ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ,୮।୬(ଡିଏନଏ )ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୯ ବରପଲି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଇଓଙ୍କ ଉପସ୍ଥିତରେ ରାସ୍ତା ମଝିରୁ ଫେବର ବାହାର କରି କାମର ଗୁଣମାନ ଯାଞ୍ଚ କରିଥିଲେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା । ଟେଣ୍ଡର ଅନୁସାରେ ସମସ୍ତ ଗାଇଡ଼ ଲାଇନକୁ ଅନୁସରଣ କରି କାମ କରିବା ସହ ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ କରିବାକୁ ଇଓ ମିଶ୍ର ଠିକାଦାରଙ୍କୁ ତାଗିଦ କରିଛନ୍ତି । ପରେ ଇଓ ମିଶ୍ର ଗ୍ରାମବାସୀଙ୍କ ସହ ଆଲୋଚନା କରି ଠିକ ସମୟରେ କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଇଓଙ୍କ ପରିଦର୍ଶନ ବେଳେ କନିଷ୍ଠ ଯନ୍ତ୍ରୀ ପଣ୍ଡାଙ୍କ ସମେତ ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ଗ୍ରାମର ସାଗର ତରାଇ, ଶିବାନନ୍ଦ ପଲାଇ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri