାଇ ୩ ଟି ମାଈହାତୀର ଶୋଚନୀୟ ମୃତ୍ୟୁ ଘଟିଛି ା ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ଏପରି ଅନେକ ବାର ଘଟିଥିଲେ ମଧ୍ୟ ପ୍ରଶାସନ ସଜାଗ ହେଉନାହିଁ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହା ପ୍ରଥମ ନୁହେଁ ଗତ କିଛି ମାସ ମଧ୍ୟରେ ନରଣପୁର, ପଳାଶପଙ୍ଗା ନିକଟରେ ଭାଲୁ, ବାରହା ଆଦି ଜୀବଜନ୍ତ ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ତ୍ରୂଟିପୂର୍ଣ୍ଣ ଆନିମଲ ଅଣ୍ଡରପାସ ଏବଂ ଅନେକ ସ୍ଥାନରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଓ ଠିକ ସ୍ଥାନରେ ନିର୍ମାଣ ହୋଇ ପାରି ନ ଥିବାରୁ ଜଙ୍ଗଲୀ ଜୀବଜନ୍ତୁ ଅକାଳରେ ପ୍ରାଣ ହରାଉଥିବା ବନ୍ୟପ୍ରାଣୀ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି ଯେ ପାଖରେ ବନ୍ୟ ପ୍ରାଣୀଙ୍କ ଯାତାୟାତ ପାଇଁ ଅଣ୍ଡରପାଶ ଅଛି କିନ୍ତୁ ହାତୀ ପଲ ଅନ୍ୟ ସ୍ଥାନରେ ରାସ୍ତା ପାର ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଜାତୀୟ ରାଜପଥ ନଂ ୨୦ରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଯାତାୟତ ପାଇଁ ଅଣ୍ଡର ପାସ ସଂରକ୍ଷିତ ଜଙ୍ଗଲ ନିକଟରେ କରାଯାଇନଥିବାରୁ ବନ୍ୟ ଜନ୍ତୁ ରାସ୍ତା ପାର କରିବାରେ ସମସ୍ୟା ଭୋଗୁଛନ୍ତି। ଅନେକ ସମୟରେ ରାସ୍ତା ପାର ହେଲା ବେଳେ ଗାଡି ଧକ୍କାରେ ମୃତ୍ୟୁବରଣ କରୁଛନ୍ତି। ଏହି ଜାତୀୟ ରାଜପଥ ୨୦, ଜିଲାର ଅଟେଇ ସଂରକ୍ଷିତ ଜଙ୍ଗଲ, ବାଲିବନ୍ଧ ସଂରକ୍ଷିତ ଜଙ୍ଗଲ, ଟାଙ୍ଗରାଣୀ ସଂରକ୍ଷିତ ଜଙ୍ଗଲ, ନରଣପୁର ସଂରକ୍ଷିତ, ବାରବାଙ୍କ, କନ୍ତୋ ଆଦି ଜଙ୍ଗଲ ନିକଟରେ ଯାଇଥିବା ଜଣାପଡିଛି। କେତେକ ରାସ୍ତାରେ ଆନିମଲ ଅଣ୍ଡର ପାସ ନିର୍ମାଣ କରାଯାଇଛି ା ତେବେ କେତେକ ଠିକ ସ୍ଥାନରେ ହୋଇନଥିବା ଏବଂ ନିର୍ମାଣ ଶେଷ ହୋଇନଥିବା ଅଭିଯୋଗ ହୋଇଛି ା ଏହି ଅଣ୍ଡରପାସଗୁଡିକ କରିବାର ମୂଳଲକ୍ଷ୍ୟ ହେଲା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀ ଓ ଅନ୍ୟ ଜୀବଜନ୍ତୁ ବିନା ବାଧାରେ ଯାତାୟାତ କରିପାରିବେ। ରାତିରେ ରାସ୍ତା ଫାଙ୍କା ହୋଇଥିବାରୁ ଟ୍ରକ ଏବଂ ବସ ଦ୍ରୁତଗତିର ଯାଉଛନ୍ତି। ଏନେଇ ଦୁର୍ଘଟଣାରେ ଅନେକ ଜୀବଜନ୍ତୁ ପ୍ରାଣ ହରାଉଛନ୍ତି। ଏଣୁ ତୁରନ୍ତ ଅଣ୍ଡରପାସ ନିର୍ମାଣ କରିବା ସହ ବନ୍ୟପ୍ରାଣୀ ଯାତାୟତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହଉଛି ା ଏନେଇ ଗାଡିର ବେଗ ନିୟନ୍ତ୍ରଣ କରିବା ସହ ହର୍ଣ୍ଣ ମାରି ଯିବା ଆସିବା କରିବା ପାଇଁ ନୀତିନିୟମ ଲାଗୁ କରିବାକୁ ଦାବି ହେଉଛି। ସାଧାରଣତଃ ବନ୍ୟପ୍ରାଣୀ ଏକ ନିର୍ଦ୍ଦିଷ୍ଟ ପଥରେ ଯାତାୟତ କରିଥାନ୍ତି। ସେସବୁ ପଥରେ ରାସ୍ତା ନିର୍ମାଣ ହେବା ଫଳରେ ପଥଭ୍ରଷ୍ଟ ହୋଇ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଯେଉଁଠିକି ଦୁର୍ଘଟଣାର ଶିକାର ହୋଇଥାନ୍ତି ବୋଲି କେନ୍ଦୁଝର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏଣୁ ହାତୀ ମାନଙ୍କ ଗତିପଥକୁ ନୀରିକ୍ଷଣ କରି ଏଭଳି ରାସ୍ତା ବା ରେଳଲାଇନ ପାର ହେବା ସମୟରେ ଗାଡି ଚାଳକଙ୍କୁ ସୂଚନା ଦେବା ବ୍ୟବସ୍ଥା କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri